Home ଓଡ଼ିଶା ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଜମ୍ମୁ ଓ...

ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ଜମ୍ମୁ ଓ କଶ୍ମୀରର ୨୦ ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ଡାକ୍ତରୀ ସିଟ ପାଇଁ ସରକାରଙ୍କ ମଞ୍ଜୁରୀ

21

ନୂଆ ଦିଲ୍ଲୀ ୯-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ୨୦ଟି ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ସିଟ୍ ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମି ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.