ତୃତୀୟପାଦର ତୃତୀୟବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ଯାଜପୁର, ୨୨/୧୦ (ଓଡିଆ ପୁଅ/ମାନସ ରାଉତ): ଯାଜପୁର ଜିଲ୍ଲାର ବଡଚଣା କୋଲଣଗିରିସ୍ଥିତ ନାନକାର ଠାରେ ଅବସ୍ଥିତ ପ୍ରସିଦ୍ଧ ମହିମାପୀଠଠାରେ ସମ୍ବାଦ ଏବଂ ସାହିତ୍ୟ ଭିତ୍ତିକ ମାସିକ ପତ୍ରିକା ‘ତୃତୀୟପାଦ’ର ୩ୟ ବାଷିୟକ ବିଷେଷାଙ୍କ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମହିମାପୀଠର ମଠାଧିଶ ବାବା ନିତ୍ୟାନନ୍ଦ ଦାଶ, ସାଧୁ ଦଶରଥ ଦାଶ, ସାଧୁ ଉଦ୍ଧବ ଦାସ, ସାଧୁ ଦିଲିପ ଦାଶ, ସାମ୍ବାଦିକ ସମରେନ୍ଦ୍ର ମାହାଲା ପ୍ରମୁଖଙ୍କ ସମେତ ବହୁ ଅଲେଖଧର୍ମର ସାଧୁ ଏବଂ ସେମାନଙ୍କ ଉପସ୍ଥିତ ରହି ପତ୍ରିକର ସ୍ୱତନ୍ତ୍ର ବିଶେଷାଙ୍କକୁ ଉନ୍ମୋଚିତ କରିବା ସହ ଗଣମାଧ୍ୟମରେ ସମାଜରେ ଧାର୍ମିକ ଧର୍ମଧାରା, ଚେତନା ଏବଂ ସଂସ୍କୃତିକକୁ ଜାଗ୍ରତ କରୁଅଛି। ଏବଂ ସନ୍ଥ ଭୀମଭୋଇଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ…

"ତୃତୀୟପାଦର ତୃତୀୟବାର୍ଷିକ ବିଶେଷାଙ୍କ ଉନ୍ମୋଚିତ"

ବୈାଦ୍ଧଜିଲ୍ଲାର ଗଣପର୍ବ ଶ୍ରୀରାମଲୀଳା ଯାତ୍ରାରେ ୫୦ହଜାର ଦର୍ଶକ ସମାବେଶ ରାମ ରାବଣ ସମର ଶୋଭାଯାତ୍ରାରେ ମହାପ୍ରତାପୀ ରାବଣର ମୋକ୍ଷପ୍ରାପ୍ତି ଲାଭ

ବୈାଦ୍ଧ ୨୩/୪ (ଓଡିଆ ପୁଅ/ଦେବାଶିଷ ପୁରୋହିତ)– ବୈାଦ୍ଧଜିଲ୍ଲାରେ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥି ଶ୍ରୀରାମ ନବମୀ ଠାରୁ ଅଠର ଦିନ ବ୍ୟାପୀ ଶ୍ରୀରାମଲୀଳା ଯାତ୍ରା ବୈାଦ୍ଧ ସହରର ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥାଏ। ରାଜୁଡା ଶାସନ ସମୟରୁ ଦୀର୍ଘ ୧୦୦ବର୍ଷରୁ ଉଦ୍ଧ୍ୱର୍ଧରି ଅନୁଷ୍ଠିତ ହୋଇ ଆସୁଥିବା ଯାତ୍ରା ପ୍ରବଳ ଜନସମାଗମ ହେଉଥିବାରୁ ଗଣପର୍ବର ମାନ୍ୟତା ପାଇଥିବା ଜଣାପଡିଛି। ପ୍ରଥମରେ ଗୀତ ମାଧ୍ୟମରେ ମୁକ ଅଭିନୟ ଆରମ୍ଭ ହୋଇଥିବା ଯାତ୍ରା ବର୍ତମାନ ଲେଖକ ହୃଦାନନ୍ଦ ମେହେରଙ୍କ ଦ୍ୱାରା ବଳିଷ୍ଠ ଲେଖନୀ ଦ୍ୱାରା ମଂଚସ୍ଥ ନାଟକ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇ ଦିଲ୍ଲୀ ଦରବାରରେ ପହଂଚିବା ସହିତ ଆଦୃତ ହୋଇପାରିଛି। ମର୍ଯ୍ୟାଦା ପୁରୁଷୋତମ ରାମଚନ୍ଦ୍ରଙ୍କ ଆଦର୍ଶରେ…

