ମ୍ୟାଲେରିଆ ନିରାକରଣ ଓ ମଶାରୀ ବ୍ୟବହାର ସଚେତନତା

ଖଡିଆଳ/ନୂଆପଡା-୧୯.୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ସ୍ଥିତ ଉନ୍ନିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମ୍ୟାଲେରିଆ ନିରାକରଣ ଏବଂ ମଶାରୀ ବ୍ୟବହାରକୁ ନେଇ ସଚେତନତା ରଥ ନିଧିରଥର ଶୁଭାରମ୍ଭ ହୋଇଯାଇଛି। ଏହି ସଚେତନତା ରଥ ଖଡିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରି ସଚେତନତା ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଲକୃଷ୍ଣ ଶବର,ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ପୂର୍ଣ୍ଣଚନ୍ଦ୍ର ଆଚାରୀ,ବ୍ଲକ ଉପାଧ୍ୟକ୍ଷ ନିଲେନ୍ଦ୍ରି ମେହେର,ମେଜର ଡଃ ରାମଚନ୍ଦ୍ର ମିଶ୍ର,ଜିଲା ପରିଷଦ ସଭ୍ୟା ରମୁଳୀ ଶବର,ଡ.ଦୀନବନ୍ଧୁ ମହାନନ୍ଦ,ପିଏଚଇଓ ଧର୍ମେନ୍ଦ୍ର ତାଣ୍ଡି,ବିପିଏମ ୱାସିମ ରାଜା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ ଆସନ୍ତା…

"ମ୍ୟାଲେରିଆ ନିରାକରଣ ଓ ମଶାରୀ ବ୍ୟବହାର ସଚେତନତା"

କିଡନୀ ରୋଗ ଆତଙ୍କ, ୨ ବର୍ଷରେ ୩୪ ମୃତ – ଜିଲ୍ଲା ପ୍ରଶାସନ ପରିଦର୍ଶନ କଲେ ପ୍ରଭାବିତ ଗ୍ରାମ

କଳାହାଣ୍ଡି–୧୯/୦୬(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡି ଜିଲ୍ଲାର ଅନେକ ଅଂଚଳ ରେ ପାନୀୟ ଜଳ ପାଇଁ କିଡନୀ ରୋଗାକ୍ରାନ୍ତ ହେଉଥିବା ଯୋଗୁଁ ସେସବୁ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି। ଧର୍ମଗଡ ଉପଖଣ୍ଡର ବୃନ୍ଦାବାହାଲ,କେଲିଆ ଆଦି କେତେକ ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଥିବା ବେଳେ ନଳକୂପର ପାଣି ପିଇ ମଧ୍ୟ ଲୋକେ କିଡନୀ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ସଂପ୍ରତି ଭବାନୀପାଟଣା ଉପଖଣ୍ଡ ଅଧିନସ୍ଥ ସଦର ବ୍ଲକ ଦାଦପୁର ଗ୍ରାମପଂଚାୟତର ଯମୁନାବାହାଲ ଗ୍ରାମରେ କିଡନୀ ରୋଗରେ ଗତ ଦୁଇ ବର୍ଷ ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୨୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏସଂପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ…

"କିଡନୀ ରୋଗ ଆତଙ୍କ, ୨ ବର୍ଷରେ ୩୪ ମୃତ – ଜିଲ୍ଲା ପ୍ରଶାସନ ପରିଦର୍ଶନ କଲେ ପ୍ରଭାବିତ ଗ୍ରାମ"

