Home ଓଡ଼ିଶା ଦୈତାରୀରେ ବାଘ ପରେ ଏବେ ଦନ୍ତା ହାତୀର ଆତଙ୍କ, ଆକ୍ରମଣର ଶିକାର ହୋଇ ସିଆଇଏସଏଫ୍ ଯବାନ...

ଦୈତାରୀରେ ବାଘ ପରେ ଏବେ ଦନ୍ତା ହାତୀର ଆତଙ୍କ, ଆକ୍ରମଣର ଶିକାର ହୋଇ ସିଆଇଏସଏଫ୍ ଯବାନ ଗୁରୁତର

428

ଦୈତାରୀରେ ଓଏମସି ମାଇନ୍ସର ମନମୁଖୀ କାର୍ଯ୍ୟକୁ ନେଇ ବନ୍ୟଜନ୍ତୁ ଗାଁ ମୁହାଁ, ଭୟଭୀତ ଅବସ୍ଥାରେ ଜନସାଧାରଣ

ହରିଚନ୍ଦନପୁର,ତା ୧୭ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ମାଇନ୍ସରେ ଗତ କିଛି ଦିନ ପୂର୍ବେ ବାଘର ଆତଙ୍କ ଖେଳି ଯାଇଥିଲା । ଫଳରେ ସେଠାକାର ଲୋକମାନେ ଭୟଭୀତ ଅବସ୍ଥାରେ ରହୁଥିଲେ । ସେ ଘଟଣାକୁ ନେଇ ମାଇନ୍ସ କର୍ତୃପକ୍ଷ ଓ ବନବିଭାଗ କର୍ତ୍ତୃପକ୍ଷ ସଲାସୁତୁରା ହୋଇ ନିରବଦ୍ରଷ୍ଟା ହୋଇଗଲେ । ହେଲେ ଏବେ ପୁଣି ଦୈତାରୀ ଥାନା ନିକଟରେ ଦନ୍ତା ହାତୀର ତାଣ୍ଡବ ଦେଖିବାକୁ ମିଳିଛି ।

ଗତ କାଲି ରାତିରେ ବଣୁଆ ଦନ୍ତା ହାତୀ ଜଣେ ସିଆଇଏସଏଫ ଯବାନଙ୍କ ଘର ଭାଙ୍ଗିବା ସହ ଯବାନଙ୍କ ପେଟରେ ଦାନ୍ତ ଏମିତି ଭୁସି ଦେଇଥିଲା ଯେ ତାଙ୍କର ଅନ୍ତଭୁଜୁଳା ସମ୍ପୂର୍ଣ୍ଣ ବାହାରି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ କଳିଙ୍ଗନଗର ଟାଟା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଖବର ମୁତାବକ ବଙ୍ଗଳୀ ସୋରେନ୍ ଜଣେ ସିଆଇଏସଏଫ (CISF) ଯବାନ, ସେ ରାଉରକେଲାରେ ଚାକିରୀ କରୁଛନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଛୁଟି କଟାଇବା ପାଇଁ ଘରକୁ ଆସିଥିଲେ । ହେଲେ ବର୍ତ୍ତମାନ ଯବାନ ଜଣଙ୍କ ଜୀବନ ମରଣ ସହ ସଂଘର୍ଷ କରିଚାଲିଛନ୍ତି ।

ଘଟଣାରୁ ଯଣାପଡିଛି ଯେ ଗୁରୁବାର ରାତିରେ ଦୈତାରୀର ଫର୍ଟି ଟୁନାମେଣ୍ଟ ଅଞ୍ଚଳର କୁନା ସୋରେନ ଓ ବଙ୍ଗାଳି ସୋରେନ ଘରେ ସୋଇଥିବା ବେଳେ ଏକ ଦନ୍ତା ହାତୀ ଆସି ପ୍ରଥମେ ଘରକୁ ଭାଙ୍ଗିଥିଲା । ଘର ଭାଙ୍ଗିବା ଶବ୍ଦ ଶୁଣି କୁନା ଗ୍ରୀଲ ପାଖକୁ ଆସି ହାତୀ ଘରଭାଙ୍ଗୁ ଥିବାର ଦୃଶ୍ୟ ଦେଖିଥିଲେ । କୁନା ତାର ଭାଇ ବଙ୍ଗାଳୀ ଏବଂ ଘରର ସମସ୍ତ ସଦସ୍ୟଙ୍କୁ ଉଠାଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଘର ବାହାରକୁ ଦୈାଡି ପଳାଉଥିବା ସମୟରେ ହାତୀଟି ଦୈାଡି ଯାଇ ଘରର କିଛିବାଟ ଦୂରରେ ବଙ୍ଗାଳୀକୁ ମରଣାନ୍ତକ ଆକ୍ରମଣ କରିଥିଲା । ପରିବାରର ଅନ୍ୟ ସଦସ୍ୟମାନେ ବର୍ତ୍ତି ଯାଇଥିବା ବେଳେ ବଙ୍ଗଳୀ ଆକ୍ରମଣର ଶିକାର ହୋଇ ସେ ଗୁରୁତର ହୋଇଛନ୍ତି ।

ଘଟଣାର ଖବର ପାଇ ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ପରେ ଆହାତ ପରିବାର ଓ ସରପଞ୍ଚ ସହ ଆଲୋଚନା କରିଥିଲେ । ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଓଏମସି ମାଇନ୍ସର ମନମୁଖୀ କାର୍ଯ୍ୟକୁ ନେଇ ଗତ କିଛି ଦିନ ହେବ ବନ୍ୟଜନ୍ତୁ ଗାଁ ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । ଫଳରେ ଅନେକ ଜନଜୀବନ ନଷ୍ଟ ହେବା ସହ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.