"ବୈାଦ୍ଧଜିଲ୍ଲାର ଗଣପର୍ବ ଶ୍ରୀରାମଲୀଳା ଯାତ୍ରାରେ ୫୦ହଜାର ଦର୍ଶକ ସମାବେଶ ରାମ ରାବଣ ସମର ଶୋଭାଯାତ୍ରାରେ ମହାପ୍ରତାପୀ ରାବଣର ମୋକ୍ଷପ୍ରାପ୍ତି ଲାଭ"

ବୈାଦ୍ଧ ମହୋତ୍ସବ ସ୍ମରଣିକା ୨୦୧୭ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ବୈାଦ୍ଧ ୨୩/୪  (ଓଡିଆ ପୁଅ/ଦେବାଶିଷ ପୁରୋହିତ)– ପ୍ରତିବର୍ଷ ଜିଲ୍ଲା ପ୍ରଶାସନ, ସଂସ୍କୃତି ପରିଷଦ, ଓର୍ମାସ୍ ଓ କୃଷିବିଭାଗର ମିଳିତ ସହଯୋଗରେ ବୈାଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଆୟୋଜନ ସମୟରେ ମୁଖପତ୍ରଭାବେ ସ୍ମରଣିକା ପ୍ରକାଶ ପାଇଥାଏ। ଚଳିତ ବର୍ଷ ପଂଚାୟତ ନିର୍ବାଚନ ହୋଇଥିବାରୁ ମହୋତ୍ସବ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ଉତ୍ସବରେ ବୈାଦ୍ଧର ବିଧାୟକ ରାଜ୍ୟ ଅର୍ଥ ଓ ସାଧାରଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଦିପ କୁମାର ଆମାତ୍ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ସ୍ମରଣିକାରେ ଜିଲ୍ଲା ପ୍ରଶାସନ ଅଧିନରେ ଥିବା ବିଭିନ୍ନ ବିଭାଗର ଯୋଜନା ସମ୍ପର୍କରେ ସ୍ଥାନ ପାଇଥିବା ବେଳେ ବୈାଦ୍ଧଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ…

"ବୈାଦ୍ଧ ମହୋତ୍ସବ ସ୍ମରଣିକା ୨୦୧୭ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ"

ଗୋରଖନାଥ ମନ୍ଦିର ଟ୍ରଷ୍ଟର ବ୍ୟାପକ ଅନିୟମିତତା

ତିର୍ତ୍ତୋଲ ୨୨.୦୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ କେରେକେରା ଠାରେ ଥିବା ପ୍ରସିଦ୍ଧ ବିଭୂତିକ୍ଷେତ୍ର ମହାପ୍ରଭୁ ଗୋରଖନାଥଙ୍କ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡର କାର୍ଯ୍ୟକଳାପରେ ବ୍ୟାପକ ଅନିୟମିତତା ହୋଉଥିବା ନେଇ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ମନ୍ଦିର ପରିଚାଳନା ଟ୍ରଷ୍ଟିଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଆଗରେ ସମସ୍ତ ନିତି ନିୟମକୁ ଉଲଘଂନ କରାଯାଉଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ନିକଟରେ ସମାପ୍ତ ହୋଇଥିବା ଟେଣ୍ଡର ପ୍ରକ୍ରିୟାରୁ ଏହା ସ୍ପଷ୍ଟ ହୋଇ ଉଠିଛି। ୨୦୧୭-୧୮ ପାଇଁ ଧାର୍ଯ୍ୟ କରାଯାଇଥିବା ଟେଣ୍ଡର ନିୟମାବଳୀକୁ ଖୋଲା ଉଲଘଂନ କରାଯାଇଛି। କେତେ ଜଣ ଟେଣ୍ଡର ପ୍ରକ୍ରିୟାରେ ଅଶଂଗ୍ରହଣ କଲେ, ପ୍ରତିଟି…

