Home ଅପରାଧ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡବିଲ ରାଜସ୍ବ ନିରୀକ୍ଷକ ଭିଜଲାନ୍ସ ହାତରେ ଗିରଫ

୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡବିଲ ରାଜସ୍ବ ନିରୀକ୍ଷକ ଭିଜଲାନ୍ସ ହାତରେ ଗିରଫ

160

ବଡ଼ବିଲ ,ତା ୨୫ ଫେବୃଆରୀ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଚଢ଼ାଉ । ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡି । ଘଟଣାରୁ ଜଣାପଡେ କି ବଡ଼ବିଲ କରାକୋଲା ଗ୍ରାମର ଯକ୍ରିଏସ କିଷ୍ପଟା ନାମକ ବ୍ୟକ୍ତି ତାଙ୍କର ଜମି ଚିହ୍ନଟ ପାଇଁ ବିଗତ ଦୁଇ ମାସ ତଳେ ଆବେଦନ କରିଥିଲେ । ତାଙ୍କ ଜମି ଚିହ୍ନଟ ପାଇଁ ଅତିରିକ୍ତ ରାଜସ୍ବ ନିରୀକ୍ଷକ ୫ହଜାର ଟଙ୍କା ମାଗିଥିଲେ । ଏ ବାବଦରେ ଯକ୍ରିଏସ କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ଡିଏସପି ଦେବଦତ୍ତ ସିଂ ଯୋଜନା ମୁତାବକ ରାଜସ୍ବ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ରାଜସ୍ବ ନୀରକ୍ଷକ ରାମେଶ୍ବର ମାରାଣ୍ଡିଙ୍କୁ ଗିରଫ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.