ବେନିୟମ ଭାବେ ଗଛ ନଷ୍ଟ କରି ବାଲି ଉଠାଣକୁ ନେଇ ଜନଅସନ୍ତୋଷ

ହରିଚନ୍ଦନପୁର, ତା୧୪.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅଧିନସ୍ଥ ରଘୁନାଥପୁର ମୁଶଳନଦୀରୁ ବାଲିଘାଟରୁ ବେନିୟମ ଭାବେ ଗଛ ନଷ୍ଟ କରି ବାଲି ଉଠାଣକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଖବର ନେବାରୁ ଜଣାପଡିଛି କି ବାଲି ଘାଟ ନେଇଥିବା ଠିକାଦାର ନଦୀ ମଧ୍ୟରୁ ବାଲି ନଉଠାଇ ନଦୀର ଗୋଟିଏ ପାର୍ଶ୍ୱ ଜଙ୍ଗଲକୁ ନଷ୍ଟ କରି ବାଲି ଉଠାଉଥିବାର ଅଭିଯୋଗ ହୋଇଛି। ରଘୁନାଥପୁର ଗ୍ରାମବାସୀଙ୍କ କହିବା ଅନୁଶାରେ ଗତ କିଛି ଦିନ ପୂର୍ବରୁ ଲିଜ ନେଇଥିବା ଠିକାଦାର ମେସିନ ସାହାର୍ଯ୍ୟରେ ନଦୀରୁ ସମସ୍ତ ବାଲି ଉଠାଇ ନେଇଥିଲା। ବର୍ତମାନ ଦିନରେ ନଦୀ ମଧ୍ୟରେ ବାଲି ନଥିବାକୁ ନେଇ ଲିଜଧାରୀ ନଦୀର ଗୋଟିଏ ପାଶ୍ୱର୍ରେ ଥିବା ଜଙ୍ଗଲରୁ…

"ବେନିୟମ ଭାବେ ଗଛ ନଷ୍ଟ କରି ବାଲି ଉଠାଣକୁ ନେଇ ଜନଅସନ୍ତୋଷ"

ଟ୍ରାକ୍ଟର ପିଟିଲା କାରକୁ ଅଳ୍ପେକ ବର୍ତିଲେ ବାପ ଓ ଝିଅ

ହରିଚନ୍ଦନପୁର, ତା୧୩.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ନରଣପୁର ଠାରୁ ବ୍ରାହ୍ମଣୀପାଳ ରାସ୍ତାର ମନୋହରପୁର ବାଇପାସ ରାସ୍ତାରେ ଟ୍ରାକ୍ଟର ପିଟିଲା ମାରୁତି ସିଆଜ କାରକୁ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି। ଘଟଣାରୁ ଜଣାପଡିଛି ଯେ ମାରୁତି ସିଆଜ ଜେଏଚ୍ ୦୫ ବିବି ୭୯୮୮ ନମ୍ବର ଗାଡିଟି ଟାଟାରୁ କେନ୍ଦୁଝର ଦେଇ କଟକ ଯାଉଥିଲା ଓ ଟ୍ରାକ୍ଟରଟି କଟକ ଗୋପାଳପୁର ସୋରୁମରୁ କେନ୍ଦୁଝର ମଣ୍ଡୁଆର ବ୍ଳୁ ଡାଇମଣ୍ଡ ସୋରୁମକୁ ଯାଉଥିଲା। ଯିବା ସମୟରେ ମନୋହରପୁର ବାଇପାସ ଛକ ନିକଟରେ ଟ୍ରାକ୍ଟରଟି ପିଟି ଦୁର୍ଘଟଣା ଘଟାଇଥିଲା। ଟାଟା ପ୍ଲାଣ୍ଟରେ କାର୍ଯ୍ୟାକରୁଥିବା ବିମଲ କୁମାର ତ୍ରିପାଠୀ ନିଜ ଝିଅକୁ ନିଜ କାରରେ ଡ୍ରାଇଭ କରି କଟକ ସିଡିଏ ବାସଭବନକୁ ଛାଡିବାକୁ ଯାଉଥିଲେ।…

