Home ଜିଲ୍ଲା ପରିକ୍ରମା ୩ବର୍ଷର ଜାତୀୟ ମେଧାବୃତ୍ତି (ଏନଆରଟିଏସ) ପରୀକ୍ଷାଫଳ ପ୍ରକାଶ

୩ବର୍ଷର ଜାତୀୟ ମେଧାବୃତ୍ତି (ଏନଆରଟିଏସ) ପରୀକ୍ଷାଫଳ ପ୍ରକାଶ

364

ଯାଜପୁର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଲକ ଶିକ୍ଷାମଣ୍ଡଳର ୩ବର୍ଷର ଜାତୀୟ ମେଧାବୃତ୍ତି (ଏନଆରଟିଏସ)ପରୀକ୍ଷାଫଳ ପ୍ରକାଶ ପାଇଛି। ଏହି ଶିକ୍ଷାମଣ୍ଡଳର ପକ୍ଷରୁ ଆୟୋଜିତ ୨୦୧୫, ୨୦୧୬ ଓ ୨୦୧୮ ମସିହାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ମେଧାବୃତି (ଏନଆରଟିଏସ) ୨୦୧୫ ଓ ୨୦୧୬ ମସିହାର ୭ଶ୍ରେଣୀ ପିଲାଙ୍କ ମଧ୍ୟରେ ହୋଇଥିଲା ବେଳେ ୨୦୧୮ ମସିହାରେ ପ୍ରାଥମିକ ବିଦ୍ୟାଳୟରେ ସାମିଲ ହୋଇଥିବା ୮ମ ଶ୍ରେଣୀ ପିଲାଙ୍କ ମଧ୍ୟରେ ହୋଇଥିଲା। ପ୍ରତିବର୍ଷ ଶିକ୍ଷାମଣ୍ଡଳ ସ୍ତରରେ ୧୦ଜଣ ଲେଖାଏଁ ୩ବର୍ଷର ମୋଟ ୩୦ଜଣ ଏହି ବୃତ୍ତିପାଇବା ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି।୨୦୧୫ମସିହାର ଯୋଗ୍ୟବୃତ୍ତିଧାରି ହେଲେ ଶ୍ରଦ୍ଧାସହାନଭୁତି ସାହୁ( ମୁଳାପାଳ ସରସ୍ୱତୀ ଶିଶୁମନ୍ଦିର), ସମ୍ଭାବନା ସାହୁ(ଜଗବନ୍ଧୁ ନୋଡାଲ ବିଦ୍ୟାପୀଠ-ପାଣିକୋଇଲି), ଅମ୍ବିକା ପ୍ରସାହ ସାହୁ( ମୂପାଳ ସରସ୍ୱତୀ ଶିଶୁମନ୍ଦିର), ବିଶ୍ୱଜନନୀ ପଣ୍ଡା ଓ ସୁଭଶ୍ରୀ ପ୍ରିୟଦର୍ଶିନୀ ମିଶ୍ର(ମଧୁସୂଦନ ନଗର ସରସ୍ୱତୀ ଶିଶୁମନ୍ଦିର), ମୁକେଶ କୁମାର ସାହୁ(ଉପୁଳାଇ ୟୁଜିଏମଇ ସ୍କୁଲ), ସୁନିଲକୁମାର ମାରାଣ୍ଡି(ଜଗବନ୍ଧୁ ନୋଡାଲ ବିଦ୍ୟାପିଠ-ପାଣିକୋଇଲି), ମନୋଜକୁମାର ସେଠୀ ଓ ପୂଜାରାଣୀ ଜେନା(ମକୁନ୍ଦପୁର ୟୁପି ସ୍କୁଲ), ଓ ଚିନ୍ମୟୀ ନାୟକ(କିଆପଦା ସରସ୍ୱତୀ ଶିଶୁମନ୍ଦିର) ପ୍ରମୁଖ ଅଟନ୍ତି। ସେହପରି ୨୦୧୬ମସିହା ନିମନ୍ତେ ଯୋଗ୍ୟବିବେଚିତ ହୋଇଛନ୍ତି ନିଳାନ୍ଦ୍ରୀ ବିହାରୀ ପଣ୍ଡା ଓ ଲଲାଟେନ୍ଦୁ ସାହୁ(ମୂଳାପାଳ ସରସ୍ୱତୀ ଶିଶୁମନ୍ଦିର), ରହେନୁମା ଫିର୍ଦୋଶ(ଜଗବନ୍ଧୁ ନୋଡାଲ ବିଦ୍ୟାପୀଠ-ପାଣିକୋଇଲି), କୌଶିକ ଶ୍ରୀକୁମାର ଓ ବି.