Home ଓଡ଼ିଶା ପୋଲାଭରମ ପ୍ରକଳ୍ପ ସମସ୍ୟା କୁ ନେଇ ଓଡିଶାକୁ ଆସୁଥିବା ଆନ୍ଦ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇ...

ପୋଲାଭରମ ପ୍ରକଳ୍ପ ସମସ୍ୟା କୁ ନେଇ ଓଡିଶାକୁ ଆସୁଥିବା ଆନ୍ଦ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କଲେ ପିଏପିପି ସଂଗଠନ

41

ମାଲକାନଗିରି,୮ା୧୧ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲା ସୀମାନ୍ତ ଆନ୍ଦ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣ ଚାଲିଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟା ସାମଧାନ ହୋଇ ପାରୁନଥିବାରୁ ଆସନ୍ତା କାଲି ଆନ୍ଦ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହାନ ରେଡ୍ଡୀ ଙ୍କ ର ଓଡିଶା ଗସ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମକୁ ପିଏପିପି ସଂଗଠନ ସ୍ୱାଗତ ଜଣାଇ ବା ସହିତ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପୁସୁଗୁଡା ପଚାଂୟତ ନିକଟବର୍ତି ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗସ୍ତ ହେଉଥିବା ଗ୍ରାମ ଘାର୍ସାପାଲି ଠାରେ ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ(ପାପ) ସଂଗଠନ ର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏହି ସମାବେଶରେ ମୋଟୁ ତହସିଲ ଅଚଂଳର କ୍ଷତିଗସ୍ତ ହେବାକୁ ଯାଉଥିବା ଗ୍ରାମବାସୀ ମାନେ ଉପସ୍ଥିତ ରହି ପୋଲାଭରମ ସମସ୍ୟା ସାମାଧାନପାଇଁ ଓଡିଶା ଆସୁଥିବା ଆନ୍ଦ୍ରମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇ ଏକ ସୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । କେନ୍ଦ୍ର ସରକାରଙ୍କ ତ୍ୟ ଅନୁସାରେ ଓଡିଶା ପ୍ରଦେଶର ମାଲକାନଗରି ଜିଲ୍ଲାର ୮ଟି,ଛିତଶଗଡ ରାଜ୍ୟର ୪ଟି ଗ୍ରାମ ପ୍ରକଳ୍ପ ଦ୍ୱାରା କ୍ଷତିଗସ୍ତ ହେବ ବୋଲି ରିପୋର୍ଟ ଦିଆ ଯାଇଥିବା ବେଳେ ଅଧିକ ସଂଖ୍ୟକ ପଚାଂୟତ ଓ ଗ୍ରାମ ପ୍ରବାବିତ ହେବ ବୋଲି ଜଣାପଡିଛି । ଗତ ୧୯୮୬ ଓ ୨୦୦୬ ମସିହାରେ ମାଲକାନଗରି ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା,ମାଥିଲି ବ୍ଲକର୧୩୦ଖଣ୍ଡ ଗ୍ରାମ ସାବେରୀ ଓ ସିଲେରୁ ନଦୀରେ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇ ବହୁତ କ୍ଷତି ଘଟାଇଥିଲା । ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଲେ ପଛୁଆ ଜଳ ଦ୍ୱାରା ମାଲକାନଗରି ଜିଲ୍ଲାର ଅନେକ ପଚାଂୟତ ଗ୍ରାମ ପ୍ରଭାବିତ ହୋଇ ମୋଟୁ ଅଚଂଳ ପାଣିରେ ଲିନ ହୋଇ ଯିବାର ଆଶଙ୍କା ରହିଛି ।ଗତ ୨୦୧୯ମସିହାରେ କେନ୍ଦ୍ରସରକାର ଏକ ସତ୍ୟପାଠ ଜରିଆରେ ମାନ୍ୟବର ସୁପ୍ରିମ କୋର୍ଟରେ ଦାଖଲ କରିଥିଲେ,ସେମାନେ ପ୍ରକଳ୍ପ ଦ୍ୱାରା କ୍ଷତିଗସ୍ତ ଗ୍ରାମବାସୀଙ୍କୁ ଥଇଥାନ ସହ କ୍ଷତିପୁରଣ ବ୍ୟାବସ୍ଥା କରିବେ । ପଛୁଆ ବନ୍ୟାଜଳ ଛତିଶଗଡ ଓ ଓଡିଶାରେ ପ୍ରଭାବିତ ନହେବା ପାଇଁ ନଦୀର ଉଭୟପାଶ୍ୱର୍ରେ ଆଡିବନ୍ଧ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ ବୋଲି ପାପ ସଂଗଠନର ଅଧ୍ୟକ୍ଷ ଶ୍ରୀ ହନ୍ତାଳ ସୁଚନାଦେଇଛନ୍ତି । ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧକରି ପାପ ସଂଗଠନ ପକ୍ଷରୁ ଆୟୋଜିତ ସଭାରେ ଭିମା ମାଡକାମି,ସୁବ ମାଡକାମି, ତାମାୟା ଦାରି,କାନି ଦାରି,ଯେ।।ଗୀ ମାଡକାମି ପ୍ରମୁଖ ଆଦିବାସୀ ନେତା ଉପସ୍ଥିତ ରହି ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିବାସହ ଆଲୋଚନା ରେ ଭାଗନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.