Home ଅପରାଧ ପଞ୍ଚାୟତ ଅଫିସରେ ତାଲା ପଡିବା ନେଇ ଥାନାରେ ମାମଲା

ପଞ୍ଚାୟତ ଅଫିସରେ ତାଲା ପଡିବା ନେଇ ଥାନାରେ ମାମଲା

83

ଯାଜପୁର୧୮ା୧୧(ଓଡିଆ ପୁଅ)କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଞ୍ଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା କୋରମ ଅଭାବରୁ କାଟ ଖାଇବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଭତା ବାଣ୍ଟି ଥିବା ବେଳେ କେହି ଦୃର୍ବୃତ ତାଲା ପାକଇବା ଯୋଗୁ ୪ଶହରୁ ଉର୍ଦ୍ଧ ଭତାଧିକାରୀ ଖରାରେ ବସି ରହିଥିଲେ। ପୁଲିସ ଉପସ୍ଥିତରେ ତାଲା ଭଙ୍ଗାଯିବା ପରେ ଭତା ବଂଟନ ସ୍ୱଭାବିକ ହୋଇଥିଲା। ଏ ସର୍ମ୍ପକରେ କୋରାଇ ବିଡିଓ ତରଣୀ ସେନ ପଟ୍ଟନାୟକ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ୧୨୩/୧୯ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି। ଏହି ଘଟଣାରେ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହାର ଖୁବ ଶିଘ୍ର ରହସ୍ୟ ଉନ୍ମୋଚନ କରାଯିବ। ଅପରପକ୍ଷେ ଏହି ଘଟଣାକୁ ନେଇ ଉତେଜନା ଲାଗିରହିଛି। ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଚାପାନ ଦୋକାନକୁ ତାଲା ପକାଇବା ନେଇ ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ ଦୋକାନି ମହେଶ୍ୱର ବେଜଙ୍କ ସ୍ତ୍ରୀ ନନ୍ଦିନୀ ଅଭିଯୋଗ କରିଛି। ଅଭିଯୋଗ ମୁତାବକ ତଣ୍ଡରା ଗ୍ରାମର ବିଶ୍ୱନାଥ ସେଠୀ, ତାଙ୍କ ସ୍ତ୍ରୀ କୁମୁଦି ସେଠୀ ଓ ପୁଅ ରବିନ୍ଦ୍ର ସେଠୀ ଆଜି ସକାଳ ୭ଟା ବେଳେ ଦୋକାନ ନିକଟରେ ପହଂଚି ଅଶ୍ଳୀଳ ଗାଳିଗୁଲଜ କରିବା ସହ ମାଡ ମରିବାର ଧମକ ଦେଇ ଦୋକାନରେ ତାଲା ପକାଇଥିଲେ। ଜୀବନର ସୁରକ୍ଷା ପାଇଁ ଫାଣ୍ଡିରେ ଜଣାଇଥିବା କହିଛନ୍ତି ନନ୍ଦିନୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.