"ଗୋରଖନାଥ ମନ୍ଦିର ଟ୍ରଷ୍ଟର ବ୍ୟାପକ ଅନିୟମିତତା"

ଅଭିନବ ଉପାୟରେ ବନ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମ, ଘେରିଅଛି ଭିତରେ ଗଛନାହିଁ

ହରିଚନ୍ଦନପୁର ୨୮/୪ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡିଏଓଫ ଅଧିନରେ ରହିଥିବା ବ୍ରାହ୍ମଣୀପାଳ ବନପାଳ କାର୍ଯ୍ୟାଳୟଟି ଏକ ସମ୍ବେଦନ ଶିଳ। ଏହି କାର୍ଯ୍ୟାଳୟଟି ଅଧିନରେ ରେବଣା ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲ ରହିଛି। ଜଙ୍ଗଲଟିରେ ହାତି, ଭାଲୁ, ହରିଣ, ଠେକୁଆ, ବାଘ ପରି ଅନେକ ବନ୍ୟପ୍ରାଣୀ ରହିଥିବା ସୂଚନା ଅଛି। ବ୍ରାହ୍ମଣୀପାଳ ଠାରୁ ବଳିପର୍ବତ ରାସ୍ତାର ପ୍ରସ୍ଥତିକରଣ ସମୟରେ ରାସ୍ତାକଡରୁ ଗଛ ଗୁଡିକୁ କାଟି ଦିଆ ଯାଇଥିଲା। ଏପରି ସ୍ଥଳରେ ଯିବା ଆସିବା କରୁଥିବା ବାଟଇ ମାନେ ଖରା ଦିନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା କାରଣ ରାସ୍ତା କଡରେ ଗଛନଥିବାରୁ ବାଟୋଇ ମାନେ ଗଛର ଛାଇଟିକେ ପାଇ ପାରୁନଥିଲେ। ସରକାର ଏହାକୁ…

"ଅଭିନବ ଉପାୟରେ ବନ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମ, ଘେରିଅଛି ଭିତରେ ଗଛନାହିଁ"

ଦିନ ଦ୍ୱିପହରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍

ତାଳଚେର ତା ୧୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ଆଜି ତାଳଚେର ପୌର ପରିଷଦର ୱାର୍ଡ଼ ନଂ-୩ ତାଳଚେର ସଦର ଥାନା ଠାରୁ ୨୦୦ମିଟର ଦୂରରେ ଅମଲାପଡ଼ା ସ୍ଥିତ ବିଜେପି କାଉନସିଲର ପ୍ରକାଶ ମହାରଣାଙ୍କ ଘର ସାମ୍ନାରୁ କଲେଜରେ ପାଠ ପଢ଼ାଇସାରି ଜୈନିକ ମହିଳା ତାଙ୍କ ଘରକୁ ସ୍କୁଟିରେ ଫେରୁଥିବା ବେଳେ ତିନିଜଣ ଦୁର୍ବୁତ୍ତ ଏକ ୟୁନିକର୍ଣ୍ଣ ବାଇକରେ ଆସି ତାଙ୍କ ବେକରୁ ୩ଭରୀ ଓଜନର ସୁନା ଚେନ ଲୁଟିନେଇ ଆଖିପିଛୁଳାକେ ଚାଲିଯାଇଥିଲେ। ତାଳଚେର ଭିତରେ ଥାନା ଓ ଫାଣ୍ଡି ଥାଇ ସୁନା ଚୋରୀହେବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବୋଲି ବୁଦ୍ଧୀଜିବୀ ମାନେ ପ୍ରକାଶ କରିଛନ୍ତି। ଏହାକୁ ନେଇ ତାଳଚେର ଜନସାଧାରଣଙ୍କ ମନରେ ଭୟସୃଷ୍ଟି ହୋଇଛି।