ଶୋଇଛି ସ୍ୱାସ୍ଥ୍ୟ ବିଭାଗ: ଗାଁ କୁ ଘାରିଛି ଅଜଣା ରୋଗର ଭୟ

ବଙ୍ଗୋମୁଣ୍ଡା/ବଲାଙ୍ଗିର ୧୭/୬ (ଓଡ଼ିଆ ପୁଅ/ଜଗଦୀଶ ସୁନା) ବର୍ତ୍ତମାନ ଯୁଗର ଭାରତ ବର୍ଷରେ ବସବାସ କରୁଥିବା ଲୋକେ ଚନ୍ଦ୍ରପୃଷ୍ଟକୁ ଯାଇ ଘର କିଣିବା ପାଇଁ ପ୍ରତିଯୋଗୀତା ସାଜିଛି। ଅସମ୍ଭବ ବୋଲି ଆଉ କିଛି ନାହିଁ। କେବଳ ମଣିଷର ରକ୍ତ ତିଆରି କରିବାରେ ବୈଜ୍ଞାନିକ ମାନେ ପ୍ରୟାଶ ଚଲାଇଛନ୍ତି ଓ ଫେଲ ହୋଇଛନ୍ତି ମଧ୍ୟ। ଅଜି ଯାଏ ରକ୍ତ ତିଆରି କରିପାରି ନାହାନ୍ତି। କିନ୍ତୁ ଅଜଣା ରୋଗ ଚିହ୍ନିବାରେ ବିଫଳ ହେବା ସଂପ୍ରତି ସମାଜରେ ଲଜ୍ଜାଜନକ। ରୋଗ ସଂକ୍ରମିତ ହେଲେ ଲୋକେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ କଲାପରେ ଭଳ ହୋଇଥାନ୍ତି। ଅନ୍ୟ କ୍ଷେତ୍ରରେ ରୋଗ ଦାଉରୁ ନିରାକରଣ ପାଇଁ ଦୂର ଦୂରାନ୍ତକୁ ଯାଇଥାନ୍ତି। ହେଲେ ଏମିତି ଗୋଟିଏ ଗାଁ…

"ଶୋଇଛି ସ୍ୱାସ୍ଥ୍ୟ ବିଭାଗ: ଗାଁ କୁ ଘାରିଛି ଅଜଣା ରୋଗର ଭୟ"

ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ସମସ୍ୟାକୁ ନେଇ ମହିଳା କଂଗ୍ରେସର ସ୍ମାରକପତ୍ର ପ୍ରଦାନ

ତାଳଚେର,୧୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଭୁଷୁଡ଼ି ପଡ଼ିଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧୀରଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ଓ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପରିଦର୍ଶନରେ ଯାଇ ସେଠାରେ ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରିବାସହ ରୋଗୀମାନଙ୍କର ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ତାଳଚେର ସମେତ ଅନ୍ୟାନ୍ୟ ଅଂଚଳର ଜନସାଧାରଣ ଏହି ଡାକ୍ତରଖାନା ଉପରେ ବିଶେଷଭାବେ ନିର୍ଭର କରୁଛନ୍ତି ବୋଲି ପ୍ରତିନିଧି ଦଳ ଜାଣି ପାରିଥିଲେ। ଅପରପକ୍ଷରେ ତାଳଚେରରୁ…

"ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ସମସ୍ୟାକୁ ନେଇ ମହିଳା କଂଗ୍ରେସର ସ୍ମାରକପତ୍ର ପ୍ରଦାନ"

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏନାସ୍ଥେସିଆ ଡାକ୍ତର ଅଭାବରୁ ହେଉନି ଅପରେସନ

ବାଲେଶ୍ୱର,୧୭/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବିଭିନ୍ନ ବିଭାଗର ଡାକ୍ତର ଅଭାବ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି। ‘ସବୁଥାଇ କିଛି ନ ରହିବା’ ଭଳି ସ୍ଥିତିରେ ‘ନାହିଁ ନାହିଁରେ’ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟାନ୍ୟ ବହୁ ବିଭାଗର ବିଶେଷଜ୍ଞ ନଥିବା ବେଳେ ରୋଗୀମାନଙ୍କୁ ସର୍ବଦା କଟକ ରେଫର କରାଯାଉଥିବା ନେଇ ବିଭନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ତେବେ ଏନାସ୍ଥେସିଆ ଡାକ୍ତରଙ୍କ ଅଭାବରେ ଆଜି ଦୁଇଜଣ ହାରର୍ଣ୍ଣିଆ ରୋଗୀଙ୍କର ଅପରେସନ ହୋଇ ନ ପାରିବା ଯୋଗୁଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିପର୍ଯ୍ୟସ୍ତ ସେବାର ପର୍ଦ୍ଦାଫାସ ହୋଇଥିଲା। ହାର୍ଣ୍ଣିଆ ରୋଗରେ ପୀଡ଼ିତ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ …

"ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏନାସ୍ଥେସିଆ ଡାକ୍ତର ଅଭାବରୁ ହେଉନି ଅପରେସନ"

ବିଲ ମଝିରୁ ପିମ୍ପୁଡି କାମୁଡାରେ ଗୁରୁତର ଏକ ୬ ମାସର ଶିଶୁ ଉଦ୍ଧାର, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାାଳୟରେ ଭର୍ତି