"ଟ୍ରାକ୍ଟର ପିଟିଲା କାରକୁ ଅଳ୍ପେକ ବର୍ତିଲେ ବାପ ଓ ଝିଅ"

ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆସ୍ପାୟାର ପକ୍ଷରୁ ଯୁବ କର୍ମଶାଳା

ହରିଚନ୍ଦନପୁର, ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ଯୁବ କର୍ମଶାଳା ଦିବସ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସଭା ଗୃହରେ ଠାରେ ଅନୁଷ୍ଟିତ ହୋଇଯାଇଛି। ହରିଚନ୍ଦନପୁର ବ୍ଲକର ଯୁବକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତିର ଅଧକ୍ଷ ସୁରେଶ କୁମାର ଦେହୁରୀଙ୍କ ଦ୍ୱାରା ବିବେକାନନ୍ଦଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସ୍ୱର୍ଣ୍ଣଲତା ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ କର୍ମଶାଳାର ବିଜୟ କୁମାର ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଏଥିରେ ଫକିର ଚରଣଙ୍କ ଦ୍ୱାରା ଶିଶୁ…

"ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଆସ୍ପାୟାର ପକ୍ଷରୁ ଯୁବ କର୍ମଶାଳା"

ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ହରିଚନ୍ଦନପୁର, ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମପଞ୍ଚାୟତର କମଳାବାହାଳୀ ଗ୍ରାମର ୰ପତି କିଶାନଙ୍କ ପୁଅ ମାର୍କଣ୍ଡ କିଶାନ(୬୨)ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବିଶେଷ ଖବର ନେବାରୁ ଜଣାପଡିଛି ଯେ ୰ପତି କିଶାନଙ୍କର ଦୁଇଟି ଝିଅ ଓ ଗୋଟିଏ ସାନ ପୁଅ ମାର୍କଣ୍ଡ କିଶାନ ଅଟନ୍ତି। ବଡ ଝିଅ ବୌଦେହୀ କିଶାନ ଓ ତାଙ୍କ ସ୍ୱାମୀ ନନ୍ଦ କିଶାନ ଶଶୁରଙ୍କ ସମ୍ଫତି ପାଇବାକୁ ନେଇ ଗତ ୨୦୦୬ମସିହାରେ କେନ୍ଦୁଝର ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କେଶଟିକୁ ଭିର୍ତିକରି ଅମିନ ଓ ଓକିଲକୁ ହାତଗୁଞ୍ଜା ଦେଇ ଜମୀର ଭାଗ ନିମନ୍ତେ ଫର୍ଜରୀ କରି ଗତ ୨୯/୧୨/୧୭ରିଖ ଏକ…

"ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ"

ହରିଚନ୍ଦନପୁର ବ୍ଲକ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ହରିଚନ୍ଦନପୁର,ତା୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ନେବାରୁ ଜଣାପଡିଛିକି ପ୍ରତ୍ୟେକ ଦିନ ହରିଚନ୍ଦନପୁର ବ୍ଲକ ନିକଟରେ ମଦୁଆମାନଙ୍କ ଆଡ୍ଡା ଜମିଥାଏ । ବ୍ଲକ ମଧ୍ୟରେ ଥିବା ପମ୍ଫ ହାଉସରେ ମଦୁଆମାନେ ମଦ ପିଉଥିବାର ଦୃଶ୍ୟମାନ ହେଉଥାଏ କିନ୍ତୁ ବ୍ଲକ ଅଧିକାରୀଙ୍କର ନଜର ପଡୁନଥିବାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ସରକାରଙ୍କ ନିୟମ ଅନୁଶାରେ ମଦ ପିଇ ସରକାରୀ କାର୍ଯ୍ୟାଳୟ ନିକଟକୁ ଯିବା ନିଷେଦ୍ଧ ଥିବା ବେଳେ କେମିତି ଏପରି ନିୟମ ଉଲ୍ଲଘ୍ନ କାର୍ଯ୍ୟ ଚାଲିଛି । ଓ ବ୍ଲକ ପରିସର ମଧ୍ୟରେ ଥିବା ପମ୍ଫ ହାଉସର କବାଟ…