"ଦିନ ଦ୍ୱିପହରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍"

ବରିଷ୍ଠ ବିଜେଡ଼ି ନେତାଙ୍କ ପରଲୋକ

ତାଳଚେର ୧୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ତାଳଚେରର ବରିଷ୍ଠ ବିଜେଡ଼ିନେତା ତଥା ପୂର୍ବତନ କାଉନସିଲର ମହମ୍ମଦ ନାଶିର୍ ବୟସ (୭୨)ଙ୍କ ଗତକାଲି ୧୧ଘଟିକା ସମୟରେ ତାଙ୍କ ବାସ ଭବନରେ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ବେହା ପରେ ତାଳଚେରରେ ଶୋକର ଛାୟା ଖେଳି ଯାଇଥିଲା। ଏହି ମୃତ୍ୟୁ ଖବର ପାଇ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେର ପୌରପରିଷଦର ନଗରପାଳ ପବିତ୍ର ଭୂତିଆ, ନଗରସଭାପତି ଆସିଫ୍ ଖାନ, ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ବାନାମ୍ବର ଭୂତିଆ, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ଉପସଭାପତି ଯଯାତି କେଶରୀ…

"ବରିଷ୍ଠ ବିଜେଡ଼ି ନେତାଙ୍କ ପରଲୋକ"

୧୧କେଭି ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ

ତାଳଚେର ତା ୧୯/୦୪ (ଓଡ଼ିଆ ପୁଅ/ସୌଭାଗ୍ୟ ମହାରଣା) ତାଳଚେର ପୌରପରିଷଦର ୧୧ନଂ ୱାର୍ଡ଼ ବାପୁଜୀ ନଗରର ଶରତ ନାଏକଙ୍କ ପତ୍ନୀ ବଗି ନାଏକ ବୟସ (୪୫)ଙ୍କ ୧୧କେଭି ବିଦ୍ୟୁତ୍ ତାର ସଶ୍ପର୍ଶରେ ଲାଗି ଯିବାରୁ ତାଙ୍କର ଘଟଣା ସ୍ଥଳରେ ଦୁଇଟି ଗୋଡ଼ ଛିଣ୍ଡିପଡ଼ି ପୋଡ଼ି ଯାଇଥିଲା ଓ ମୃତ୍ୟୁ ଘଟିଥିଲା। ଘଟଣାରୁ ପ୍ରକାଶ ସେ ଘରୁ ଖାଇସାରି ଜରିପଲିଥିନ ଗୋଟାଇବା ପାଇଁ ଏକ ବାଉଁଶ ଧରି ରେମୁଆଁ ଅଞ୍ଚଳକୁ ଯାଇଥିଲେ। ହଠାତ୍ ବାଇଁଶଟି ୧୧କେଭି ବିଦ୍ୟୁତ୍ ତାରରେ ଲାଗି ଯିବାରୁ ତାଙ୍କୁ ଶକ୍ତ ବିଦ୍ୟୁତ୍ ଆଘାତ ଲାଗିବା ଫଳରେ ସେଠାରେ ମୃତ୍ୟୁ ବରଣ କରିଥିଲେ। ଘଟଣା ସ୍ଥଳକୁ ତାଳଚେର ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ…

"୧୧କେଭି ବିଦ୍ୟୁତ୍ ତାରରେ ଲାଗି ମହିଳାଙ୍କ ମୃତ୍ୟୁ"