କେନ୍ଦୁଝର ୧୬/୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ସହର ସ୍ଥିତ ଶିରିପୁର ସାହି ନିକଟସ୍ଥ ବିଲ ମଝିରୁ ପିମ୍ପୁଡି କାମୁଡାରେ ଗୁରୁତର ହୋଇ ପଡିଥିବା ଏକ ୬ ମାସର ଶିଶୁକୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାାଳୟରେ ଭର୍ତି ହୋଇଛି। ବଣିଆପାଟ ସାହିର ରଶ୍ମୀତା ଟୁଡୁ ଆଜି ଶିରିପୁର ସ୍ଥିତ ତାଙ୍କ ମାମୁଁ ଘରକୁ ରଜ ବୁଲିବାକୁ ଆସିଥିଲେ। ତାଙ୍କ ମାମୁଁ ହାଣ୍ଡିଆ ବେପାର କରନ୍ତି। ରଶ୍ମୀତା ଆଜି ଦ୍ୱିହିପହରେ ତାଙ୍କ ମାମୁଁଙ୍କ ବାରଣ୍ଡାରେ ତାଙ୍କ ୬ ମାସର ପୁଅ ଯାକ ଟୁଡୁକୁ ଶୁଆଇ ଦେଇ କିଛି ବାସନ ମାଜୁଥିଲେ। ଏହି ସମୟରେ ସେଠାକୁ ହାଣ୍ଡିଆ ପିଇ ବାକୁ…

"ବିଲ ମଝିରୁ ପିମ୍ପୁଡି କାମୁଡାରେ ଗୁରୁତର ଏକ ୬ ମାସର ଶିଶୁ ଉଦ୍ଧାର, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାାଳୟରେ ଭର୍ତି"

କେନ୍ଦୁଝର : ଅନ୍ଧ ବିଶ୍ୱାସର କରୁଣ ପରିଣତି : ୬ଦିନରେ ୫ ଶିଶୁକୁ ଚେଙ୍କ

– ରୋଗ ଭଲ ନହେବାରୁ ଅତି ନିର୍ଦ୍ଦୟ ଭାବରେ ପୁଣି ଜଣେ ୯ ବର୍ଷର ନାବାଳିକାକୁ ଦିଆଗଲା ଚେଙ୍କ କେନ୍ଦୁଝର ୧୭/୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ପୁଣି ଆଉଥରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର କରୁଣ ପରିଣତି। ରୋଗ ଭଲ ନ ହେବାରୁ ୯ ବର୍ଷର ଜଣେ ନାବାଳିକାକୁ ପୁଣି ଚେଙ୍କ ଦେଲା ତାର ମା’ ଏବେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯନ୍ତ୍ରଣାରେ ହେଉଛି ଛଟପଟ ନାବାଳିକା ଟି। ଗତ ଛ ଦିନ ଭିତରେ କେନ୍ଦୁଝର ଜିଲ୍ଲା ବିଭିନ୍ନ ସ୍ଥାନରେ ୫ ଜଣ କମୋଳ ମତି ଶିଶୁଙ୍କୁ ରୋଗ ଭଲ ନହେବାରୁ ଅତି ନିର୍ଦ୍ଧୟ ଭାବରେ ଚେଙ୍କ…

"କେନ୍ଦୁଝର : ଅନ୍ଧ ବିଶ୍ୱାସର କରୁଣ ପରିଣତି : ୬ଦିନରେ ୫ ଶିଶୁକୁ ଚେଙ୍କ"

ଆରଜିଏଚ୍ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ

ରାଉରକେଲା ୧୬-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ) ପରିସରରେ ଥିବା ବ୍ଲଡ ବ୍ୟାଙ୍କରେ ଏବେ ରକ୍ତ ଅଭାବ। ଦିନେ କି ଦୁଇଦିନ ନୁହେଁ ସପ୍ତାହ ଧରି ଲାଗି ରହିଛି ଏପରି ସମସ୍ୟା। ପ୍ରତିଦିନ ୩୦ରୁ ୪୦ ୟୁନିଟ ରକ୍ତ ଆବଶ୍ୟକ ହେଉଥିବାବେଳେ ଏବେ ଉପଲବ୍ଧ ଅଛି ମାତ୍ର ୧୦ ୟୁନିଟ ରକ୍ତ। ଗୁରୁବାର ଆରଜିଏଚ ବ୍ଲଡ ବ୍ୟାଙ୍କରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏ ବି ପଜିଟିଭ ଗୋଟିଏ ୟୁନିଟ, ବି ପଜିଟିଭ ୪, ଓ ପଜିଟିଭ ୩ ଏବଂ ଏ ବି ନେଗେଟିଭର ୨ ଟି ୟୁନିଟ ରକ୍ତ ଉପଲବ୍ଧ ରହିଥିବ ସୂଚନା ଫଳକରେ ଲେଖାଯାଇଥିଲା। ବି,ଓ ଏବଂ ଏ…

