ଭଦ୍ରକ : ବାସୁଦେବପୁର ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ରୋଗୀ! ୫ ଡାକ୍ତର ପଦ ଖାଲି, ରୋଗୀଙ୍କୁ ମିଳୁନି ସେବା

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାମ୍ପ୍ରତିକ ସ୍ଥିତିରେ ଲୋକଙ୍କ ମୌଳିକ ଆବଶ୍ୟକତା ଭିତରୁ ସ୍ୱାସ୍ଥ୍ୟସେବାକୁ ସରକାର ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି। ହାତ ପାଆନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା କହୁଛନ୍ତି। ହେଲେ ସରକାରଙ୍କ ଏହି ଦୃଢୋକ୍ତି ସତ୍ତ୍ୱେ ଏହି ଜିଲାର ବାସୁଦେବପୁର ଡାକ୍ତରଖାନାରେ ବର୍ଷ ବର୍ଷ ଧରି ୫ଟି ବିଭାଗର ଡାକ୍ତର ପଦବି ଖାଲି ପଡିଛି। ଫଳରେ ଚିକିତ୍ସା ସେବା ନପାଇ ଡାକ୍ତରଖାନା ଉପରୁ ବହୁ ରୋଗୀ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ବିଭଗୀୟ ଉଚ୍ଚ ଅଧିକାରୀଙ୍କ ନଜର ନପଡିବା ଅଞ୍ଚଳବାସୀଙ୍କ କ୍ଷୋଭର କାରଣ ସାଜିଛି। ବାସୁଦେବପୁର ବ୍ଲକରେ ଥିବା…

"ଭଦ୍ରକ : ବାସୁଦେବପୁର ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ରୋଗୀ! ୫ ଡାକ୍ତର ପଦ ଖାଲି, ରୋଗୀଙ୍କୁ ମିଳୁନି ସେବା"

ଜୀବନ ସହ ସଂଗ୍ରାମ କରୁଛନ୍ତି ଜରଟି ଷ୍ଟେସନର ଅର୍ଜୁନ; ପାଇଖାନା ଘର ମଧ୍ୟରେ ୭ ବର୍ଷ ହେଲା ଜୀବନ ବିତାଉଛନ୍ତି; ୫ କେଜି ଚାଉଳ ଦେଇ ସରକାର ଚୁପ

କୋରାପୁଟ ୨୪-୦୬-୧୮ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତର ଜରଟି ଷ୍ଟେସନ ଗାଁରେ ଦୁଃଖ କଷ୍ଟରେ ହେଲେ ବି ଅର୍ଜୁନ ହରିଜନ ତାଙ୍କ ସ୍ତ୍ରୀ, ଝିଅ ଓ ପୁତ୍ରକୁ ନେଇ ହସଖୁସିରେ ଜୀବନ ଅତିବାହିତ କରୁଥିଲେ। ୭ ବର୍ଷ ତଳେ ଯେତେବେଳେ ସ୍ତ୍ରୀ ମୋତି ହରିଜନ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କଲେ ତା’ ପରେ ପରେ ଅର୍ଜୁନଙ୍କ ଦୁଃଖ ବଢିବାରେ ଲାଗିଲା। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ କୋରାପୁଟ ଡାକ୍ତରଖାନା ଆସି ଦେଖାଇଲେ କିନ୍ତୁ ରୋଗ ଭଲ ହେଲା ନାହିଁ ତାପରେ ଆରମ୍ଭ ହେଲା ଚେରମୂଳି ମେଡିସିନ ସେଥିରେ ମଧ୍ୟ କିଛି ଭଲ ନ ହେବାରୁ କୋରାପୁଟ ଡାକ୍ତରଖାନାକୁ…

"ଜୀବନ ସହ ସଂଗ୍ରାମ କରୁଛନ୍ତି ଜରଟି ଷ୍ଟେସନର ଅର୍ଜୁନ; ପାଇଖାନା ଘର ମଧ୍ୟରେ ୭ ବର୍ଷ ହେଲା ଜୀବନ ବିତାଉଛନ୍ତି; ୫ କେଜି ଚାଉଳ ଦେଇ ସରକାର ଚୁପ"

