Home ଜିଲ୍ଲା ପରିକ୍ରମା ଚାଷୀ ଓ ବ୍ୟବସାୟୀଙ୍କ ଦୁର୍ଦ୍ଦଶା ଦୂର କରିବାକୁ ଦାବୀ

ଚାଷୀ ଓ ବ୍ୟବସାୟୀଙ୍କ ଦୁର୍ଦ୍ଦଶା ଦୂର କରିବାକୁ ଦାବୀ

81

ଟିଟିଲାଗଡ଼ ୧୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଦୈନିକ ଓ ସାପ୍ତାହିକ ହାଟପଦା ବଜାରରୁ ଦୈନିକ ଲକ୍ଷ, ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରାଯାଉଥିବା ବେଳେ ଏହି ବଜାରର ଅବସ୍ଥା ଶୋଚନୀୟ ହୋଇପଡିଛି। ଆଖ, ପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀ, ବ୍ୟବସାୟୀ ଚାଷୀ ନିର୍ଭରଶୀଳ ଥିବା ବେଳେ ପରିଚାଳନା କମିଟିର ଦାଇତ୍ୱ ହୀନତା ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବଜାର ଉନ୍ନତି କରଣ ପାଇଁ ଷ୍ଟଲ ମାନ ନିର୍ମାଣ କରାଯାଇଥିଲା ବେଳେ କାର୍ଯ୍ୟକ୍ଷମ ନ କରି ଛାଡି ଦିଆ ଯାଇଛି। ଏପରିକି ଲକ୍ଷ, ଲକ୍ଷ ଟଙ୍କାର ଟେଣ୍ଡର ଡକେଇ ଦେଇ ଦିନ ଗଡେଇବା ସାର ହେଉଛି। ଖରା, ବର୍ଷା, ଶୀତ କାକରରେ ଦୂରଦୂରାନ୍ତରୁ ଲୋକେ ଆସି ରାତି, ଦିନ ହନ୍ତସନ୍ତ ହେଉଛନ୍ତି। ଆଶ୍ରୟ ବ୍ୟବସ୍ଥା ତ ଦୂରର କଥା ମହିଳା ଓ ସାଧାରଣଙ୍କ ପାଇଁ ଶୌଚାଳୟ ଟିଏ ବି ନାହିଁ। ଏପରି କି ପଡ଼ୋଶୀ ଛତିଶଗଡ଼ର ରାୟପୁର ଓ ରାୟଗଡା, ମୁନିଗୁଡା ଆଦି ଅଂଚଳରୁ ଆସୁଥିବା ବ୍ୟବସାୟୀ ଓ ଚାଷୀ ପନିପରିବା ଗଚ୍ଛିତ ରଖିବା ବ୍ୟବସ୍ଥାମଧ୍ୟ ନାହିଁ। ଏ ଦିଗରେ ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ଓ ସ୍ଥାନୀୟ ବିଧାୟିକା ତୁରନ୍ତ ଦୃଷ୍ଟି ଦେବାକୁ ଜନସେବା ସଂଘ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.