Home କେନ୍ଦୁଝର ହରିଚନ୍ଦନପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

ହରିଚନ୍ଦନପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ

453

ହରିଚନ୍ଦନପୁର,ତା ୮ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ପ୍ରଧାନ ଗୁରୁଜୀ ଗଣେଶ୍ୱର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଟାଷ୍ଟିଲର ମୁଖ୍ୟ ପ୍ରଶାସନ ଅଧିକାରୀ ଡ଼ଃ ଗୈାତମ ଚକ୍ରବର୍ତ୍ତୀ ଯୋଗ ଦେଇଛନ୍ତି । ଏଥିସହ ମୁଖ୍ୟବକ୍ତା ଭାବେ ବରିଷ୍ଠ ଇଂରାଜୀ ଅଧ୍ୟାପକ ଗୋଲକ ବିହାରୀ ଆଚାର୍ଯ୍ୟ, ବିଦ୍ୟାଳୟର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଛନ୍ତି । ସମ୍ପାଦକ ତ୍ରିଲୋଚନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସାଧାରଣ ସଭା ଶେଷରେ ବାର୍ଷିକ କ୍ରୀଡ଼ା ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଗୁରୁଜୀ ଡମ୍ବରୁଧର ମହାନ୍ତ, ପଦ୍ମନାଭ ମହାନ୍ତ, ନିରଞ୍ଜନ ପାତ୍ର, ତନ୍ମୟ ମହାରଣା, ଜୟପ୍ରକାଶ ମହାନ୍ତ, ମନୋଜ କୁମାର ମହାନ୍ତ, ମାନସରଞ୍ଜନ ସାହୁ, ରଞ୍ଜନ କୁମାର ମହାନ୍ତ, ଶତୃଘନ ମହାନ୍ତ, ଗୁରୁମା ସୁଭଦ୍ରା ସାହୁ, ରଶ୍ମିରେଖା ସାହୁ, ଦିପ୍ତି ମଦିନା, ଉମାମଣି ମହାନ୍ତ, ରେଣୁବାଳା ଡାଙ୍ଗୁଆ, ଝରଣା ବାରିକ, ହେମଲତା ମହାନ୍ତ, ନଳିନୀ ମହାନ୍ତ, ଅନୁପମା ସାହୁ, ଝରଣା ପଲେଇ, ମନୋଜ ମଞ୍ଜରୀ ସାହୁ, ମନୋରମା ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.