Home ଓଡ଼ିଶା ଜିଲ୍ଲାସ୍ତରୀୟ ଗୋସମ୍ବର୍ଧନା ଉତ୍ସବ ଓ ଗୋ-ବତ୍ସ ପ୍ରଦର୍ଶନୀ

ଜିଲ୍ଲାସ୍ତରୀୟ ଗୋସମ୍ବର୍ଧନା ଉତ୍ସବ ଓ ଗୋ-ବତ୍ସ ପ୍ରଦର୍ଶନୀ

30

ମାଲକାନଗିରି,୧୦ା୧୧ (ଓଡିଆ ପୁଅ ) ମାଲକନଗିରି ବ୍ଲକସ୍ଥ ଏମଭି୭ ଜଗନ୍ନାଥପଲି ବିଦ୍ୟାଳୟ ନିକଟସ୍ଥ ପଡିଆରେ ଜିଲ୍ଲାପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୭୦ତମ ଗୋ ସମ୍ବର୍ଦ୍ଦନା ଉତ୍ସବ ଓ ଗୋ-ବତ୍ସ ପ୍ରଦର୍ଶନୀ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରେ ଗୋ ମାତା ଓ ବତ୍ସ ପ୍ରଦର୍ଶନୀ ର ଆୟୋଜନା କରାଯାଇଥିଲା । ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅଶୋକ କୁମାର ତ୍ରୀପାଠୀଙ୍କ ଅଧ୍ୟ କ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଯୋଗଦେଇ ଗୋମାତାଙ୍କୁ ପୂଜି ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ସବଟିକୁ ଉଦଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ସମ୍ମାନିତ ଅତିଥି ଭାବେ ମାଲକାନଗରି ବିଧାୟକ ଆଜଦିତ୍ୟ ମାଢୀ, ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଓ ବରେନ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମିଚାଂସୀନଥିଲେ । ବିଭିନ୍ନ ଅଚଂଳରୁ ଚାଷୀ ମାନେ ନିଜ ନିଜର ସୁନ୍ଦର ଗୋମାତା-ବତ୍ସ ମାନଙ୍କୁ ସୁଜତି କରି ପ୍ରଦର୍ଶନ କରିଥିଲେ । ଗୋମାତାଙ୍କୁ କିପରି ପାଳନକରିବା,ଚାଷୀମାନେ କିପରି ଉପକୃତ ହେବେ,ଜିଲ୍ଲାରେ ଗୋସମ୍ପଦର ଉନ୍ନତି ଓ ବିକାଶ ପ୍ରତି ଗୁରୁତ୍ୱ ଦିଆ ଯିବବୋଲି ଅତିଥି ମାନେ କହିଥିଲେ । ଏହି ଅବସରେ ବିଦ୍ୟାଳୟର ଛାତ୍ରା ଓ ଛାତ୍ର ମାନଙ୍କ ମଧ୍ୟ ଗୋମାତା ସଂପର୍କ ହୋଇଥିବା ପ୍ରତି ଯୋଗୀତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଓ ସୁନ୍ଦର ଗୋ-ବତ୍ସ ପ୍ରଦର୍ଶନ କରିଥିବା ଚାଷୀ ମାନଙ୍କୁ ମୁଖ୍ୟଅତି ଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଅବସରେ ମାଗଣା ପ୍ରାଣୀ ଚିକିତ୍ସା ଶିବୀର ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଖପାଖ ଅଚଂଳରୁ ବହୁ ଗୋପାଳକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.