ପି ଅନନ୍ତଜ୍ୟୋତି ଦାସ (ମଧୁସୂଦନନଗର ସରସ୍ୱତୀ ଶିଶୁମନ୍ଦିର), ରୋଜାଲିନ ସାହୁ( ଜଗବନ୍ଧୁ ନୋଡାଲ ବିଦ୍ୟାପୀଠ-ପାଣିକୋଇଲି), ରାଜେଶ୍ୱରୀ ମଲ୍ଲିକ(ପାଣିକୋଇଲି ସରସ୍ୱତୀ ଶିଶୁମନ୍ଦିର), ସୁଭଦ୍ରା ମାଝୀ(ସାଆଁନ୍ତ ସାହି ୟୁପି ସ୍କୁଲ), ମନିସାମଞ୍ଜରୀ ହେମ୍ରାମ(ମୂଳାପାଳ ସରସ୍ୱତୀ ଶିଶୁମନ୍ଦିର) ଓ ଶୁଭସିନୀ କାଣ୍ଡିଆନ(ଚନ୍ଦମା ୟୁପି ସ୍କୁଲ) ପ୍ରମୁଖ ଅଟନ୍ତି। ଏଥି ସହିତ ଏହି ବୃତ୍‌ତ୍ତିପାଇଁ ୨୦୧୮ମସିହାରୁ ୮ମଶ୍ରେଣୀ ପିଲା ବୃତ୍‌ତ୍ତି ପାଇଁ ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଯୋଗ୍ୟବିବେଚିତ ହୋଇ ଥିବା ପିଲାମାନେ ହେଲେ ଗୁରୁକୃଷ୍ଣ ସାନ୍ତରା ଓ ସୌଭାଗ୍ୟରଞ୍ଜନ ସାହାଣୀ(ପାଣିକୋଲି ନୋଡାଲ), ଅର୍ଣ୍ଣପୂର୍ଣ୍ଣା ଚକ୍ରବର୍ତ୍ତୀ(ପାଣିକୋଇଲି ଗାର୍ଲ୍ସ ହାଇସ୍କୁଲ), ନିବେଦିତା ତ୍ରିପାଠୀ (ଏନସି ହାଇସ୍କୁଲ- ଯାଜପୁରରୋଡ), ଶତରୂପା ସାହୁ ଓ ରୋସିନ ପରିଡା(ବ୍ୟାସନଗର ସରସ୍ୱତୀ ଶିଶୁମନ୍ଦିର), ପ୍ରମୋଦିନୀ ସେଠୀ(ଅଶୋକ ଦାସ ବିଦ୍ୟାପୀଠ-କନ୍ତୋର), ଗୀତାଞ୍ଜଳି ମାଝୀ(କେ.କେ ଉଚ୍ଚବିଦ୍ୟାପୀଠ ଇଚ୍ଛାପୁର), ହିମାନୀ ବଗୁଲିଆ(ମଧୁସୂଦନ ନଗରସରସ୍ୱତୀ ଶିଶୁମନ୍ଦିର) ଓ ସିନି ହୋ(ଏନସି ହାଇସ୍କୁଲ -ଯାଜପୁରରୋଡ) ପ୍ରମୁଖ ଅଟନ୍ତି। ଏହି ମେଧାତ୍ତିତି ପାଇବାକୁ ଯୋଗ୍ୟବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ମାସିକ ୨୫୦ଟଙ୍କା ଲେଖାଏଁ ୩ବର୍ଷ ଯାଏ ପାଇବେ। ସମୟ ଅତିବାହି ହୋଇଯାଇଥିବା ୨୦୧୫ ଓ ୧୬ ମସିହାର ଯୋଗ୍ୟ ପିଲାମାନଙ୍କୁ ଏକାଥରକେ ବୃତି ଅର୍ଥରାଶି ତାଙ୍କ ବ୍ୟାଙ୍କ ଆକାଉଂଟ ଜରିଆରେ ପ୍ରଦାନ କରାଯିବା ସହ ୨୦୧୮ ମସିହା ପିଲାଙ୍କୁ ମାସିକ ଭିତିରେ ଦିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.