Home ଆମ ପର୍ବ ପର୍ବାଣୀ ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଯାଜପୁର ସିଦ୍ଧେଶ୍ୱର ମନ୍ଦିର, ହଜାର ହଜାର ଭକ୍ତଙ୍କ ସମାଗମ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଯାଜପୁର ସିଦ୍ଧେଶ୍ୱର ମନ୍ଦିର, ହଜାର ହଜାର ଭକ୍ତଙ୍କ ସମାଗମ

255

ବଡ଼ବିଲ ,ତା ୨୧ ଫେବୃଆରୀ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯାଜପୁର ଠାରେ ମହା ଆଡ଼ମ୍ବରରେ ପାଳିତ ହେଇଛି ପବିତ୍ର ଜାଗର ବା ମହାଶିବରାତ୍ରୀ, ହଜାର ହଜାର ଭକ୍ତଙ୍କ ସମାଗମ । ଆଜି ଭଗବାନ ଶିବ ଶଙ୍କରଙ୍କ ଉପାସନାର ପ୍ରମୁଖ ଦିନ । ଏହିଦିନ ଯେଉଁମାନେ ଉପବାସ ପୂର୍ବକ ଭଗବାନ ଶିବଙ୍କୁ ପୂଜା କରନ୍ତି, ସେମାନେ ଇପ୍‍ସିତ ଫଳପ୍ରାପ୍ତ କରନ୍ତି ବୋଲି କୁହାଯାଏ । ସିଦ୍ଧେଶ୍ୱର ମନ୍ଦିରରେ ମହିମା ବହୁ ଅପାର ଏଥିସହ ଶିବ,ପାର୍ବତୀ, ବିଷ୍ଣୁ ଯେଉଁ କ୍ଷେତ୍ରରେ ଏକତ୍ର ପୂଜା ପାଆନ୍ତି । ଯାଜପୁର ଜିଲ୍ଲାର ଅଗଣିତ ଶିବଲିଙ୍ଗ ଭିତରୁ ସିଦ୍ଧେଶ୍ୱର ମନ୍ଦିର ଅନ୍ୟତମ ସିଦ୍ଧେଶ୍ୱର ମନ୍ଦିର ଗଙ୍ଗ ବଂଶର କ୍ରୀର୍ତ୍ତି ଗଙ୍ଗ ରାଜତ୍ୱ ବେଳରୁ ସର୍ବ ପୁରାତନ ମନ୍ଦିର ଅଟେ । ଏହି ମନ୍ଦିର ବାବା ସିଦ୍ଧେଶ୍ୱର ଭାବେ ବେଶ ପରିଚିତ ଅଟେ । ଏଥିସହ ଏଠାରେ ବହୁ ବିଧି ବିଧାନ ଅନୁସାରେ ପୂଜା କରାଯାଇଥାଏ । ଏହି ମହାନ୍‍ ସନାତନୀ ଭାରତୀୟ ପର୍ବଟି ଓଡ଼ିଶାରେ ଟିକେ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ । ଓଡ଼ିଶାରେ ଶିବ ମନ୍ଦିରମାନଙ୍କରେ ବେଢା ପରିକ୍ରମା ନୀତି ସହ ମନ୍ଦିର ଚୂଡାକୁ ବିଳମ୍ବିତ ରାତିରେ ଏହି ଦିନ ମହାଦୀପ ଉତ୍ତୋଳନ କରାଯାଇଥାଏ । ଅର୍ଥାତ୍‌ ମନ୍ଦିରରେ ପୂଜା ପାଉଥିବା ମୂଳ ଶିବ ଲିଙ୍ଗଙ୍କ ପ୍ରତିନିଧି ସ୍ୱରୂପ ଚଳନ୍ତି ବିଗ୍ରହଙ୍କୁ ମନ୍ଦିର ବେଢା ପରିକ୍ରମା କରାଯାଇ ଏକ ମଶାଲ ଆକୃତିର ସ୍ୱତନ୍ତ୍ର ପ୍ରଜ୍ୱଳିତ ଅଗ୍ନିଶିଖାକୁ ମହାଦୀପ ଆକାରରେ ମନ୍ଦିର ଚୂଡାରେ ଥିବା ଅଁଳା ବେଢାରେ ସ୍ଥାପନ କରାଯାଇଥାଏ । ସିଦ୍ଧେଶ୍ୱର ମନ୍ଦିର କମିଟି ପକ୍ଷରୁ ସୌରୀ ଦୀକ୍ଷିତ, ଭାବଗ୍ରାହୀ ଦୀକ୍ଷିତ, ଶିଶିର କୁମାର ଦୀକ୍ଷିତ, ମନୋରଞ୍ଜନ ଦୀକ୍ଷିତ, ସୌମୀୟରଞ୍ଜନ ପାଣିଗ୍ରାହୀ, ରାଜେଶ ଦୀକ୍ଷିତ, ଧନଜୟ ଦୀକ୍ଷିତ, ପ୍ରଭାତ ଦୀକ୍ଷିତ, ରାଧାମୋହନ ଦୀକ୍ଷିତ, ଗୁଡୁ ଦୀକ୍ଷିତ, ସୁର୍ଯ୍ୟମଣି ଦୀକ୍ଷିତ, ଲିଟୁ ଦୀକ୍ଷିତ ଦୃଗାଶଙ୍କର ଦୀକ୍ଷିତ, ପ୍ରକାଶ ଦୀକ୍ଷିତ, ହେମନ୍ତ ଦୀକ୍ଷିତ, ରଞ୍ଜନ କୁମାର ଦୀକ୍ଷିତ, ପ୍ରମୁଖ ସେବାୟତମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.