ଜେ କେ ପୁରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା ୨୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – କିଛି ଦିନର ନିରବତା ରାୟଗଡା ଜିଲ୍ଲାରେ ପୁଣି ଥରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାୟଗଡା ସହର ଠାରୁ ୧୦ କି.ମି ଦୂରରେ ଥିବା ଜେ.କେ ପୁରରେ ଏହି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜେ କେ ପୁର ବି ସି ରୋଡର ମୁକ୍ତା ସାହିର ହରିହର ଶତପଥି ଙ୍କ ଝିଅ ଅଭିପ୍ସା(୧୨) ବର୍ଷ ର ଦେହ ଅସୁସ୍ଥ ହେବାରୁ ସେ ରାୟଗଡାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ସେ ଡେଙ୍ଗୁ ରେ ପିଡିତ ବୋଲି ଜଣା ପଡିଥିଲା। ତେବେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ଡାକ୍ତର ତାଙ୍କୁ…

"ଜେ କେ ପୁରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ"

ସ୍ମାର୍ଟ ସିଟିରେ ଆର୍ନ୍ତଜାତିକ ଯୋଗ ଦିବସ: ‘ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଚାବିକାଠି ଯୋଗ’

ରାଉରକେଲା ୨୧/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ବିଦ୍ୟା ଷ୍ଟଡ଼ି ପଏଂଟ: ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଚାବିକାଠି ହେଉଛି ଯୋଗ। ଯୋଗ ଶାରୀରିକ ଓ ମାନସିକକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ ବୋଲି ସ୍ଥାନୀୟ ବିଦ୍ୟାଷ୍ଟଡି ପଏଂଟ ଠାରେ ଆୟୋଜିତ ଆର୍ନ୍ତଜାତିକ ଯୋଗ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ସମାଜସେବୀ ସମାଇ ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ରାହାସ ବିହାରୀ ମହାପାତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ରୂପେ ଭାଷାବିତ୍ ଶଙ୍କର୍ଷଣ ପରିଡ଼ା, ସାମ୍ବାଦିକ ସଂଘ ଉପସଭାପତି କୁଂଜ ବିହାରୀ ରାଉତ, ଆଇଡିଏଲର ପୂର୍ବତନ ଅଧିକାରୀ ଚିତରଂଜନ…

"ସ୍ମାର୍ଟ ସିଟିରେ ଆର୍ନ୍ତଜାତିକ ଯୋଗ ଦିବସ: ‘ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଚାବିକାଠି ଯୋଗ’"

ଡେରାଡୁନଠାରେ ଚତୁର୍ଥ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ: ବ୍ୟକ୍ତି, ପରିବାର, ସମାଜ, ଦେଶ, ବିଶ୍ୱ ଏବଂ ମାନବତାକୁ ଯୋଡିଥାଏ ଯୋଗ

– ମଂଚ ଉପରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ ଏବଂ ଏହି ବିଶାଳ ଓ ସୁନ୍ଦର ମଇଦାନରେ ଉପସ୍ଥିତ ମୋର ସମସ୍ତ ସାଥି। ମୁଁ ଦେବଭୂମି ଉତରାଖଣ୍ଡର ଏହି ପବିତ୍ର ସ୍ଥାନରୁ ବିଶ୍ୱବ୍ୟାପୀ ଯୋଗପ୍ରେମୀମାନଙ୍କୁ ଚତୁର୍ଥ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସର ଶୁଭକାମନା ଜଣାଉଛି। – ମା’ ଗଙ୍ଗାଙ୍କର ଏହି ଭୂମି ଉପରେ, ଯେଉଁଠାରେ କି ଚାରିଧାମ ରହିଛି, ଯେଉଁଠାକୁ ଆଦି ଶଙ୍କରାଚାର୍ଯ୍ୟ ଆସିଥିଲେ, ଯେଉଁଠାକୁ ବିବେକାନନ୍ଦ ଅନେକ ବାର ଆସିଥିଲେ, ସେଠାରେ ଯୋଗ ଦିବସରେ ଆମେ ସମସ୍ତେ ଏହିପରି ଏକତ୍ରିତ ହେବା, କୌଣସି ସୌଭାଗ୍ୟରୁ କମ ନୁହେଁ। – ଉତରାଖଣ୍ଡ ତ ଏପରି ଅନେକ ଦଶକ ଧରି ଯୋଗର ମୁଖ୍ୟ କେନ୍ଦ୍ର ରହିଛି। ଏପରିକି ଏହି…

