Home ଓଡ଼ିଶା ହୋଇପାରିଲାନି ଅନାସ୍ଥା କାଏମ ରହିଲା ଉଭୟଙ୍କ ପଦବୀ

ହୋଇପାରିଲାନି ଅନାସ୍ଥା କାଏମ ରହିଲା ଉଭୟଙ୍କ ପଦବୀ

374

ବାଲିଗୁଡା, ୧୬/୧୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ଏନଏସିର ଅଧକ୍ଷା ମମତା ବେହେରା ଓ ଉପାଦକ୍ଷ ଲୋକନାଥ ପାଢୀଙ୍କ ବିରୁଦ୍ଧରେ ବିଜେଡିର ସାତ କାଉଁସିଲର ଆଣିଥିଲେ ଅନାସ୍ଥା। ଆଜି ବାଲିଗୁଡା ଏନଏସି ପରିସରରେ ଦିନ ୧୦ଟାରେ ଅଧକ୍ଷା ନିର୍ବାଚନ ପାଇଁ ଉପଜିଲ୍ଲାପାଳ ରାଜେନ୍ଦ୍ର ରଣଜିତ ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି ସମସ୍ତ ନିର୍ବାଚନ ପକ୍ରିୟାକୁ ପ୍ରସ୍ତୁତ କରିଥିଲେ ଓ ୧୨ କାଉଁସିଲର ଏନଏସିକାର୍ଯ୍ୟଳୟକୁ ଯାଇଥିଲେ। କିନ୍ତୁ ଅଧକ୍ଷା ମମତା ବେହେରା ଓଡିଶା ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ ଉଚ୍ଚ୍ ତମ ନ୍ୟାୟାଲୟର ଏହାକୁ ନେଇ ରହିତାଦେଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚନ୍ୟାୟାଳୟର ରହିତା ଦେଶକୁ ଅଧକ୍ଷା ମମତା ବେହେରା ଜିଲ୍ଲାପାଳଙ୍କୁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଦାଖଲ କରିଥିଲେ। ଏହାକୁ ଆଧାର କରି ଉପଜିଲ୍ଲାପାଳ ଅଧକ୍ଷା ମମତା ବେହେରାଙ୍କ ପଦବୀକୁ କାଏମ ରଖିଛନ୍ତି ଓ ଅଧକ୍ଷାଙ୍କ ବିରୋଧରେ ହୋଇପାରିଲା ନାହିଁ ଅନସ୍ଥା।ସେହିପରି ଅପରାହ୍ନରେ ଉପାଦକ୍ଷ ଲୋକନାଥ ପାଢୀଙ୍କ ବିରୁଦ୍ଧରେ ଥିଲା ଅନାସ୍ତା କିନ୍ତୁ ଉପାଦକ୍ଷଙ୍କ ଛଡା କୌଣସି କାଉଁସିଲର ଅନାସ୍ତା ଭୋଟପାଇଁ ଯାଇନଥିଲେ।କିଛି ସମୟ କାଉଁସିଲର ମାନଙ୍କୁ ଅପେକ୍ଷା କରିଥିଲେ ନିର୍ବାଚନ ଦ୍ୱୟୀତ୍ୱରେ ଥିବା ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ। ପରେ ପରେ ଉପାଦକ୍ଷଲୋକନାଥ ପାଡୀଙ୍କ ଉପାଦକ୍ଷ ପଦ କାଏମ ରହିଲା ବୋଲି ଘୋଷଣା କରିଥିଲେ ଉପଜିଲ୍ଲାପାଳ। ଦୀର୍ଘଦିନ ଧରି ବିଜେଡିର ସାତଜଣ କାଉଁସିଲର ଉଭୟ ଅଧକ୍ଷା ଓ ଉପାଦକ୍ଷଙ୍କ ବିରୁଦ୍ଧରେ ଆଣିଥିବା ଅନାସ୍ତା କାର୍ଯ୍ୟକାରୀ ହୋଇପାରିଲା ନାହିଁ ଯାହାକି। ଆଗାମି ଦିନରେ ଏନଏସିର କାର୍ଯ୍ୟପନ୍ଥା କଣ ହେବ ତାହା ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.