Home ଅପରାଧ କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

456

କେନ୍ଦୁଝର,ତା ୧୩ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ତୀର୍ଥ ପାତ୍ର) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି ନିକଟସ୍ଥ ନୂଆହଟିଂ ଆଜି ସକାଳେ ଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ ଯୁବକ ଜଣଙ୍କ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ନିକଟସ୍ଥ ଟୁଙ୍ଗୁରୁବାହାଳ ଗ୍ରାମର ଅଶୋକ ମହାକୁଡ ବୋଲି ଜଣାପଡିଛି । ଅଶୋକ ଜଣେ ଟ୍ରକ ଚାଳକ ଭାବେ କାର୍ଯ୍ୟ କରୁଥିବାର ଜଣାପଡିଛି । ସେ ନୂଆହଟିଂର ଜଣେ ସମ୍ପର୍କୀୟଙ୍କ ଘରେ ରହି ଟ୍ରକର ଚାଳକ ଭାବେ କାର୍ଯ୍ୟ କରୁଥିଲେ । ହେଲେ,ଗତ କିଛି ଦିନ ହେବ ସେ ନିଖୋଜ ଥିବା ସହ ତାଙ୍କର ଖୋଜ ଖବର ପରିବାର ଲୋକେ ପାଇନଥିଲେ । ଆଜି ସକାଳେ ଗ୍ରାମର ଲୋକମାନେ ଶୌଚ ହେବା ନିମନ୍ତେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯିବା ସମୟରେ ମୃତଦେହ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ପରିଚୟ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.