Home Top News ଗୁଜବ ଓ ସଠିକ୍ ତଥ୍ୟ : ଗଣମାଧ୍ୟମରେ ପ୍ରକାଶିତ ଖବର ୫୦ଲକ୍ଷ ଅବ୍ୟବହୃତ କୋଭିସିଲ୍ଡ ମାତ୍ରା...

ଗୁଜବ ଓ ସଠିକ୍ ତଥ୍ୟ : ଗଣମାଧ୍ୟମରେ ପ୍ରକାଶିତ ଖବର ୫୦ଲକ୍ଷ ଅବ୍ୟବହୃତ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହେବା କଥା ଭିତ୍ତିହୀନ ଓ ଭୂଲ ତଥ୍ୟ ଉପରେ ପର୍ଯ୍ୟବେସିତ

40

– କେନ୍ଦ୍ର ପ୍ରତ୍ୟେକ ରାଜ୍ୟକୁ ପ୍ରଥମ ଅବଧି ପୂରଣ ହେଉଥିବା ଟିକାର ବ୍ୟବହାର ପ୍ରଥମେ କୋଭିଡ-୧୯ ଟିକାକରଣ ଅଭିଯାନରେ କରିବାକୁ ପରାମର୍ଶ ଦେଇଛନ୍ତି
– କୋ-ୱିନ୍ ର ଉପଲବ୍ଧ ଟିକା ବିନିମୟ ବ୍ୟବସ୍ଥାରେ କୌଣସି ମାତ୍ରା ନଷ୍ଟ ହୋଇ ନ ଥିବା ସୂଚନା

ନୂଆ ଦିଲ୍ଲୀ ୪ -୨ (ଓଡ଼ିଆ ପୁଅ) ଅବ୍ୟବହୃତ ୫୦ଲକ୍ଷ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହୋଇଯିବ ବୋଲି ଏକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଖବର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ନୁହଁ ଯେ ରାଜ୍ୟୱାରୀ ଟିକାର ମାତ୍ରା ଏହାର ମିଆଦ ପୂରଣ କରିବାର ନିକଟବର୍ତ୍ତୀ ହୋଇଛି।

କେନ୍ଦ୍ର ସରକାର ଆଗତୁରା ପ୍ରତ୍ୟେକ ରାଜ୍ୟକୁ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭରେ ମାତ୍ରା ଯେପରି ଯଥା ସମ୍ଭବ କମ୍ ନଷ୍ଟ ହୁଏ ତାହା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ପ୍ରଥମ ମିଆଦ ସମ୍ପୂର୍ଣ୍ଣ ହେବାକୁ ଥିବା ଟିକାର ବ୍ୟବହାର ପ୍ରଥମେ କରିବାକୁ କୁହାଯାଇଛି।

ନଭେମ୍ବର ୨୦୨୧ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିୟମିତ ଭାବେ କୋଭିଡ ଟିକାର ମିଆଦ ପୂରଣ ତିଥି ନେଇ ମାସିକ ସମୀକ୍ଷା କରିବାକୁ କୁହାଯାଇଛି। ରାଜ୍ୟର ଘରୋଇ ଡାକ୍ତରଖାନାରେ ଥିବା ଷ୍ଟକ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଯେପରି କୌଣସି ଟିକାକୁ ଏହାର ମିଆଦ ପୂରଣ ପର୍ଯ୍ୟନ୍ତ ଅବ୍ୟବହୃତ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ରଖା ନଯିବ ସେଥିପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ଓ ପ୍ରଧାନ ସ୍ୱାସ୍ଥ୍ୟ ସଚିବମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଘରୋଇ ହସ୍ପିଟାଲ ଗୁଡିକରେ ଟିକା ମାତ୍ରା ବିନିଯୋଗ ଅବଗତ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଘରୋଇ ହସ୍ପିଟାଲଗୁଡିକରେ ମଧ୍ୟ ରିହାତି ଦରରେ ଟିକାକରଣ ସଂକ୍ରାନ୍ତରେ ରାଜ୍ୟ ସରକାରମାନେ ହସ୍ତକ୍ଷେପ କରିପାରିବେ ବୋଲି ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ଏହାଛଡା କେତେକ ରାଜ୍ୟଙ୍କ ଅନୁରୋଧ କ୍ରମେ ଘରୋଇ କ୍ଷେତ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ସରକାରୀ କ୍ଷେତ୍ରକୁ ଆବଶ୍ୟକ ସ୍ଥଳେ ଟିକା ସ୍ଥାନାନ୍ତର ନେଇ ମଧ୍ୟ କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାଫଳରେ ଟିକା ନଷ୍ଟ ହେବାରୁ ରୋକି ହେବ। ଏହି ବିନିମୟକ୍ଷମ ଟିକାର ସବିଶେଷ କୋୱିନ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ।

ଏହାଛଡା ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ ଏବଂ ଦିଲ୍ଲୀ ଭଳି ରାଜ୍ୟଙ୍କ ସହ ଆଲୋଚନା ହୋଇ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରରେ ଯେପରି ଟିକା ବ୍ୟବହୃତ ହୁଏ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.