Home ଓଡ଼ିଶା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମଟି ବୈଠକ

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମଟି ବୈଠକ

32

ମାଲକାନଗିରି,୧୦ା୧୧ (ଓଡିଆ ପୁଅ ) ମାଲକନଗିରି ଜିଲ୍ଲାରେ ୨୦୨୧-୨୨ଖରିପ ବର୍ଷ ପାଇଁ ଖୋଲିବାକୁ ଥିବା ଧାନମଣ୍ଡି ପାଇଁ ଚାଷୀମାନଙ୍କ ଠାରୁ ଧାନ କ୍ରୟନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମଟି ବୈଠକ ଜିଲ୍ଲାଗ୍ରାମଉନ୍ନୟନ ସଭାଗୃହରେ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ୩୫ହଜାର କୁଇଟାଂଲ ୬୫ଟି ଧାନମଣ୍ଡିରେ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯିବା ପାଇଁ ନିସ୍ପତି ନିଆଯାଇଛି ।ଏହା ଜିଲ୍ଲାର ୮ଟି ଲ୍ୟାମ୍ପସ ଓ ଚାଲାଣଗୁଡା ମହିଳା ସ୍ୱୟଂସହାୟକ ଗୋଷ୍ଠି ପକ୍ଷରୁ ମଣ୍ଡିଗୁଡିକରେ ଚାଷୀ ମାନଙ୍କ ଠାରୁ ଧନକ୍ରୟ କରିବେ । ଏହି ବୈଠକରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ଜିଲ୍ଲାପାଳ ବୀଶାଲ ସିଂ,ଅତିରିକ୍ତ ଏସପି ବଳଭଦ୍ର ଦୀପ,ଜିଲ୍ଲାମୁଖ୍ୟ କୃଷି ଅଝଧିକାରୀ ଏମ.ଆନନ୍ଦ ରାଓ,ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ,ନିୟନ୍ତ୍ରୀତ ବଜାର କମଟି ସଂପଦାକ ଗୁରୁଚରଣ ନାୟକ,ଜିଲ୍ଲାସମାଜ ମଙ୍ଗଳ ଅଧଝିକାରୀ ସୈଦାମିନି ପ୍ରଧାନ ଙ୍କ ସହିତ ମିଲର ଓ ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ । ଜିଲ୍ଲାରେ ନୂତନ ଭାବେ ଆଉଦୁଇଟି ନୂଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ନିସ୍ପତି ନିଆଯାଇଛି ।ଚଳିତ ବର୍ଷରେ ଧାନକୁଇଟାଂଲ ପ୍ରତି୧୯୪୦ଟଙ୍କା ମୂଲ୍ୟ ଧାର୍ଯ୍ୟକରା ଯାଇଛି ।ମଣ୍ଡିଗୁଡିକରେ ଚାଷୀ ମାନଙ୍କ ର ସମସ୍ତ ସୁବିଧା କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ଚାଷୀ ମାନଙ୍କଠାରୁ ଉଚିତ ମୂଲ୍ୟ ଦେଇ ଧାନକ୍ରୟ କରିବା ପାଇଁ ଏହି ବୈଠକରେ ନିସ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.