Home ଓଡ଼ିଶା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେଲେ ଡ଼ ଦମୟନ୍ତୀ ବେଶ୍ରା

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେଲେ ଡ଼ ଦମୟନ୍ତୀ ବେଶ୍ରା

598

ମୟୂରଭଞ୍ଜ, ତା ୨୮ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ମୟୂରଭଞ୍ଜ ଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ ପ୍ରଧ୍ୟାପିକା ଡ଼ ଦମୟନ୍ତୀ ବେଶ୍ରା । ଦୀର୍ଘଦିନର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଆଜି ଦମୟନ୍ତୀଙ୍କୁ ଦେଇଛି ଏକ ପ୍ରତିଷ୍ଠା । ଓଡିଆ ଭାଷା ସହିତ ସାନ୍ତାଳୀ ଭାଷା ସାହିତ୍ୟରେ ଗବେଷଣା ଓ ଶିକ୍ଷା ଲାଗି ପଦ୍ମଶ୍ରୀ ପୁରସ୍କାର ପାଇ ମୟୁରଭଞ୍ଜ ତଥା ଓଡିଶାକୁ ଗୌରବ ଆଣିଛନ୍ତି ଡ଼ ଦମୟନ୍ତୀ ବେଶ୍ରା । ବର୍ତ୍ତମାନ ବାରିପଦାର ଏମ.ପି.ସି ସ୍ୱୟଂସାଶିତ କଲେଜରେ ଓଡିଆ ବିଭାଗରେ ପ୍ରଧ୍ୟାପିକ ଭାବେ କାର୍ଯ୍ୟରତ ଡ଼.ଦମୟନ୍ତୀ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ତେବେ ଓଡିଆ ଓ ସାନ୍ତାଳୀ ସାହିତ୍ୟରେ ଗବେଷଣା କରିବାରେ ସେ ପ୍ରଥମ ମହିଳା ପଦ୍ମଶ୍ରୀ ପୁରସ୍କାର ବିଜେତା । ସଂସଦରେ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିବାରେ ତାଙ୍କ ପରିଶ୍ରମ ଓ ଦାନ ଅତୁଳନୀୟ । ତାଙ୍କର ଏହି ଅନନ୍ୟ ସଫଳତା ଲାଗି ବାରିପଦା ସହିତ ଜିଲ୍ଲା ଓ ରାଜ୍ୟର ସବୁ ମହଲରୁ ତାଙ୍କଲାଗି ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କର ଏହି ଅତୁଳନୀୟ ସାହିତ୍ୟ କୃତୀ ପାଇବାରେ ଯେଉଁମାନଙ୍କ ସାହାଯ୍ୟ ସହଯୋଗ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଦମୟନ୍ତୀ । ସାହିତ୍ୟର ଏହି ଲମ୍ବା ଯାତ୍ରାରେ ତାଙ୍କ ସ୍ୱାମୀ ଡ଼.ଗଙ୍ଗାଧର ହାଁସଦାଙ୍କ ଭୂମିକା ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ସେ ମଧ୍ୟ ୨୦୧୨ ମସିହାରେ ସାନ୍ତାଳୀ ଭାଷା ସାହିତ୍ୟ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.