Home ଓଡ଼ିଶା କରୋନା ଭାଇରସର ଭୟ, ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଜନସାଧାରଣ, ପୋଲିସ ତଦନ୍ତ...

କରୋନା ଭାଇରସର ଭୟ, ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଜନସାଧାରଣ, ପୋଲିସ ତଦନ୍ତ ଜାରି

74

ହରିଚନ୍ଦନପୁର, ତା ୦୭ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଆଜି ସକାଳେ ଜଣେ ଫରେନର୍ ଚା ପିଉଥିବାର ଲୋକମାନେ ଦେଖିବାକୁ ପାଇଥିଲେ । କରୋନା ଭାଇରସକୁ ନେଇ ସମସ୍ତ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହି ବିଦେଶୀଙ୍କୁ ଦେଖି ଲୋକମାନଙ୍କ ମଧ୍ୟରେ କୋରନା ଭାଇରସ ଭୟର ଆତଙ୍କ ଖେଳିଯାଇଥିଲା । ଫଳରେ ସେଠାକାର ଲୋକମାନେ ଦୈତାରୀ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଦେଶୀଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ଏଥିସହ ଉକ୍ତ ବିଦେଶୀଙ୍କ ଭିଷାର ଅବଧି ହାତ ଲେଖା ହୋଇଥିବାରୁ ଲୋକମାନଙ୍କ ମନରେ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଥିଲା । ବିଦେଶୀଙ୍କ ଠାରୁ ଅଧିକ ତଥ୍ଯ ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.