Home Top News ପାଣିଫୋଟକା ପରି ଚାଲି ଯାଉଛି ଜୀବନ : ହଠାତ ହେଉଛି ମୃତ୍ୟୁ, କାରଣ କ’ଣ?

ପାଣିଫୋଟକା ପରି ଚାଲି ଯାଉଛି ଜୀବନ : ହଠାତ ହେଉଛି ମୃତ୍ୟୁ, କାରଣ କ’ଣ?

188

ନୂଆ ଦିଲ୍ଲୀ ୪-୧୨ (ଓଡ଼ିଆ ପୁଅ) ଆଜିକାଲି ଅନେକ ଦୃଦଘାତ ମୃତ୍ୟୁର ଖବର ଆସିଚାଲିଛି। ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏପରିକି ଆଜି ତିନୋଟି ଭିଡ଼ିଓ ସାମନାକୁ ଆସିଛି। ଗୋଟିଏ ଭିଡ଼ିଓରେ ଏକ ବାହାଘର ସମୟରେ କନ୍ୟା ବରମାଳା କରୁଥିବା ସମୟରେ ହଠାତ ଟଳିପଡ଼ିଥିଲା ଏବଂ ତୁରନ୍ତ କନ୍ୟାର ମୃତ୍ୟୁ ହୋଇଥିଲା। ଏହାପରେ ବାହାଘର ଖୁସି ତୁରନ୍ତ ଦୁଃଖରେ ପରିଣତ ହୋଇଥିଲା। କିଏ ଜାଣିଥିଲା ଝିଅ ସବୁଦିନ ପାଇଁ ସଂସାରରୁ ବିଦାୟ ନେଇଯିବ ବୋଲି। ଘର ଲୋକେ ଖୁସିରେ କରୁଥିଲେ କନ୍ୟାଦାନ। କିନ୍ତୁ ଝିଅ ସବୁଦିନ ପାଇଁ ଚାଲିଗଲା ଆର ପାରିକୁ। ଏପରି ଭିଡ଼ିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।

ଅପର ପକ୍ଷରେ ଅନ୍ୟ ଏକ ଭିଡ଼ିଓରେ ଦେଖାଯାଉଛିଯେ, ସାଙ୍ଗମାନଙ୍କ ସହିତ ଯାଉଥିବା ସମୟରେ ଜଣେ ସାଙ୍ଗ ହଠାତ ଟଳିପଡ଼ୁଛନ୍ତି। ସାଙ୍ଗମାନଙ୍କ ସହିତ ଯାଉଥିବା ଯୁବକଙ୍କର ହଠାତ୍ ମୃତ୍ୟୁ ହୋଇଯାଉଛି। ଏହି ଘଟଣା ସିସିଟିଭି ଫୁଟେଜରୁ ମଧ୍ୟ ଦେଖାଯାଉଛି। ସାଙ୍ଗ ମାନେ ଭାବି ପାରୁନାହାଁନ୍ତି କ’ଣ ହେଲା ବୋଲି। ଚିନ୍ତା କରିପାରୁନାହାଁନ୍ତି କ’ଣ କରିବେ। ହଠାତ ଜଣେ ସାଙ୍ଗ ବାଇକ ଆଣି ସାଙ୍ଗକୁ ଡାକ୍ତରଖାନା ନେଉଛନ୍ତି ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ୁଛି। ଏହି ଘଟଣାରେ ପରିବାର ଓ ବନ୍ଧୁମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅନ୍ୟ ଏକ ଭିଡ଼ିଓରେ ସାଇବାବାଙ୍କୁ ପ୍ରଣାମ କରୁଥିବା ସମୟରେ ଯୁବକ ପ୍ରଣାମ କରି ଉଠୁନାହାଁନ୍ତି ଏବଂ ସେହିଠାରେ ମଧ୍ୟ ତାଙ୍କର ହଠାତ ହୃଦଘାତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.