Home ଓଡ଼ିଶା ନିଆଁ ପୁଇଁବା ହେଲା କାଳ ,ନିଆଁରେ ପୋଡ଼ି ହୋଇ ମହିଳା ମୃତ

ନିଆଁ ପୁଇଁବା ହେଲା କାଳ ,ନିଆଁରେ ପୋଡ଼ି ହୋଇ ମହିଳା ମୃତ

303

ହରିଚନ୍ଦନପୁର,ତା ୩୦ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
ନିଆଁ ପୁଇଁବା ବେଳେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡପଳାଶପାଳ ଗ୍ରାମ ପଞ୍ଚାୟତର ଭୋକା ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ ମୃତକ ମହିଳା ଜଣଙ୍କ ଭୋକା ଗ୍ରାମର ଟୁକୁନା ମୁଣ୍ଡାଙ୍କ ପତ୍ନୀ ରାଇମଣୀ ମୁଣ୍ଡା(୨୩) ବୋଲି ଜଣାପଡିଛି‌ । ଆଜି ସନ୍ଧ୍ୟା ସମୟରେ ରାଇମଣୀ ଘର ନିକଟରେ ନିଆଁ ପୁଇଁବା ସମୟରେ ଅସାବଧାନତା ଯୋଗୁଁ ହଠାତ ଦେହରେ ନିଆଁ ଲାଗିଯାଥିଲା । ଫଳରେ ସେ ଗୁରୁତର ହୋଇଥିଲେ, ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.