Home ଓଡ଼ିଶା ଟ୍ରକ ସହ ବାଇକ ମୁହାଁ ମୁହିଁ ଧକ୍କା,ଦୁଇ ମୃତ ଜଣେ ଆହତ

ଟ୍ରକ ସହ ବାଇକ ମୁହାଁ ମୁହିଁ ଧକ୍କା,ଦୁଇ ମୃତ ଜଣେ ଆହତ

53

ମାଲକାନଗିରି,୮ା୧୧ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ଓରକେଲ ଥାନା ଏମଭି୩୬ ଗ୍ରାମ ନିକଟ ରାସ୍ତାରେ ଏକ ଟ୍ରକ ସହିତ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ବାଇକ ଆରୋହି ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ ହେବା ସହିତ ଜଣେ ଆହତ ହୋଇ ଛନ୍ତି । ଏମଭି୩୬ଗ୍ରାମ ରୁ ଦୀପକ ବିଶ୍ୱାସ (୫୦)ଓ ତାଙ୍କ ପତ୍ନୀ ସିପ୍ରା ବିଶ୍ୱାସ (୪୫)ଓ ଅନ୍ୟଜଣେ ମହିଳା ସାଧନା ଦାସ(୩୩) ଏକ ବାଇକ ରେ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ମାଲକାନଗିର ିରୁ ବାଲିମେଳା ଆଡକୁ ଯାଉଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଦୁରକୁ ଛଟିକି ପଡି ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ସେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା, ଅନ୍ୟଜଣେ ମହିଳା ସାଧନା ଦାସ ଆହତ ହୋଇଛନ୍ତି । ଟ୍ରକଟି ମଧ୍ୟ ରାସ୍ତାକଡକୁ ଓଲଟି ପଡି ଡ୍ରାଇଭର ସାମନ୍ୟ ଆହତ ହୋଇଥିଲେ । ନିକଟସ୍ଥ ଗ୍ରାମବାସୀ ମାନେ ଏ ସଂପର୍କରେ ଓରକେଲ ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ପୁଲିସ ପହଁଚି ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଜବତ କରିଥିଲେ । ଆହତ ମହିଳାଙ୍କୁ ଚିକିତ୍ସା ନିମନ୍ତେ ହସପିଟାଲକୁ ପଠାଇଥିଲେ । ଗ୍ରାମବାସୀ ମାନେ ମୃତ ଶରୀରକୁ ରାସ୍ତାରେ ରଖି କିଛି ସମୟ ଆନ୍ଦୋଳନ କଲାପରେ ପୁଲିସ ବୁଝାସୁଜା କରିବାରୁ ଲୋକମାନେ ଆନ୍ଦୋଳରୁ ପ୍ରତ୍ୟାହର କରିଥିଲେ । ସ୍ୱାମୀ ଓ ସ୍ତ୍ରୀ ଙ୍କ ମୃତ ଶରୀରର କୁ ପୁଲିସ ଜବତକରି ଶବବ୍ୟଛେଦ ନିମନ୍ତେ ହସପିଟାଲକୁ ପଠାଇଥିଲେ ।ଆହତ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରି ଚିକିତ୍ସା ନିମନ୍ତେ ହସପିଟାଲକୁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଏବେ ବି ଚାପା ଉତେଜନା ରହିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.