Home ଅପରାଧ ଷ୍ଟେଟ ବ୍ୟାଙ୍କ ଶାଖା ବନ୍ଦ ତ ଗ୍ରାହକ ସେବା କେନ୍ଦ୍ର ବନ୍ଦ, ନାହିଁ ନଥିବା ଅସୁବିଧାରେ...

ଷ୍ଟେଟ ବ୍ୟାଙ୍କ ଶାଖା ବନ୍ଦ ତ ଗ୍ରାହକ ସେବା କେନ୍ଦ୍ର ବନ୍ଦ, ନାହିଁ ନଥିବା ଅସୁବିଧାରେ ହରିଚନ୍ଦନପୁର ଜନସାଧାରଣ

269

ହରିଚନ୍ଦନପୁର, ତା ୧୬ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଭାରତୀୟ ଷ୍ଟେଟ ବ୍ୟାଙ୍କର ଗୁରୁବାର ଦିନ କାରବାର ବନ୍ଦ ରହୁଥିବା ବେଳେ ସାମ୍ନାରେ ଥିବା ଉକ୍ତ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ମଧ୍ୟ ବନ୍ଦ ରହିଥିବାକୁ ନେଇ ଏଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ଖବର ଅନୁଯାୟୀ ହରିଚନ୍ଦନପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ସୂଚନା ଅନୁସାରେ ପ୍ରତ୍ୟେକ ମାସର ୧ମ, ୩ୟ ଓ ୫ମ ଗୁରୁବାର କାରବାର ବନ୍ଦ ରହେ। ଚଳିତ ମାସ ଓଡ଼ିଶାର ପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ଚିଠି ଅନୁସାରେ ୧୫ତାରିଖ ବୁଧବାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଯାହା ଫଳରେ ବୁଧବାର ଦିନ ଶାଖା କାର୍ଯ୍ୟାଳୟ ସହ ସମସ୍ତ ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିଥିଲା, ଏଥିସହ ଯାନ୍ତ୍ରିକ ତ୍ରୁଟିକୁ ନେଇ ଏଟିଏମ୍ ଗୁଡ଼ିକ ଅଚଳ ହୋଇପଡିଥିଲା। ତେଣୁ ଏଅଞ୍ଚଳର ଲୋକମାନଙ୍କ ମକର ପାଇଁ ଆବଶ୍ୟକ ଟଙ୍କା ଉଠାଇବା ପାଇଁ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପୁଣି ଗୁରୁବାର ଦିନ ମାସର ୩ୟ ଗୁରୁବାର ଥିବାରୁ ବ୍ୟାଙ୍କର କାରବାର ବନ୍ଦ ରହିଥିବା ବେଳେ ଶାଖା ସମ୍ମୁଖରେ ଥିବା ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିଛି। ଯାହା ଫଳରେ ଏଅଞ୍ଚଳର ଷ୍ଟେଟ ବ୍ୟାଙ୍କର ହଜାର ହଜାର ଉପଭୋକ୍ତା ଆବଶ୍ୟକୀୟ ଟଙ୍କା ଣେଣ ଦେଣ ପାଇଁ ୧୫ରୁ ୨୦ କିଲୋମିଟର ଭଗାମୁଣ୍ଡା, ରେବଣାପଳାଶପାଳ, ଜିରାଙ୍ଗ, ଭଳି ବିଭିନ୍ନ ଗ୍ରାହକ ସେବା କେନ୍ଦ୍ରକୁ ଖର୍ଚ୍ଚାନ୍ତ ସହ ମୂଲ୍ୟବାନ ସମୟ ନଷ୍ଟ କରି ଦୈାଡି ଯିବାକୁ ବାଧ୍ୟ ହୋଇଛନ୍ତି। କେବଳ ଆଜି ନୁହେଁ ଏହିଭଳି ବର୍ଷରେ ଅନେକଥର ଗ୍ରାହକ ସେବା କେନ୍ଦ୍ର ବନ୍ଦ, ଏଟିଏମ୍ ବନ୍ଦ, ଶାଖା କାର୍ଯ୍ୟାଳୟ ବନ୍ଦ ଭଳି ଅନେକ ସମସ୍ୟା ଦେଖାଦେଇଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ହେଉନାହିଁ। ଯାହା ଫଳରେ ଉକ୍ତ ବ୍ୟାଙ୍କର ଉପଭୋକ୍ତାମାନେ ବେସରକାରୀ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଇ ଚିଟଫଣ୍ଡ ଭଳି ବିଭିନ୍ନ ସଂସ୍ଥାର ଶିକାର ହେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ହରିଚନ୍ଦନପୁର ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.