Home କେନ୍ଦୁଝର ବଡ଼ବିଲ ଠାରେ ଉତ୍କଳ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ବଡ଼ବିଲ ଠାରେ ଉତ୍କଳ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

130

ବଡ଼ବିଲ ,ତା ୦୪ ମାର୍ଚ୍ଚ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ବିକାଶ ମହଲ ସଭାଗୃହରେ ଆଜି ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବଡ଼ବିଲ ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପୂର୍ବତନ ପୌର ଉପାଧ୍ୟାକ୍ଷା ଲାବଣ୍ୟବତୀ ସାହୁ, ସମାଜସେବୀ ବିଜୟ ମହାନ୍ତି ମଞ୍ଚାସିନ ହୋଇଥିଲେ ।

ଚଳିତ ବର୍ଷ ଉତ୍କଳ ଦିବସ କିପରି ଅଧିକ ସୁନ୍ଦର ଭାବେ ପାଳନ କରାଯାଇପାରିବ ସେ ସମନ୍ଧରେ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଥିଲା । ବଡ଼ବିଲ ଅଞ୍ଚଳର ବରିଷ୍ଠ ନାଗରିକ, ବିଭିନ୍ନ ମହିଳା ସଙ୍ଗଠନର ସଦସ୍ୟ, ଖଣି ଓ କମ୍ପାନୀ ଅଧିକାରୀ ସମେତ ଅନେକ ବୃଦ୍ଧିଜୀବିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.