Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଳାରେ ମେଡ଼ିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ ଜିଲ୍ଳାରେ ମେଡ଼ିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

22

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ଭଦ୍ରକରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଦ୍ରକ ଜିଲ୍ଳାପାଳ ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଭଦ୍ରକବାସୀଙ୍କ ବହୁଦିନର ନ୍ୟାର୍ଯ୍ୟ ଦାବିକୁ ସରକାର ଉପେକ୍ଷା କରିଥିବାରୁ କ୍ରିୟାନୁଷ୍ଠାନ କମିଟି ତୀବ୍ର ଉଦ୍‌ବେଗ ପ୍ରକଟ କରିଛି। ତୁରନ୍ତ ଏ ସଂକ୍ରାନ୍ତରେ ବିଚାର କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଏହି ଦାବିପତ୍ର ପ୍ରଦାନରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ଡ. ରାଧାରାଣୀ ମହାପାତ୍ର, ଅମର ପାଣିଗ୍ରାହୀ, ବୈଲୋଚନ ବେହୁରିଆ, ଆଦିତ୍ୟ କୁମାର ନାୟକ, ବାଦଲ କିଶୋର ମହାପାତ୍ର, ପାରିଷଦ ଫରିଆଜ ଖାଁ, ଜାହିର ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.