"ଆରଜିଏଚ୍ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ"

ଅସହ୍ୟନୀୟ ଯନ୍ତ୍ରଣା! ଚିକିତ୍ସା ପାଇଁ ଅର୍ଥ ନାହିଁ! ଆତ୍ମ ହତ୍ୟା ଛଡ଼ା ଆଉ କିଛି ବାଟ ନାହିଁ!

ଟିଟିଲାଗଡ଼ ୧୪/୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦିନ ପରେ ଦିନ ଗଢ଼ିଚାଲିଛି। ହେଲେ ଯନ୍ତ୍ରଣା ବଢ଼ିଚାଲିଛି, ଶେଷରେ ସବୁ ଆଡ଼ୁ ନିରାଶ ହୋଇ ଏବେ ଆସହତ୍ୟା ଛଡ଼ା ଅନ୍ୟ ରାସ୍ତା ନାହିଁ ବୋଲି କାନ୍ଦି କାନ୍ଦି ପ୍ରକାଶ କରିଛି ମନ୍ମଥ ବାଗ। ଟିଟିଲାଗଡ଼ ସବ-ଡିଭିଜନ ଅଧୁନସ୍ଥ ବାଲପଦର ଗ୍ରାମର ୩୦ ବର୍ଷୀୟ ଯୁବକ ମନ୍ମଥ ବାଗ ଘରେ ବୃଦ୍ଧ ପିତାଙ୍କ ଛଡ଼ା କେହିନାହାଁନ୍ତି। ପ୍ରାୟ ୪ ବର୍ଷ ହେଲା ମୁହଁ ଗୋଟିଏ ପଟେ ଅସ୍ଵାଭାବିକଭାବେ ବଢ଼ି ବଢ଼ି ଏବେ ବିରାଟ ଆକାର ଧାରଣ କରିବା ସହ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। ଅନେକ ଟଙ୍କା ଧାର, କରଜ କରି ଚିକିତ୍ସା କରି ମଧ୍ୟ ସୁଫଳ ପାଇ…

"ଅସହ୍ୟନୀୟ ଯନ୍ତ୍ରଣା! ଚିକିତ୍ସା ପାଇଁ ଅର୍ଥ ନାହିଁ! ଆତ୍ମ ହତ୍ୟା ଛଡ଼ା ଆଉ କିଛି ବାଟ ନାହିଁ!"

ଭଦ୍ରକ : ଫାର୍ମାସିଷ୍ଟ ବଦଳି ପ୍ରତିବାଦରେ ରାସ୍ତାରୋକ, ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ଲୋକେ

ଭଦ୍ରକ, ୧୪ା୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ର ଲୋକପ୍ରିୟ ଫାର୍ମାସିଷ୍ଟ ଶୁଭ୍ରକାନ୍ତ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଥିବା ପ୍ରତିବାଦରେ ରହଣିଆ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ମଙ୍ଗଳବାର ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେରାଉ କରିବା ସହ ସଂଲଗ୍ନ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର ଆଦୌ ଆସୁନଥିବା ବେଳେ ଅନୁରୂପ ଭାବେ ଧାମନଗରରେ କାର୍ଯ୍ୟରତ ଜନୈକ ଫାର୍ମାସିଷ୍ଟଙ୍କୁ ଏଠାରେ ଯୋଗଦେବାକୁ ଆଦେଶ ଦିଆଯାଇଥିବାରୁ ସ୍ଥାନୀୟ ଲୋକଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ଉକ୍ତ ଫାର୍ମାସିଷ୍ଟ ଭୁବନେଶ୍ୱରରେ ରହି ସପ୍ତାହକୁ ମାତ୍ର ଦୁଇଦିନ…

"ଭଦ୍ରକ : ଫାର୍ମାସିଷ୍ଟ ବଦଳି ପ୍ରତିବାଦରେ ରାସ୍ତାରୋକ, ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଘେରିଲେ ଲୋକେ"