Home କେନ୍ଦୁଝର ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହେଲା ବିଜ୍ଞାନ ଦିବସ

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହେଲା ବିଜ୍ଞାନ ଦିବସ

158

ବଡ଼ବିଲ ,ତା ୨୮ ଫେବୃଆରୀ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଦିନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ‘ରଞ୍ଜନରଶ୍ମି’ର ଉଦ୍ଭାବନ କରିଥିଲେ । ସଭକାର୍ଯ୍ୟରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଓ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତ ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ ।

ଛାତ୍ରଛାତ୍ରୀଙ୍କୁ ଶିଶୁବର୍ଗ, ବାଲ ବର୍ଗ ଓ କିଶୋର ବର୍ଗରେ ଭାଗ କରାଯାଇ ବିଜ୍ଞାନ ପ୍ରକଳ୍ପ, ବୈଜ୍ଞାନିକମାନଙ୍କ ଫଟୋ ଚିତ୍ର ପ୍ରଦର୍ଶନ ଓ ଖବରକାଗଜରୁ ବିଜ୍ଞାନ ତଥ୍ୟ ସଂଗ୍ରହ ଆଦି ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭକାର୍ଯ୍ୟର ଶେଷରେ ଆଚାର୍ଯ୍ୟ ଶ୍ରୀମାନ ନରେଶ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗୁରୁଜୀ ବୈକୁଣ୍ଠ ମହାନ୍ତ, ଗଣେଶ ମହାନ୍ତ, ମଦନମୋହନ ସାମଲ, ଚନ୍ଦନ ମହାନ୍ତ, ଯଶୋବନ୍ତ ଦେହୁରୀ ଓ ଗୁରୁମା ଅପରାଜିତା ଶତପଥୀ, ବବିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.