"ଡେରାଡୁନଠାରେ ଚତୁର୍ଥ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ: ବ୍ୟକ୍ତି, ପରିବାର, ସମାଜ, ଦେଶ, ବିଶ୍ୱ ଏବଂ ମାନବତାକୁ ଯୋଡିଥାଏ ଯୋଗ"

ଆୟୁଷ୍ମାନ ଭାରତ ଯୋଜନାକୁ ବିରୋଧ କରି ସାଧାରଣ ଓଡିଆଙ୍କୁ ସୁବିଧା ସ୍ୱାସ୍ଥ୍ୟ ସେବାରୁ ବଂଚିତ ନ କରନ୍ତୁ ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଦାୟିତ୍ୱ ନେଇ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ ବହନ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ପରିକଳ୍ପନା – ରାଜ୍ୟ ସରକାରଙ୍କ ନିଜର ସ୍ୱାସ୍ଖ୍ୟ ସେବାର ମୁଖ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରଶଂସା କରି ସାରିଥିବା ବେଳେ ରାଜ୍ୟ ସରକାର ପରାମର୍ଶଦାତାଙ୍କ ପରାମର୍ଶ ଶୁଣନ୍ତୁ – ମୋଦିଙ୍କ ଆୟୁଷ୍ମାନ ଭାରତ ଆସ୍ୟୋରାନ୍ସ ଆଧାରିତ ବୋଲି ଲେଖା ଲେଖି ପ୍ରଶଂସା କରିଛନ୍ତି ଓଡିଶା ସ୍ୱାସ୍ଥ୍ୟ ସେବା ମୁଖ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ – ଏସଇସିସି ତାଲିକା ରାଜ୍ୟ ସରକାର ତିଆରି କରି ଆବାସ, ଉଜ୍ୱଳା ପରି ଯୋଜନାର…

"ଆୟୁଷ୍ମାନ ଭାରତ ଯୋଜନାକୁ ବିରୋଧ କରି ସାଧାରଣ ଓଡିଆଙ୍କୁ ସୁବିଧା ସ୍ୱାସ୍ଥ୍ୟ ସେବାରୁ ବଂଚିତ ନ କରନ୍ତୁ ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ"

ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ରାସ୍ତା ଅବରୋଧ

ପୁରୀ:୧୫/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମୃତ ଶିଶୁ ପୁତ୍ରର ଶବକୁ ଧରି ରାସ୍ତା ଅବରୋଧ। ଏଭଳି ଅଭାବନୀୟ ଦୃଶ୍ୟ ଶୁକ୍ରବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ହସ୍ପିଟାଲ ଛକରେ। ସଦର ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲି ମୋଚି ସାହିର ପି ଜଗଦିଶଙ୍କ ପୁଅ ଗତ ୧୫ଦିନ ହେବ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସଶଳୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଓଜନ କମ୍ ଥିବାରୁ ଚିକିତ୍ସା ପାଇଁ ଦୁଇ ବର୍ଷର ଏହି ଶିଶୁ ପୁତ୍ରକୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଇ କଟକ ରେଫର କରାଯାଇଥିବାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ ଆଣି ପରିବାର…

"ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ରାସ୍ତା ଅବରୋଧ"

ରାଉରକେଲା ହାଇଟେକ ମେଡ଼ିକାଲ କଲେଜରେ ଲାଗିଲା ସରକାରୀ ମୋହର

ରାଉରକେଲା ୧୫/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ହାଇଟେକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆଙ୍କ ସୁପାରିଶକ୍ରମେ ସରାକରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଅନୁମୋଦ ମିଳିଛି। ଫଳରେ କଲେଜରେ ଲାଗିଛି ସରାକରୀ ମୋହର। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ହାଇଟେକ କଲେଜ ପରିସରରେ ଆୟୋଜିତ ହୋଇଥିଲା। ମେଡ଼ିକାଲ କଲେଜ ଓ ହସ୍ପିଟାଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ଆଚାର୍ଯ୍ୟ କହିଲେଯେ, ଏହି ଅନୁମୋଦନ ଦ୍ୱାରା ବର୍ତମାନ ଥିବା ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଅସୁବିଧା ରହିବ ନାହିଁ। ଆଗାମୀ ୫ ବର୍ଷ ପାଇଁ ଏହି ଅନୁମୋଦନ ବଳବତର ରହିବ। ଏହା କେବଳ ରାଉରକେଲା ପାଇଁ…

