Home ଅପରାଧ ବାଇକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ, ଜଣେ ଗୁରୁତର

ବାଇକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ, ଜଣେ ଗୁରୁତର

448

କେନ୍ଦୁଝର, ତା୨୮ ଫେବୃଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ବଡ଼ବିଲରୁ ଏକ ବାଇକ ଯୋଗେ ହରିଚନ୍ଦନପୁର ଥାନା ମନୋହରପୁର ନିକଟରୁ ଦୁଇଜଣ ଫେରୁଥିବା ବେଳେ ଧୁରପଦା ନିକଟରେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ସୁରେଶ ପଲେଇଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥିରେ ଥିବା ବାବୁରାମ ନାଏକ ଗୁରୁତର ଥିବା ଜଣାପଡିଛି । ବାବୁରାମକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏଥିସହ ବାବୁରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।




LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.