Home ଜିଲ୍ଲା ପରିକ୍ରମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ

171

ଯାଜପୁର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଲକ୍ଷ୍ମୀନଗର ପଞ୍ଚାୟତ ତରାପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଶିଷ୍ଠ ଶିକ୍ଷାବିତ କୈଳାସଚନ୍ଦ୍ର କୁଅଁର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟତମଅତିଥି ଭାବେ ଶିକ୍ଷାବିତ୍ ଦେବବ୍ରତ ସାହୁ ଯୋଗଦେଇ ପିଲାମାନଙ୍କୁ ଜ୍ଞାନ ବିଜ୍ଞାନ ଉପରେ ଉଦବୋଧନ ଦେଇଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଅରୁଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧନାରେ ଅନୁଷ୍ଠିତ କାର‌୍ୟ୍ୟକମକୁ ଅନୁଷ୍ଠାନର ସଂପାଦିକା ସସ୍ମିତା ପଥାଳ ପରିଚାନା କରିଥିଲେ। ଅନୁଷ୍ଠିତ ମେଳାରେ ନର୍ସରିରୁ ୮ଯାଏ ପିଲାଙ୍କ ମଧ୍ୟରେ ୬ବର୍ଗରେ ପ୍ରକଳ୍ପ ପଦର୍ଶିତ କରାଯାଇଥିଲା। ନର୍ସରୀ ପିଲାମନେ ପଶୁପକ୍ଷୀର ଉପରେ ପ୍ରକଳ୍ପ ପଦର୍ଶିତ କରିଥିଲା ବେଳେ କେଜି ପିଲାମନେ ବିଭିନ୍ ପନିରପରିବା ଉପରେ ସଚିତ୍ର ରଙ୍ଗିନ ପ୍ରକଳ୍ପ କରିଥିଲେ। ପ୍ରଥମ ଶ୍ରେଣୀର ପିଲାମାମନେ ଜଳ ଓ ସ୍ଥଳ ଆଦି ଉଭୟ ଚରର ପ୍ରାଣୀମାନଙ୍କ ଉପରେ, ୨ୟ ଶ୍ରେଣୀର ପିଲାମାନେ ଶିକ୍ଷକ, ପୁଲିସ, ଓକିଲ ଆଦି ବୃତିଧାରୀଙ୍କ ଉପରେର ପ୍ରକଳ୍ପ ପ୍ରର୍ଶିତ କରିଥିଲା ବେଳେ ୩ୟ ଶ୍ରେଣୀର ପିଲାମାନେ ଚକର ବ୍ୟବହାରିକ ସ୍ଥାନ ଓ ସ୍ଥିତ ସଂପର୍କରେ ପ୍ରଦର୍ଶିତ କରାଯାଇଥିଲା। ସେହିପରି ୪ର୍ଥ ଓ ୫ମ ଶ୍ରେଣୀର ପିଲାମାନେ ଫୁଲ, ଫଳ, ଚେରମୂଳ ଆଦି ଆୟୁର୍ବେଦିକ ତଥ୍ୟପ୍ରଦାନ ପୂର୍ବକ ପ୍ରକଳ୍ପ ପଦର୍ଶିତ କରିଥିଲା ବେଳେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲା ସମାଜରେ ଜଳ, ବାୟୁ ଆଦି ପରେବେଶ ପଦ୍ୟୁଷିତ ଓ ସ୍ୱଚ୍ଛଭାରତ ସଂପର୍କି ପ୍ରକଳ୍ପ ବର୍ଗ ଅନୁଯାୟୀ ପ୍ରଦର୍ଶନ କରାଯାଇଥିଲା। ଏହି ମେଳାରେ ସମସ୍ତ ବର୍ଗରୁ ମୋଟ ୨୦୫ଟି ପ୍ରକଳ୍ପ ଛାତ୍ରଛତ୍ରୀଙ୍କ ଦ୍ୱାରା ପ୍ରର୍ଦଶିତ କରାଯାଇଥିଲାବେଳେ ଆଖ ପାଖ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଜ୍ଞାନ ପ୍ରେମୀମାନେ ଏହି ପ୍ରଦର୍ଶନୀ ମେଳାକୁ ବୁଲି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ୟାମସୁନ୍ଦର ଦାସ, ବିଶ୍ୱଜିତ ପଣ୍ଡା, ସନ୍ତୋଷ କୁମାର ସାହୁ, ପରେଶ କୁମାର ମହଲା, ପ୍ରତ୍ୟୁଷା ପୃଷ୍ଟି, କବିତା ଘଡାଇ, ସେଲିସେଲୋରା ରାଉତ, ଏଲୋରା ପ୍ରୟଦର୍ଶିନୀ ରାଉତ, ବିନୋଦିନୀ ସାହାଣୀ, କୁମୁଦୁନୀ ସାହାଣୀ, ପିଙ୍କି ସାହୁଙ୍କ ସମେତ ସମସ୍ତ ଅପା, ଭାଈ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ବିଦ୍ୟାର୍ଥି ସେମାନଙ୍କ ଜ୍ଞାନ ବିଜ୍ଞାନ ଭିତିକ ପ୍ରକଳ୍ପକୁ ଅତି କୁଶଳତାର ଶହ ପ୍ରଦର୍ଶିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.