Home Top News ନୂଆ ବର୍ଷରେ ନୂଆ ସଂକଳ୍ପ: ଭାରତ ସରକାରଙ୍କ ଭିଜନ୍ ୨୦୨୩ ..

ନୂଆ ବର୍ଷରେ ନୂଆ ସଂକଳ୍ପ: ଭାରତ ସରକାରଙ୍କ ଭିଜନ୍ ୨୦୨୩ ..

76

ନୂଆଦିଲ୍ଲୀ: ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହାର ଉନ୍ମୋଚନ କରିବା ଅବସରରେ ଉଦ୍‌ବୋଧନ ଦେଇ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ଛବି ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି। କ୍ୟାଲେଣ୍ଡରଟି ୧୨ଟି ଚିତ୍ରର ଏକ ଚିତାକର୍ଷକ ସଂଗ୍ରହ ତଥା ଏଥିରେ ‘ଅଭିବୃଦ୍ଧିମୁଖି ଭାରତ’ ବିଷୟବସ୍ତୁ ଥିବାରୁ ସେ ଏହାର ପ୍ରଶଂସା କରିବା ସହ ୧୨ ମାସରେ ୧୨ କଥାବସ୍ତୁ ଜନ କଲ୍ୟାଣ ଦିଗରେ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମର ପ୍ରତିଫଳନ ବୋଲି ଅନୁରାଗ କହିଛନ୍ତି। କ୍ୟାଲେଣ୍ଡରଟି କିପରି ଦୁଇବର୍ଷ ବ୍ୟବଧାନ ପରେ ଛପା ହୋଇଛି, ମନ୍ତ୍ରୀ ତାହାର ସ୍ମୃତିଚାରଣ କରିଥିଲେ। ଏହାକୁ ସରକାରଙ୍କ ସର୍ବୋତ୍ତମ ସୃଜନ ବୋଲି କହି ଶ୍ରୀ ଠାକୁର ଉଭୟ ଡିଜିଟାଲ ଓ ମୁଦ୍ରିତ ଢାଞ୍ଚାରେ ଉପଲବ୍ଧ ଏହି କ୍ୟାଲେଣ୍ଡର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରସାରଣର ମାଧ୍ୟମ ହେବ ବୋଲି କହିଥିଲେ। ଦେଶର ସମସ୍ତ ପଞ୍ଚାୟତକୁ ଏହି କ୍ୟାଲେଣ୍ଡର ବଣ୍ଟାଯାଇ ତୃଣମୂଳ ସ୍ତରରେ ଏହା ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ। ମନ୍ତ୍ରୀ ଆହୁରି କହିଥିଲେ ଯେ କ୍ୟାଲେଣ୍ଡରର ଏହି ସଂସ୍କରଣ ସରକାରଙ୍କ ସଫଳତା ଓ ଭବିଷ୍ୟତରେ ଅଙ୍ଗୀକାରବଦ୍ଧତା ସୂଚାଉଥିବାରୁ ଏହା ବିଷୟବସ୍ତୁ ନୟେ ବର୍ଷ, ନୟେ ସଂକଳ୍ପ ରଖାଯାଇଛି। ହିନ୍ଦି ଓ ଇଂରାଜୀ ସମେତ ଏହା ୧୩ଟି ଭାଷାରେ ଉପଲବ୍ଧ ଏବଂ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ, ପଞ୍ଚାଯତରାଜ ଅନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓଙ୍କଠାରେ ଉପଲବ୍ଧ ହେବା ସହ ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ଏହାକୁ କ୍ରୟ କରିପାରିବେ। ମୋଟ ଏଗାର ଲକ୍ଷ କ୍ୟାଲେଣ୍ଡର ଛାପା ହେଉଥିବାବେଳେ ପଂଚାୟତଗୁଡିକ ବାଣ୍ଟିବା ପାଇଁ ୨.୫ଲକ୍ଷ କପି ଉଦ୍ଦିଷ୍ଟ।ଶ୍ରୀ ଠାକୁର ମଧ୍ୟ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସଫଳତା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ। କେବଳ ଅବସ୍ଥିତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୫୦ଟି ଟ୍ରାନ୍ସମିଟରକୁ ଛାଡ଼ି ପ୍ରସାର ଭାରତୀ ଏହାର ଆନାଲଗ ଟେରିଷ୍ଟିଆଲ ଟ୍ରାନ୍ସମିଟରଗୁଡିକୁ ବନ୍ଦ କରିଦେଇଛି। ଡିଡି ଫ୍ରି ଡିସ୍ ୨୦୨୨ ପ୍ରାରମ୍ଭରେ ୪୩ ନିୟୁତ ଘରେ ପହଞ୍ଚିଥିବା ବେଳେ, ପ୍ରସାର ଭାରତୀ ଅଧୀନରେ ଅନ୍ୟାନ୍ୟ ଚ୍ୟାନେଲ୍ ଗୁଡ଼ିକ ଦୁଇ କୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିଛି। ଚଳିତ ବର୍ଷ ଆଉ ୭୫ଟି ଗୋଷ୍ଠୀ ବେତାର କେନ୍ଦ୍ରକୁ ମିଶାଇ ଦେଶରେ ଏହି ସଂଖ୍ୟା ୩୯୭ରେ ପହଞ୍ଚିଛି ବୋଲି ସେ କହିଥିଲେ। ଅନୁରାଗ ଆହୁରି କହିଥିଲେ ଯେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ସ୍ୱୟଂକ୍ରିୟ ପଦ୍ଧତି ସମ୍ପୂର୍ଣ୍ଣ ହେଲେ ଖବରକାଗଜ ରେଜିଷ୍ଟ୍ରାର ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ବାଦିକ କଲ୍ୟାଣ ଯୋଜନା ଅଧୀନରେ ମନ୍ତ୍ରଣାଳୟ ଗତ ୫ ବର୍ଷ ମଧ୍ୟରେ ୧୩. ୧୨ କୋଟି ଟଙ୍କା ୨୯୦ ଜଣ ସାମ୍ବାଦିକ ଓ ସାମ୍ବାଦିକ ପରିବାରକୁ ପ୍ରଦାନ କରିଥିବା ସେ ପ୍ରକାଶ କରିଥିଲେ।