"ରାଉରକେଲା ହାଇଟେକ ମେଡ଼ିକାଲ କଲେଜରେ ଲାଗିଲା ସରକାରୀ ମୋହର"

ଅବ୍ୟବସ୍ଥା ମଧ୍ୟରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ- ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ଅଲଟ୍ରାସାଉଣ୍ଡ ବନ୍ଦ ହୋଇ ରହିଛି ; ରୋଗୀ ହନ୍ତସନ୍ତ

କୋରାପୁଟ ; ତା୧୫-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଲକ୍ଷ୍ୟ କରାଯାଇଛି।ହସପିଟାଲରେ ନିଯୁକ୍ତ ସହାୟକ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡା ଅନେକ ଦିନ ହେବ ଛୁଟିରେ ରହିଥିବାରୁ ଅଲଟ୍ରାସାଉଣ୍ଡ କରାଯାଉ ନ ଥିବା ଜଣାପଡିଛି।ଅଲଟ୍ରାସାଉଣ୍ଡ ଚଲାଉଥିବା ଆଉ ଜଣେ ଡାକ୍ତର ମୁକ୍ତିକାନ୍ତ ଖଟୁଆ ମଧ୍ୟ ଛୁଟିରେ ରହିଥିବା ଜଣାପଡିଛି।ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଲକ୍ଷ୍ୟ କରାଯାଇଛି।କଲେଜ ଅଧ୍ୟକ୍ଷ ପ୍ରଫେସର କେ.ସିଏଚ .ବିଶ୍ୱାଲ ସହାୟକ ପ୍ରଫେସର ଡାକ୍ତର ପରିଡା ଛୁଟିରେ ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ଅତିରିକ୍ତ ସଚିବଙ୍କୁ ଅବଗତ କରାଯାଇଥିବା କହୁଥିବା ବେଳେ ଅନ୍ୟ ଡାକ୍ତର…

"ଅବ୍ୟବସ୍ଥା ମଧ୍ୟରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ- ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ଅଲଟ୍ରାସାଉଣ୍ଡ ବନ୍ଦ ହୋଇ ରହିଛି ; ରୋଗୀ ହନ୍ତସନ୍ତ"

ଡାକ୍ତରଙ୍କ ଅଭାବ ମିଳୁନି ସ୍ୱାସ୍ଥ୍ୟସେବା, ଅଭିଯୋଗ ଆଣିଲା ସଚେତନ ନାଗରିକ ମଞ୍ଚ

ପୁରୀ:୧୪/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ସଦର ମୁଖ୍ୟ ଚିକିତ୍ସାଳୟରେ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛି ସଚେତନ ନାଗରିକ ମଞ୍ଚ ଓ ୱାଲ୍ଡ ହ୍ୟୁମାନ ରାଇର୍ଟସ ପ୍ରୋଟେକ୍ସନ ଆସେିଏସନ। ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ପ୍ରସନ୍ନ ଦାସ ଓ ଅଶୋକ କୁମାର ଆଢ଼୍ୟ ପ୍ରମୁଖ ସୂଚନା ଦେଇ କହିଲେ ଚିକିତ୍ସାଳୟର ୬୩ଜଣ ଡାକ୍ତରଙ୍କ ମଧ୍ୟରୁ ୨୪ଜଣ ନଥିବା ବେଳେ ମେଡିସିନ୍, ଅସ୍ତି ସଲ୍ୟ ଓ ନିଷ୍ପେତକ ପଦବୀ ମଧ୍ୟ ଖାଲି ପଡିଛି। ସେହିଭଳି ୨୫ଜଣ ଷ୍ଟାଫ୍ ନର୍ସମାନଙ୍କ ମଧ୍ୟରୁ ୧୫ଜଣ କାର୍ଯ୍ୟ କରୁଥିବା ବେଳେ ଅନେକ ପଦବୀରେ ଷ୍ଟାପ୍…

"ଡାକ୍ତରଙ୍କ ଅଭାବ ମିଳୁନି ସ୍ୱାସ୍ଥ୍ୟସେବା, ଅଭିଯୋଗ ଆଣିଲା ସଚେତନ ନାଗରିକ ମଞ୍ଚ"