ଚିଟଫଣ୍ଡ ମାମଲାରେ ୧ ଗିରଫ

କେନ୍ଦ୍ରାପଡା ୨୧/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)- ମଙ୍ଗଳପୁରସ୍ଥିତ ସିଦ୍ଧ ମହାପୁରୁଷ ମନି ସୋସାଇଟିର ମାଲିକ ତ୍ରିଲୋଚନ ରାଉତ ଜମାଅର୍ଥ ଫେରାଇ ନପାରି ଆତ୍ମହତ୍ୟା କରିବାପରେ ତାଙ୍କ ପତ୍ନୀ, ଝିଅ ଏବଂ ଦୁଇପୁଅଙ୍କୁ ନିକିରାଇ ଥାନା ପକ୍ଷରୁ ଗିରଫ କରାଯାଇ କଟକର ସ୍ପେଶାଲ ଜଜ୍ କୋର୍ଟରେ ହାଜର କରାଯାଇଥିଲା। ସ୍ପେଶାଲ ଜଜ୍ ସେମାନଙ୍କ ଜାମିନ ଦରଖାସ୍ତକୁ ନାମଂଜୁର କରିବାରୁ ସେମାନେ ଜାମିନ ପାଇବା ପାଇଁ ଓଡିଶା ହାଇକୋର୍ଟରେ ଦରଖାସ୍ତ କରିଛନ୍ତି। ସେହି ମାମଲାରେ ଫେରାରଥିବା ସ୍ୱର୍ଗତ ତ୍ରିଲୋଚନ ରାଉତଙ୍କ ବଡ ପୁଅ ଜୀବନଦିପ ରାଉତ (୩୫)ଙ୍କୁ ନିକିରାଇ ଥାନା ପୁଲିସ ଶୁକ୍ରବାର କଟକର ସ୍ପେଶାଲ ଜଜ୍ କୋର୍ଟରେ ହାଜର କରିଥିବା ଜଣାପଡିଛି।

"ଚିଟଫଣ୍ଡ ମାମଲାରେ ୧ ଗିରଫ"

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀମେଳା ଉଦ୍ ଘାଟିତ: କେନ୍ଦ୍ରାପଡାରେ ୧୦କୋଟି ଟଙ୍କା ବ୍ୟୟରେ ଏକ ଖାଦ୍ୟ ପ୍ରକ୍ରୀୟାକରଣ ୟୁନିଟ୍ ଖୋଲିବ

କେନ୍ଦ୍ରାପଡା ୨୧/୪ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)- କେନ୍ଦ୍ରାପଡା କଲେଜରେ ଅନୁଷ୍ଠିତ ୫ଦିନିଆ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀମେଳା, ଜିଲା କୃଷି ମହୋତ୍ସବ ଓ ଜିଲା ସାଂସ୍କୃତିକ ଉତ୍ସବକୁ ଶୁକ୍ରବାର ଉଦଘାଟନ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଥିଲେ ଯେ ଏହି ଜିଲାରେ ତୁରନ୍ତ ୧୦କୋଟି ଟଙ୍କା ବ୍ୟୟ ଅଟକଳରେ ତାଙ୍କ ବିଭାଗ ପକ୍ଷରୁ ଏକ ଖାଦ୍ୟ ପ୍ରକ୍ରୀୟାକରଣ ୟୁନିଟ ଖୋଲାଯିବ। ଏହି ଜିଲାର କଳା ଏବଂ ସଂସ୍କୃତି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଗୀତିକାର ଅକ୍ଷୟ ମହାନ୍ତି, ଭିକାରୀ ବଳ ଏବଂ ନିମାଇଁ ଚରଣ ହରିଚନ୍ଦନ ଏହି ଜିଲାରେ ଜନ୍ମ ଲାଭ କରି କଳା ଏବଂ ସଂସ୍କୃତିରେ…

"ରାଜ୍ୟସ୍ତରୀୟ ପଲ୍ଲିଶ୍ରୀମେଳା ଉଦ୍ ଘାଟିତ: କେନ୍ଦ୍ରାପଡାରେ ୧୦କୋଟି ଟଙ୍କା ବ୍ୟୟରେ ଏକ ଖାଦ୍ୟ ପ୍ରକ୍ରୀୟାକରଣ ୟୁନିଟ୍ ଖୋଲିବ"