Home ଜିଲ୍ଲା ପରିକ୍ରମା “ଆମେ ବିପଦରେ ସାଥି” ତରଫରୁ ମାଗଣା ବସ୍ତ୍ର ବଣ୍ଟନ

“ଆମେ ବିପଦରେ ସାଥି” ତରଫରୁ ମାଗଣା ବସ୍ତ୍ର ବଣ୍ଟନ

177

ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ର) ଯାଜପୁର ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ପାଣିକୋଇଲି ଅଞ୍ଚଳର ଅଗ୍ରଣୀ ଯୁବ ସଙ୍ଗଠନ “ଆମେ ବିପଦରେ ସାଥି “ତରଫରୁ ଚଳିତ ବର୍ଷ ନିମନ୍ତେ ଦୁସ୍ଥ ତଥା ଗରୀବ ଶ୍ରେଣୀୟ ଲୋକ ମାନଙ୍କ ନିମନ୍ତେ ପାଣିକୋଇଲି ବଜାରର ଓଭରବ୍ରିଜ ତଳେ ଦ୍ୱିଦୀବସୀୟ ବ୍ୟବହାର ଉପଯୋଗୀ ମାଗଣା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ର ଉଦ୍‌ଘାଟିତ ହୋଇଛି । ରାସ୍ତା ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଅଥବା ପଶୁଙ୍କୁ ଉଦ୍ଧାର କରି ତାଙ୍କୁ ଡ଼ାକ୍ତରଖାନାରେ ପହଂଚାଇବା, ରକ୍ତଦାନ, ସଫେଇ କାର‌୍ୟ୍ୟକ୍ରମ,ବୃକ୍ଷରୋପଣ ଆଦି କାର‌୍ୟ୍ୟକ୍ରମ କରି ସଫଳତା ସାଉଣ୍ଟିିଥିବା ଅନୁଷ୍ଠାନ ଦ୍ୱାରା ଆହୂତ ଉକ୍ତ କାର‌୍ୟ୍ୟକ୍ରମକୁ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ନାନୀତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ନିହାର ରଂଜନ ଦାସ ଯୋଗ ଦେଇ ଅନୁଷ୍ଠାନର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉନ୍ନତି ନିମନ୍ତେ ସେ ବ୍ୟକ୍ତିଗତ ଭାବେ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡ଼ାଇ,ପଥରପଦା ସରପଂଚ ପ୍ରକାଶ ମଲ୍ଲିକ,ସମିତି ସଭ୍ୟଙ୍କ ପ୍ରତିନିଧି ସନ୍ତୋଷ ବେହେରା, ଶ୍ରମିକ ନେତା ରଘୁନାଥ ମାଝୀ, ପାଣିକୋଇଲି ସମିତି ସଭ୍ୟ ଜହର ଅଲ୍ଲୀ, ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହ ଚରଣ ଦଳେଇ, ସମ୍ପାଦକ ସୁରେନ୍ଦ୍ର ରାୟ,,ରାମଚନ୍ଦ୍ର ମଲ୍ଲିକ, ଚନ୍ଦ୍ରମଣୀ ସ୍ୱାଇଁ, ମଧୁସୁଦନ ରାଉତ, ଗୋକୁଳାନନ୍ଦ ମହାରଣା, ନାରାୟଣ ସାହୁ, ଗୋଲକ ସାହୁ, ବାବାଜୀ ସାହୁ, ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ଭଉଣୀ ଶାନ୍ତି, ସୁମିତ୍ରା ଓ ଭାଇ ନିର୍ମଳ ପୁଲିସ କର୍ମଚାରୀ ଭାସ୍କର ସାହୁ ଓ ତାଙ୍କ ପତ୍ନୀ ମମତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ କାର‌୍ୟ୍ୟକ୍ରମକୁ ସଂଙ୍ଗଠନର ଉପଦେଷ୍ଟା ସୁବାସ ଧଳ, ସୁର‌୍ୟ୍ୟମଣୀ ପଣ୍ଡା, ତାରିଣୀ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାସ, ସଭାପତି ଅଶୋକ କୁମାର ବେହେରା, ସମ୍ପାଦକ ରବିନ୍ଦ୍ର ବେହେରା,ରାକେଶ ରଂଜନନ ପଣ୍ଡା, ସୁଧାଶଙ୍କର ବିଶ୍ୱାଳ, ମନମୋହନ ବାରିକ, ସୁଭ୍ରାଂଶୁ ନାୟକ, ସତ୍ୟବ୍ରତ ପଣ୍ଡା, ଧନେଶ୍ୱର ଦଳାଇ, ହିମାଂଶୁ ନାୟକ, ଗୋଲକ ବିହାରୀ ପରିଡ଼ା, ମହେଶ୍ୱର ମହୀ, ତନ୍ମୟ ପଣ୍ଡା, ରାଜେନ୍ଦ୍ର କର, ବିଣାପାଣୀ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.