Home Top News ପୁଣି ଏକ ଅକାଳ ମୃତ୍ୟୁ : ଖବର କାଗଜ ପଢ଼ୁଥିଲେ ଚାଲିଗଲା ଜୀବନ, ଦେଖନ୍ତୁ ଭିଡ଼ିଓ

ପୁଣି ଏକ ଅକାଳ ମୃତ୍ୟୁ : ଖବର କାଗଜ ପଢ଼ୁଥିଲେ ଚାଲିଗଲା ଜୀବନ, ଦେଖନ୍ତୁ ଭିଡ଼ିଓ

89

ନୂଆ ଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଛି ଲାଇଭ ମୃତ୍ୟୁ। ଅର୍ଥାତ୍ ତୁରନ୍ତ ଦୃଦଘାତରେ ମୃତ୍ୟୁ। ଏ କେଉଁ ପ୍ରକାରର ମୃତ୍ୟୁ ? ପୂର୍ବରୁ କେବେ ଏହି ପରି ଘଟଣା ଦେଖିନଥିଲେ କି ପ୍ରାୟତଃ ଶୁଣି ନଥିଲେ। ଏହିପରି ପୁନଃ ଏକ ଲାଇଭ ମୃତ୍ୟୁର ଘଟଣାର ଭିଡ଼ିଓ ଆସିଛି। ଖବରକାଗଜ ପଢ଼ିବା ସମୟରେ ହଠାତ୍ ମୃତ୍ୟୁ। ଜଣେ ବ୍ୟବସାୟୀ ଡାକ୍ତରଙ୍କ ନିକଟକୁ ଯାଇ ବସିଥିବା ବେଳେ ତଳେ ପଡ଼ିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ରାଜସ୍ଥାନର ବାଡ଼ମେରରୁ ଆସିଛି।

ତେଣୁ ବିଶେଷଜ୍ଞଙ୍କ ମହଲରୁ ଦାବି କରାଯାଉଛିଯେ, ସରକାର ଏକ ବିଶେଷଜ୍ଞ ଦଳ ଗଠନ କରିବା ଉଚିତ ଏବଂ ଏହିପରି ସମସ୍ତ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବା ଉଚିତ। ଏହା ଦ୍ୱାରା ଆହୁରି ଅନେକ ଜୀବନ ରକ୍ଷା ପାଇବ।

ତେବେ ସୂଚନା ଯୋଗ୍ୟଯେ, ଏହା ପୂର୍ବରୁ ମଧ୍ୟ ନାଚୁଥିବା ସମୟରେ ଏକ ହୃଦଘାତରେ ମୃତ୍ୟୁର ଭିଡ଼ିଓ ଗୁଜୁରାଟର ଦାହୋଡ଼ରୁ ଆସିଥିଲା। ଏହି ଭିଡ଼ିଓରେ ଦେଖାଯାଉଛିଯେ, ଦୁଇଜଣ ବ୍ୟକ୍ତି ନାଚୁଥିବାବେଳେ ଜଣେ ବ୍ୟକ୍ତି ହଠାତ୍ ଟଳିପଡ଼ୁଛନ୍ତି ଏବଂ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି। ଗରବା କରୁଥିବା ସମୟରେ ଦେଖାଯାଉଥିଲାଯେ, ଜଣେ ବ୍ୟକ୍ତି କିଛି ସମୟ ରୋକିଯାଉଛନ୍ତି ଏବଂ ତାଙ୍କଠାରୁ ଦାଣ୍ଡିଆ ବାଡ଼ି ଅନ୍ୟ ଜଣେ କେହି ନେଇ ଗରବା ନାଚିବା ପାଇଁ ଯାଉଛନ୍ତି କିନ୍ତୁ ପୂର୍ବରୁ ଯେଉଁ ବ୍ୟକ୍ତି ଗରବା ନାଚୁଥିଲେ ସେ ହଠାତ୍‌ ଟଳିପଡ଼ୁଛନ୍ତି। ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଯାଉଛି। ଏହି ପରି ଅନେକ ମୃତ୍ୟୁ ସାମନାକୁ ଆସିଲାଣି। ଏଠାରେ କୁହାଯାଉଛିଯେ, ବୃଦ୍ଧ ହୁଅନ୍ତୁ କିମ୍ବା ଯୁବକ ପ୍ରାୟ ସମସ୍ତଙ୍କର ହୃଦୟ କ’ଣ ଦୁର୍ବଳ ହୋଇଆସିଲାଣି ? ଏପରି କାହିଁକି ହେଉଛି ଏହାର ଅନୁସନ୍ଧାନ କରିବା ଆବଶ୍ୟକ।

ଏହା ପୂର୍ବରୁ ମଧ୍ୟ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରୁଥିବା ୫୦ ବର୍ଷୀୟ ରାମପ୍ରସାଦ ପାଣ୍ଡେ ନିଜେ ମଞ୍ଚ ଉପରେ କିପରି ପଡ଼ିଗଲେ। ହୃଦଘାତ ହେତୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କଲେ।

ଏହି ଦୁର୍ଘଟଣା ଘଟିଥିଲା ୟୁପିର ଜୌନପୁର ଜିଲ୍ଲାର ରାମଲୀଳାରେ। ମାଖଲିଶାହର ତହସିଲ ଅଞ୍ଚଳର ବାଲାସିନ୍ ଗାଁର ଏହି ଦୁର୍ଘଟଣା। ରାମ ପ୍ରସାଦ ପାଣ୍ଡେ ଆଦର୍ଶ ରାମଲିଲା ସମିତିର ସଦସ୍ୟ ଥିଲେ। ସେ ଭଗବାନ ଶିବ ଭାବରେ ଦୀର୍ଘ ବର୍ଷଧରି ଅଭିନୟ କରୁଥିଲେ। ବସିଥିବା ସାଥୀ କଳାକାରମାନେ ତାଙ୍କୁ ଉଠାଇ ଥିଲେ। ତାଙ୍କୁ ଡାକ୍ତରଖାନା ନେଇଥିଲେ, ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.