Home ଅପରାଧ ଛୁରୀ ମାରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍, ଗୁରୁତର ଅବସ୍ଥାରେ ଆନନ୍ଦପୁର...

ଛୁରୀ ମାରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍, ଗୁରୁତର ଅବସ୍ଥାରେ ଆନନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

314

କେନ୍ଦୁଝର, ତା ୨୭ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଏନ.ଏଚ ୨୦ ପାର୍ଶ୍ୱରେ ଥିବା ନହାଗୁଣା ଗାଁ ନିକଟରେ ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରୀ ମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟ ନେଇ ଦୃର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ ଗୁରୁତର ଥିବା କର୍ମଚାରୀ ଜଣଙ୍କ ଭାରତ ଫାଇନାନ୍ସର ନିଶାକର ମଲ୍ଲିକ ବୋଲି ଜଣାପଡିଛି । ନିଶାକରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନିଶାକର ଆଜି ସ୍ଥାନୀୟ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଥିବା ର୍ଋଣର କିସ୍ତି ଟଙ୍କାଙ୍କୁ ଆଦାୟ କରି ୧୨ଘଟିକା ସମୟରେ ଫେରୁଥିବା ବେଳେ ବାଟରେ ତାଙ୍କୁ ଦୁଇ ଦୁର୍ବୁତ୍ତ ଏକ ପଲସର ଯୋଗେ ଆସି ଛୁରାମାଡ କରି ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି । ଘଟଣାର ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚିକିତ୍ସା ପରେ ନିଶାକରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.