Home ଓଡ଼ିଶା ୧୦ ଚକିଆ ଟ୍ରକ୍ ସହ ବାଇକ୍ ଧକ୍କା, ଘଟଣାସ୍ଥଳରେ ୨ଜଣ ଯୁବକ ମୃତ, ପୋଲିସ ତଦନ୍ତ...

୧୦ ଚକିଆ ଟ୍ରକ୍ ସହ ବାଇକ୍ ଧକ୍କା, ଘଟଣାସ୍ଥଳରେ ୨ଜଣ ଯୁବକ ମୃତ, ପୋଲିସ ତଦନ୍ତ ଜାରି

314

ହରିଚନ୍ଦନପୁର, ତା ୦୬ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗ୍ରାମ ନିକଟସ୍ଥ ବାଇପାସ ରାସ୍ତାରେ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି । ଉକ୍ତ ଦୁର୍ଘଟଣାରେ ବାଇକ ଆରୋହୀ ଓ ସାଥିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ହୁଣ୍ଡା ଗ୍ରାମର ହଗୁରୁ ପାତ୍ରଙ୍କ ପୁଅ ନାଣ୍ଡୁ ପାତ୍ର(୨୫) ଓ ନିରଖଣ୍ଠ ବେହେରାଙ୍କ ପୁଅ ଟିକାୟତ ବେହେରା(୨୬) ଓ ଦୁଇଜଣ ସାଙ୍ଗ ଦୁଇଟି ବାଇକ୍ ଯୋଗେ ଡ୍ରେସ୍ କିଣିବା ପାଇଁ ହରିଚନ୍ଦନପୁର ଅଭିମୁଖେ ଆସିଥିଲେ । ଏଠାରୁ ଡ୍ରେସ୍ କିଣି ଘରକୁ ଫେରିବା ସମୟରେ ହରିଚନ୍ଦନପୁର ନରଣପୁର ଭିଆଇପି ରାସ୍ତାର ଆଖୁପାଳ ନିକଟସ୍ଥ ବାଇପାସ ରାସ୍ତାରେ ୧୦ ଚକିଆ ଟ୍ରକ ସହ ନାଣ୍ଡୁ ଓ ଟିକାୟତ ଥିବା ବାଇକ୍ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଉଭୟଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ଦେଖି ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ନିକଟସ୍ଥ ଅଗ୍ନୀଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ମୃତ ଦୁଇଜଣ ଯୁବକଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରିଥିଲେ । ହରିଚନ୍ଦନପୁର ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିଛି । ଏଥିସହ ଏକ ମାମାଲା ରୁଜୁ କରି ଉଭୟ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ପୋଲିସ ପକ୍ଷରୁ ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତ ଦୁଇ ଯୁବକ ହରିଚନ୍ଦନପୁର ସରକାରୀ ମଦଦୋକାନରୁ ମଦ୍ୟପାନ କରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.