Home ଓଡ଼ିଶା ବାଙ୍ଗିରୀପୋଶି ଘାଟିରୁ ୬୦ଫୁଟ୍ ତଳକୁ ଖସିଲା ଲୁହାପଥର ବୋଝେଇ ଟ୍ରକ, ୨ ମୃତ ୧ ଗୁରୁତର

ବାଙ୍ଗିରୀପୋଶି ଘାଟିରୁ ୬୦ଫୁଟ୍ ତଳକୁ ଖସିଲା ଲୁହାପଥର ବୋଝେଇ ଟ୍ରକ, ୨ ମୃତ ୧ ଗୁରୁତର

114

ମୟୁରଭଞ୍ଜ,ତା ୧୮ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୬୮ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଶି ଘାଟିରୁ ଖସିଲା ଲୁହାପଥର ବୋଝେଇ ଟ୍ରକ, ଦୁଇ ମୃତ୍ୟୁ ଜଣେ ଗୁରୁତର । ଟ୍ରକଟି ଲୁହାପଥର ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ବେଳେ କୈାଣସି କାରଣରୁ ବାଙ୍ଗିରିପୋଶି ଘାଟି ଉପରୁ ପାଖାପାଖି ୬୦ଫୁଟ ତଳକୁ ଖସିପଡିଥିବାର ଜଣାପଡିଛି । ଆଜି ପ୍ରାୟ ସକାଳ ୭ଘଟିକା ରୁ ୮ଘଟିକା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକ ଓ ଦମକଳ ବାହିନୀଙ୍କ ସହାୟତାରେ ଟ୍ରକରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିବା ଜଣେ ବ୍ୟକ୍ତିଙ୍କୁ ବାଙ୍ଗିରିପୋଶି ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀପ ଦାସ ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବାରିପଦା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.