"ହରିଚନ୍ଦନପୁର ବ୍ଲକ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ"

ବିପଦ ସଂଙ୍କୁଳ ଅବସ୍ଥାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ନୂତନ ଗୃହ ଭୂତ କୋଠି ପାଲଟିଛି

ହରିଚନ୍ଦନପୁର, ତା ୧୨.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଥିବା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଗୃହଟି ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ କାର୍ଯ୍ୟ ଚାଲିଥିବା ଅଫିସ ଗୃହଟିର କାନ୍ଥଗୁଡିକ ଫାଟି ଆଁ କରିଥିବା ବେଳେ ଛାତରୁ ସିମେଣ୍ଟ ଖସୁଥିବାର ଜାଣିବାକୁ ମିଳିଛି। କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଭୟରେ କାର୍ଯ୍ୟ କରୁଥିବା ସହ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବାର ଜଣାପଡିଛି।ଏହି କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଅନେକ ଲୋକ ନାନା ପ୍ରକାରର କାମ ପାଇଁ ଆସିଥାନ୍ତି।ସେ ମାନେ ଭୟରେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରୁଥିବାର ଜଣାଯାଇଛି। ଶିଶୁମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ତରଫରୁ ଏହି କାର୍ଯ୍ୟାଳୟ ମାଧ୍ୟମରେ କୋଟି…

"ବିପଦ ସଂଙ୍କୁଳ ଅବସ୍ଥାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ନୂତନ ଗୃହ ଭୂତ କୋଠି ପାଲଟିଛି"

ଅନେକ ସମସ୍ୟା ମଧ୍ୟରେ ହରିଚନ୍ଦନପୁର ପୋଲିସ ଷ୍ଟେସନ

ହରିଚନ୍ଦନପୁର, ତା ୧୦.୦୧(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଷ୍ଟେସନ ସମସ୍ୟା ଘେରରେ ଗତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନୁସନ୍ଧାନରୁ ଜଣାପଡିଛି କି ହରିଚନ୍ଦନପୁର ପୋଲିସ ଷ୍ଟେସନରେ ଆବଶ୍ୟକ ଠାରୁ କମ୍ କର୍ମଚାରୀ ଥିବାରୁ ପୋଲିସ ଚୋର ଧରିବାରେ ବାରମ୍ବାର ବିଫଳ ହୋଉଛି। ନିୟମ ଅନୁଯାୟୀ ଏହି ଷ୍ଟେସନରେ ୨ଟି ସବଇନିପେକ୍ଟର ପଦ ଥିବା ବେଳେ ସେଥିରେ ଗୋଟିଏ ପଦ ଖାଲିରହିଛି। ସେହିଭଳି ୪ଟି ଆସିଷ୍ଟାଣ୍ଡ ସବଇନିପେକ୍ଟର ପଦ ଥିବା ବେଳେ ୨ଟି ପଦ ଖାଲି ରହିଛି। ଓ ଗୋଟିଏ ହାବିଲଦାର ୪ଟି କନେଷ୍ଟବଳ ପଦ ଖାଲିରହିଛି ସହ ୨୭ ହୋମଗାର୍ଡ ପଦ ଥିବା ବେଳେ ୭ଟି ପଦ ଖାଲିପଡିଥିବାର ଜଣାପଡିଛି।…

"ଅନେକ ସମସ୍ୟା ମଧ୍ୟରେ ହରିଚନ୍ଦନପୁର ପୋଲିସ ଷ୍ଟେସନ"

