Home ଓଡ଼ିଶା ରକ୍ତଦାତା ସମ୍ବର୍ଦ୍ଧନା ସମାରୋହ: ୧୨୦ ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା

ରକ୍ତଦାତା ସମ୍ବର୍ଦ୍ଧନା ସମାରୋହ: ୧୨୦ ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା

77

ଭୁବନେଶ୍ୱର: କଳିଙ୍ଗନଗର ସେବା ସମିତି ତରଫରୁ ଏକ ରକ୍ତଦାତା ସମ୍ବର୍ଦ୍ଧନା ସମାରୋହ ଉତ୍ସବ ସ୍ଥାନୀୟ ସାଇ ରେସୋର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଭୁବନେଶ୍ୱରକୁ ଓଡ଼ିଶାର କୋଣ ଅନୁକୋଣରୁ ଆସୁଥିବା ରୋଗୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ରକ୍ତଦାନ କରୁଥିବା ବନ୍ଧୁ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଏହି ସମ୍ବର୍ଦ୍ଧନା ସମାରୋହରେ ଯେଉଁମାନେ ୩ ଥରରୁ ଅଧିକ ଥର ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସାହାର୍ଯ୍ୟ କରିଛନ୍ତି, ସେହିପରି ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲର ମେଡିକାଲ ସୁପରିଟେଂଟ ଡ. ସିଦ୍ଧାର୍ଥ ମିଶ୍ର ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ମୁଖ୍ୟବକ୍ତା ଓ ସଂଘର ମହାନଗର ସଂଘଚାଳକ ଡ. ବସନ୍ତ କୁମାର ପତି ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ୧୨୦ ଜଣ ରକ୍ତଦାତାଙ୍କୁ ଆୟୁର୍ବେଦିକ ବୃକ୍ଷ, ମାନପତ୍ର ଦେଇ ସମ୍ମାନୀତ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.