Home ଓଡ଼ିଶା ଦେଶ୍ କି ବାତ୍ ଫାଉଣ୍ଡେସନ ପକ୍ଷରୁ ରାଷ୍ଟ୍ରୀୟ ରୋଜଗାର ନୀତି ଉପରେ ଆଲୋଚନା ଚକ୍ର

ଦେଶ୍ କି ବାତ୍ ଫାଉଣ୍ଡେସନ ପକ୍ଷରୁ ରାଷ୍ଟ୍ରୀୟ ରୋଜଗାର ନୀତି ଉପରେ ଆଲୋଚନା ଚକ୍ର

18

ମାଲକାନଗିରି,୧୫ା୧୧ (ଓଡିଆ ପୁଅ ) ମାଲକାନଗିରି ମାଲ୍ୟବନ୍ତ ଛାତ୍ରବାସ ସଭାଗୃହରେ ସମାଜ ସେବୀ କେ.ଦେଶିରାଜୁ ଆଚାରୀ ଙ୍କ ଆହ୍ୱାନ କ୍ରମେ ଦେଶ୍ କି ବାତ୍ ଫାଉଣ୍ଡେସନ ପକ୍ଷରୁ ବେରୋଜଗାର ସମସ୍ୟା ତାର ସମାଧାନରେ ରାଷ୍ଟ୍ରୀୟ ରୋଜଗାର ନୀତି ଉପରେ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇ ଯାଇଛି । ସ୍ୱାଧୀନତାରେ ୭୪ ବର୍ଷପରେ ବି ଦେଶରେ ଏକ ରାଷ୍ଟ୍ରୀୟ ରୋଜଗାର ନୀତି ନାହିଁ । ଯାହା ଯହା ପ୍ରତ୍ୟେକଙ୍କୁ ରୋଜଗାର ପହଚାଂଇବାରେ ସହାୟକ ହୋଇଥାନ୍ତା,ଦେଶ୍ କି ବାତ୍ ଫାଉଣ୍ଡେସନ ଦୀର୍ଘ ଅକ ବର୍ଷଧରି ବିଭିନ୍ନ ବର୍ଗର ବିଶେଜ୍ଞ ମାନଙ୍କ ସହ ଯୋଗରେ ରାଷ୍ଟ୍ରୀୟ ରୋଜଗାର ନୀତି ର ପ୍ରସ୍ତାବିତ ଚିଠା ବିଲ ପ୍ରସ୍ତୁତ କରିଛି,ସାରା ଦେଶ,ରାଜ୍ୟ ଓ ବିଭିନ୍ନ ଜିଲ୍ଲାରେ ଆଲୋଚନା ଚକ୍ରମାଧ୍ୟମରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମତ ଓ ପ୍ରସ୍ତାବ ସଂଗ୍ରହ ଚାଲିଛି,ଏହା କୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇ ରାଷ୍ଟ୍ରୀୟ ରୋଜଗାର ନୀତି ଲାଗୁକରିବା ପାଇଁ ଦାବୀ ରଖା ଯିବ,ପ୍ରତ୍ୟେକ ନାଗରିକଙ୍କର ରୋଜଗାର ପାଇବା ପାଇଁ ହକ ଅଛି,ଯଦି କେନ୍ଦ୍ରସରକାର ଏଥିପ୍ରତି ଗୁରୁତ୍ୱ ନ ଦିଅନ୍ତି ସାରା ଦେଶରେ ବୃହତ ଆନ୍ଦୋଳନ ଡାକରା ଦିଆ ଯିବ ବୋଲି ଏହି ଅବସରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଦିଲ୍ଲୀ ରୁ ଆସିଥିବା ଦେଶ୍ କି ବାତ୍ ଫାଉଣ୍ଡେସନର କେନ୍ଦ୍ରୀୟ ସଂଯୋଜକ ଅଙ୍କିତ ଭରଦ୍ୱାଜ ଗୋଲଟେବୁଲ ଆଲୋଚନା ଚକ୍ରରେ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସାମଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଭାବେ ଭୁବନେଶ୍ୱର ରୁ ଆସିଥିବା ରାଜ୍ୟଶାଖା ର ସଂଯୋଜକ ପ୍ରଶାନ୍ତ ରଣସିଂ,ସମ୍ମାନିତ ଅତିଥି ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁସ୍ମନ୍ତ କୁମାର ଜେନା,ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ, ଅଶ୍ୱିନୀ ବିଶ୍ୱାଳ, ଜିଲ୍ଲା ଶିଶୁ ମଙ୍ଗଳକମଟିର ସଦସ୍ୟା ଚୁମୁକି ବେହେରା,ଶନ୍ତୁକୁମାର ବିଶ୍ୱାସ,ମା ଘର ସଭେନେତ୍ରୀ ପ୍ରଶାନ୍ତି ଲତା ବିଷୋୟୀ ପ୍ରମୁଖ ମଚାଂଶିନ ରହି ରଷ୍ଟ୍ରୀୟ ରୋଜାଗାର ନୀତି ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିକ୍ଷିତ ବର୍ଗର ମହିଳା,ପୁରୁଷ,ଛାତ୍ର ଛାତ୍ରୀ,ବିଜ୍ଞବ୍ୟକ୍ତି ମାନେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ମୁଖ୍ୟ ବିନାଶ କୁମାର ମିଶ୍ର ମଚଂପରିଚାଳନା କରିଥିବା ବେଳେ ମିଡିଆ ସଂଯୋଜକ ରାଜା ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.