୨୦୨୩ ନୂଆ ବର୍ଷରେ ଭାରତ ସରକାରଙ୍କ ୧୨ ମାସ ପାଇଁ ୧୨ ଭିଜନ୍: ଜାଣନ୍ତୁ କେଉଁ ମାସ ପାଇଁ କଣ ଭିଜନ୍ ..


କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ମହାନିର୍ଦ୍ଦେଶକ ମନୀଶ ଦେଶାଇ ସମବେତ ବ୍ୟକ୍ତି ମାନଙ୍କୁ ଜଣାଇଥିଲେ ଯେ କ୍ୟାଲେଣ୍ଡର ବିଷୟବସ୍ତୁ “ନୟେ ବର୍ଷ ନୟେ ସଂକଳ୍ପ” ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ନେତୃତ୍ୱକୁ ଭିତ୍ତିକରି ହୋଇଛି। କ୍ୟାଲେଣ୍ଡର ଦେଶସାରା ଅବସ୍ଥିତ କେନ୍ଦ୍ର୍ରୀୟ ସରକାରୀ କାର୍ଯ୍ୟାଳୟରେ ବଣ୍ଟା ହେବ। ଏଥିସହ ସିବିସିର ସମୂହ ମେଲିଂ ୟୁନିଟ୍ ମଧ୍ୟ ଭାରତୀୟ ଡାକ ସେବା ଭାଷାରେ କ୍ୟାଲେଣ୍ଡର ବାଣ୍ଟିବ ବୋଲି ଶ୍ରୀ ଦେଶାଇ ସୂଚନା ଦେଇଛନ୍ତି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.