Home କେନ୍ଦୁଝର ଜେଜେ ମା, ଜେଜେ ବାପା ,ଅଜା, ଆଇଙ୍କୁ ନେଇ ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ...

ଜେଜେ ମା, ଜେଜେ ବାପା ,ଅଜା, ଆଇଙ୍କୁ ନେଇ ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ସମ୍ମିଳନୀ

263

ବଡ଼ବିଲ,ତା ୧୭ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜେଜେ ମା ଜେଜେ ବାପା ବା ଅଜା ଆଇମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଖବର ଅନୁଯାୟୀ ଆଜି ଦିନ ୧୦ ଘଟିକା ସମୟରେ ବିଦ୍ୟାଳୟରେ ପାଠାୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଜେଜେ ବାପା, ଜେଜେ ମା ବା ଅଜା, ଆଇମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ମହାନ୍ତଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ ମହାପାତ୍ର ଯୋଗ ଦେଇ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ରଶ୍ମିରେଖା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଜେଜେ ବାପା ଜେଜେ ମା ମାନେ ନିଜ ନିଜର ପରିଚୟ ଦେଇଥିବା ସହ ଅନୁଭୂତି ପ୍ରଦାନ କରିଥିଲେ । ଏଥିସହ ସଂଗୀତ ଓ ବିଭିନ୍ନ ଖେଳ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଚାର୍ଯ୍ୟା ଶ୍ରୀମତି ନନ୍ଦିନୀ ମହାନ୍ତି, ପୁଷ୍ପ ଶ୍ରୀପତି, ରଞ୍ଜିତାରାଣୀ ଦାସ, ମନ୍ଦାକିନି ବାରିକ, କବିଲତା ମହାନ୍ତ, ସାବିତ୍ରୀ ନାଏକ ମଧୁସ୍ମିତା ଭୋଇ ଓ ଆଚାର୍ଯ୍ୟ ଶ୍ରୀଯୁକ୍ତ ବସନ୍ତ ବାରିକ, ନଳିନୀକାନ୍ତ ମହାନ୍ତ, ମଦନମୋହନ ସାମଲ, ନରେଶ ମହାନ୍ତ, ଚନ୍ଦନ ମହାନ୍ତ, ଇନ୍ଦୁମତି ମହାନ୍ତ ,ଗୋବର୍ଦ୍ଧନ ଗିରି, ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.