Home ଓଡ଼ିଶା ହରିଚନ୍ଦନପୁର ଅଞ୍ଚଳରେ ଜଣେ ସନ୍ଦିଗ୍ଧ କରୋନାରେ ଆକ୍ରାନ୍ତ ସନ୍ଦେହ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ହରିଚନ୍ଦନପୁର ଅଞ୍ଚଳରେ ଜଣେ ସନ୍ଦିଗ୍ଧ କରୋନାରେ ଆକ୍ରାନ୍ତ ସନ୍ଦେହ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

734

କେନ୍ଦୁଝର, ତା ୪ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଜଣେ ସେନା କର୍ମଚାରୀ ହୋଇଥିବା ବେଳେ ସେ ଅଣ୍ଡାମାନରେ କାର୍ଯ୍ୟରତ ଥିଲେ । ସେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଅଁରପୁର ଗ୍ରାମପଞ୍ଚାୟତ ମଧ୍ୟପୁର ଗ୍ରାମର ରାଧାକୃଷ୍ଣ ମହାନ୍ତ ବୋଲି ଜଣାପଡିଛି । ସେ ଘରକୁ ଫେରିବା ପରେ ଦେହ ଅସୁସ୍ଥ ଲାଗିବା, ଛାତିରେ ଯନ୍ତ୍ରଣା ଓ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ ।

ମଙ୍ଗଳବାର ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ବାସ୍ଥ୍ୟ ପରିକ୍ଷା କରିବା ପାଇଁ ଆସିଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବାବଦରେ ଡାକ୍ତର ରାଜେନ୍ଦ୍ର କୁମାର ନାୟକ ଜାଣିବା ପରେ କରୋନା ଭାଇରସ ସନ୍ଦେହରେ ସିଡିଏମଓଙ୍କ ସହ ଆଲୋଚନା କରି ତାଙ୍କୁ ସନ୍ଦିଗ୍ଧ ଭାବି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଥିଲେ । କିନ୍ତୁ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସେ ଆକ୍ରାନ୍ତ ହୋଇନଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି । ପରେ ତାଙ୍କୁ ଘରକୁ ପଠେଇ ଦିଆଯାଇଥିବା ଜଣାପଡିଛି । ସନ୍ଦିଗ୍ଧ କରୋନା ଭାଇରସକୁ ନେଇ କିଛି ସମୟ ପାଇଁ ଜିଲ୍ଲା ଚିକିତ୍ସାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.