Home ଓଡ଼ିଶା ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ମାମଲା – ବଦଳିବେ ଯାଜପୁର ଏସପି

ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ମାମଲା – ବଦଳିବେ ଯାଜପୁର ଏସପି

166

ଭୁବନେଶ୍ୱର ୧୭-୧୧ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ଉପରୁ ରହସ୍ୟ ଉଠାଇବା ପାଇଁ ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ମୁଖ୍ୟ ବିରୋଧି ବିଜେପି। ଏ ରହସ୍ୟ ଜନକ ମୃତ୍ୟୁର ପ୍ରକୃତ ତଥ୍ୟ ରାଜ୍ୟବାସୀଙ୍କ ପାଖରେ ପହଁଚିବାପାଇଁ ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି। ଗୁରୁତ୍ୱପୂର୍ଣ୍ଣ ଶୀତକାଳୀନ ଅଧିବେଶନର ଆରମ୍ଭର ପ୍ରଥମ ଦିନରୁ ସିବିଆଇ ତଦନ୍ତ ଦାବିରେ ଗୃହକୁ ଏକ ପ୍ରକାର ଅଚଳ କରି ସାରିଲାଣି ଭାରତୀୟ ଜନତା ପାର୍ଟି। ବିରୋଧି ଦଳର ହିସାବରେ ନିଜର ସ୍ଥିତି ଜାହିର କରିବା ପାଇଁ ସୃଷ୍ଟି ହୋଇଥିବା ଏହି ସୁବର୍ଣ୍ଣ ସୁଯୋଗକୁ ଦଳ ହାତଛଡ଼ା କରିବାକୁ ଚାହୁଁନାହିଁ।

ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ହୋଇଥିଲା ବିଜେପୁର ନିର୍ବାଚନ। ଏହି ଉପ ନିର୍ବାଚନର ଫଳାଫଳ ବିଜେପିକୁ ବହୁତ ହତୋତ୍ସାହିତ କରିଥିଲା। ତେଣୁ ଓଡ଼ିଶାରେ ନିଜର ସ୍ଥିତିକୁ ପୁନର୍ଜୀବିତ କରିବା ପାଇଁ ଦଳକୁ ମିଳିଛି ସ୍ମିତାରାଣୀ ମୃତ୍ୟୁ ଭଳି ଏକ ସମ୍ବେଦନଶୀଳ ମାମଲା। ଯେଣତେଣ ପ୍ରକାରେ ଏହି ମାମଲାର ସ୍ୱର ଉତ୍ତୋଳନ କରି ମାଇଲେଜ୍ ନେବାକୁ ଚାହୁଁଛି ବିଜେପି। ବିଧାନସଭାର ଶୀତକାଳୀନ ଅଧିବେଶନ ନଚାଲିଥିଲେ ବିଜେଡ଼ି ଏହାକୁ ଭୃକ୍ଷେପ କରିନଥାନ୍ତା। ମାତ୍ର ବିଧାନସଭାରେ ଅତିରିକ୍ତ ବଜେଟ୍ ଓ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବିରୋଧି ଦଳର ଆବଶ୍ୟକତା ଥିବାରୁ ବାଧ୍ୟ ହୋଇ ବିଜେଡ଼ି ସରକାର କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁଛି। ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଯାଜପୁର ଜିଲ୍ଲା ପୋଲିସ୍ ର ମୁଖ୍ୟ ଏସପିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଗୋଟିଏ ଦାବିଥିଲା। ଘଟଣାର ରୂପରେଖ ଖୋଳତାଡ଼ କଲେ ସରକାରଙ୍କର ଅନେକ ଗୁମର ପଦାକୁ ଆସିବାର ଭୟ ଅଛି। ରାମକୋ କମ୍ପାନୀଠୁ ଆରମ୍ଭ କରି ସ୍ଥାନୀୟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ପଦାକୁ ଆସିପାରେ। ରାମକୋ ଏକ ଦକ୍ଷୀଣ ଭାରତୀୟ କମ୍ପାନୀ। ତା’ର ଗୁରୁତ୍ତ୍ୱ ଓଡ଼ିଶାରେ କେମିତି ଓ କେଉଁ ଭଳି ଭାବରେ ବୃଦ୍ଧି ପାଇଥିଲା ତାହାର ଗୁମର ମଧ୍ୟ ଧିରେ ଧିରେ ଖୋଲିବାର ଆଶଙ୍କାକୁ ଏଡ଼ିଆ ଦିଆଯାଇନପାରେ। ତେଣୁ ଏହି ସମ୍ବେଦନଶୀଳ ଘଟଣାଟି ଆଗକୁ ନବଢ଼ୁ ଏବଂ ସରକାର ବଦନାମ ନ ହେଉ ସେଥିପାଇଁ ଯାଜପୁର ଏସ୍.ପି.ଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବଳି ପକେଇବା ପାଇଁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.