Home ଜିଲ୍ଲା ପରିକ୍ରମା ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଅବସରକାଳୀନ ସମ୍ବର୍ଦ୍ଧନା ସଭା

255

ଯାଜପୁର୧୮ା୧୧(ଓଡିଆ ପୁଅ):କୋରାଇ ବ୍ଲକ ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଇଛାପୁରସସ୍ଥିତ କୂନ୍ତଳା କୁମାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଧର ମୁଦୁଲିଙ୍କ ଅବସର ହୋଇଥିଲା। ଏଥି ନେଇ ବିଦ୍ୟାଳୟରେ ବିଦାୟ କାଳୀନ ସଭା ପୁରାତନ ଛାତ୍ର ସଂସଦ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବିପିନ ବିହାରୀ ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଅଧିକ୍ଷକ ଚରଣ ସିଂହ ମୀନା, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଭିକାରୀ ଚରଣ ଓଝା, ସମ୍ମାନୀତ ଅତିଥିଭାବେ ଏବିଇଓ ହରିହର ଦଳାଇ, ସରପଂଚ ମମତା ସାହୁ, ସମିତିସଭ୍ୟ ମାଣିକ ଦାସ ବିଦ୍ୟାଳୟ ପ୍ରତିଷ୍ଠାତ୍ରୀ କୁନ୍ତଳା କୁମାରୀ ଓଝା, ସିଆରସିସି ଅଭୟ କୁମାର ସାହୁ, ଅଭୟ କୁମାର ମହାପାତ୍ର, ରତ୍ନାକର ପଲେଇ, ନୃସିଂହ ନାରାୟଣ ମିଶ୍ର, ଶରତ କୁମାର ଧଳ, ବିମ୍ବାଧର ଜେନା, ଶରତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ସନ୍ତୋଷ କୁମାର କଣ୍ଡାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଭିମନଉ୍ୟ ଦାଶ, ପ୍ରଦୀପ କୁମାର ପଣ୍ଡା ମଙ୍ଗଳାଷ୍ଟକ ଗାନ କରିଥିଲେ। ସହଦେବ ସେନାପତି ବିବରଣୀ ପାଠ କରିଥବବା ବେଳେ ବିଜୟ କୁମାର ନନ୍ଦ ମାନପତ୍ର ପାଠ କରଇଥିଲେ। ଶେଷରେ ଜୟନ୍ତ କୁମାର ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ କର୍ମଚାରୀ ଅମର ମିଶ୍ର, ଶରତ ଖଣ୍ଡାଇ, ଉଦ୍ଧବ ଦାସ, ପୁରାତନ ଛାତ୍ର ରାମ ଚନ୍ଦ୍ର ସାହୁ, ପ୍ରମୋଦ ପାତ୍ର, ଶ୍ରୀଧର ସାହୁ, ପ୍ରମୋଦ ଦାସ, ଗଣେଶ ଦାସ, ଅକ୍ଷୟ କାହାଳୀ, ଜଗବନ୍ଧୁ ଯେନା, ନିତ୍ୟାରନ୍ଦ ରଳଦଗ୍ଦ ପରିଚାଳନା କିମଯଇ ସଭ୍ୟ ରଥ ପରିଡା, ବଳରାମ ପଣ୍ଡା, ହୃଷିକେଶ ଜେନା, ବିଶ୍ୱନାଥ ପଣ୍ଡା, ମହେନ୍ଦ୍ର ଦାସ, ସୁଦର୍ଶନ ଓଝା, ମାଧବ ଦାସଙ୍କ ସମେତ ଅନ୍ୟାନ୍ୟ ଶୁଭେଛୁମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଶ୍ରୀ ମୀନା ବିଦାୟୀ ଶିକ୍ଷକ ଶ୍ରୀ ମୁଦୁଲିଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏକ ଶୋଭାଯାତ୍ରା ଶ୍ରୀ ମୁଦୁଲିଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଇତ୍ୟବସରରେ ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.