ମୋବାଇଲ ଫୋନ ନଦେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ହରିଚନ୍ଦନପୁର, ତା୦୫.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ନେବାରୁ ଜଣା ପଡିଛି, ବ୍ରାହ୍ମଣୀପାଳ ଫାଣ୍ଡି ହଟିଙ୍ଗି ସାହିର ଫଗୁ ମାଝିର ଝିଅ ଦୁଲାରୀ ମାଝୀ(୧୫)ଟମକା ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା। ବାପା ମାଆଙ୍କ କହିବା ଅନୁଯାୟୀ ଦୁଲାରୀ ପ୍ରାୟ ସମୟରେ କାହା ସହିତ ଗୋପନରେ ଫୋନ ଯୋଗେ କଥା ହେଉଥିବା ଦେଖିବାକୁ ପାଇଥିଲେ। ଏପରି କାର୍ଯ୍ୟକୁ ପରିବାର ଲୋକେ ବାରଣ କରିବା ସହିତ ଦୁଲାରୀ ପାଖରେଥିବା ଫୋନଟିକୁ ପରିବାର ଲୋକେ ନେଇ ଯାଇଥିଲେ ଓ ତାକୁ ଫୋନଟିକୁ ଫେରାଇ ନଥିଲେ। ଘଟଣାକୁ ନେଇ ଦୁଲାରୀ ଶୁକ୍ରବାର ଦିନ…

"ମୋବାଇଲ ଫୋନ ନଦେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା"

ହରିଚନ୍ଦନପୁର ପୋଲିସ ପ୍ରଶାସନ ଚୋର ଧରିବାରେ ନିଷ୍କ୍ରିୟ, ପୁଣି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ସନ୍ଧାନୀ କୁକୁର ମଧ୍ୟ ଚୋର ଧରିବାରେ ବିଫଳ ହରିଚନ୍ଦନପୁର, ତା ୦୬.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଚୋରି ରୋକିବା ସହ ଚୋର ଧରିବାରେ ନିଷ୍କ୍ରିୟ ହେବାକୁ ନେଇ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ୫୦ମିଟର ଦୁରରେ ଥିବା ଅମ୍ବିକା ମୋବାଇଲ ଫୋର(ଭେଳାନାଥ କମୁନିକେସନ)ରୁ ଛପର ତାଡି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ବିଶେଷ ଖବର ଜଣାପଡିଛି ଯେ ଗତ ୧୩/ଜୁନ ୨୦୧୭ରେ ପୋଲିସ ଷ୍ଟେସନରୁ ୨୦୦ମିଟର ଦୁରରେ ଥିବା ଶୁଭଲକ୍ଷ୍ମୀ ଟେଲି ସର୍ଭିସରୁ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା।ଏବଂ ଗତ ୬/୧୨ବୁଧୁବାର ବିଳମ୍ବିତ ରାତିରେ ହରିଚନ୍ଦନପୁର…

"ହରିଚନ୍ଦନପୁର ପୋଲିସ ପ୍ରଶାସନ ଚୋର ଧରିବାରେ ନିଷ୍କ୍ରିୟ, ପୁଣି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି"

ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର

ହରିଚନ୍ଦନପୁର ତା ୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିିଚନ୍ଦନପୁର ଥାନା ଅନ୍ତର୍ଗତ ଧଗୋଠ ଗ୍ରାମର କୃଷ୍ଣ ମୁଣ୍ଡା (୨୮) ଭାରସାମ୍ୟ ହରାଇ ୩୦ଫୁଟ ମୁଷଳ ନଦୀ ପୋଲ ପଡି ଗୁରୁତର ହୋଇଛନ୍ତି। ଶୁକ୍ରବାର ଦିନ ସଂନ୍ଧ୍ଯା ୬ଟା ୩୦ମିନିଟ ସମୟରେ ସାଇକେଲରେ ଭାରସାମ୍ୟ ହରାଇ ପୋଲ ତଳକୁ ପଡି ଗୁରୁତର ହେଇଛନ୍ତି। ସୂଚନା ମୁତାବିକ୍ ଏହି ଘଟଣା ଦେଖି ନିକଟରେ ଥିବା ଲୋକମାନେ ଦମକଳ ବାହିନୀକୁ ଫୋନ କରିଥିଲେ ଫୋନ ଯୋଗେ ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ…

"ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର"