Home ଜିଲ୍ଲା ପରିକ୍ରମା ବୁଲବୁଲ କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ ଓ କୃଷି ବିଭାଗର ମିଳିତ ତଦନ୍ତ

ବୁଲବୁଲ କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ ଓ କୃଷି ବିଭାଗର ମିଳିତ ତଦନ୍ତ

109

ଯାଜପୁର୧୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଳକର ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ବୁଲବୁଲ ବର୍ଷା ସେମାନଙ୍କ ମେରୁଦଣ୍ଡ ଦୋଦଲାଇ ଦେଇଛି। ଚାଷ ଜମିରେ ଏବେ ବି ପାଣି ଜମି ରହିବା ଯୋଗୁ ଧାନ ପଚିବା ସହ କେତେକ ବଲରେ ଧାନ ଗଜା ହେବା ଦେଖାଦେଇଛି। ଆଜି ବ୍ଲକର ବରୁଣ୍ଡାଇ, ରଣପା. ପାଣିକୋଇଲି ରାଜସ୍ୱ ସର୍କଲ ଅଧିନରେ କ୍ଷୟକ୍ଷତିର ଆକଳନ କରାଯାଇଛି। କୃଷି ଅଧିକାରୀ ଶରତ ନାୟକ, ଅଜୟ ପରିଡା, କୃଷି କର୍ମଚାରୀ ବିକାଶ ବେହେରା, ବ୍ୟାସନଗର ତହସିଲର ସୁପରଭାଇଜର ବିଷ୍ଣୁ ଚରଣ ପଣ୍ଡା, ରାଜସ୍ୱ ନିରୀକ୍ଷକ ସେବତୀ ବାନାରା, ବସନ୍ତ ଦେହୁରୀ, ପ୍ରମୁଖ ବିଭିନ୍ନ ଗ୍ରାମକୁ ଯାଇ ଚାଷ ଜମିରେ କ୍ଷୟକ୍ଷତି ଆକଳନ କରିଥିଲେ। ଚାଷୀମାନେ ସେମାନଙ୍କ କ୍ଷତି ଆକଳନ ଅଧିକାରୀ ମାନଙ୍କୁ ଦେଖାଇଥିଲେ। ଅପରପକ୍ଷେ ବୁଲବୁଲ କ୍ଷୟକ୍ଷତି ଯୋଗୁ ଧାର କରଜ, ଋଣ, ସମବାୟ ଓ ବ୍ୟାଙ୍କ ଋଣ, ଗ୍ରାମ ମହାଜନଙ୍କ ଠାରୁ ଋଣ ଆଣି ଚାଷ କାର୍ଯ୍ୟରେ ନିୟୋଜିତ କରି ଅମଳ ସମୟରେ ଅସମୟ ବର୍ଷା ଯୋଗୁ କ୍ଷୟକ୍ଷତି ହୋଇଥିବାରୁ ସମସ୍ତ ଚଶଷୀଙ୍କୁ କ୍ଷତିପୂରଣ ଦେବା ପାଇଁ କୃଷକ ନେତାମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.