Home ଜିଲ୍ଲା ପରିକ୍ରମା ଆହାର କେନ୍ଦ୍ର ପରିଦର୍ଶନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

ଆହାର କେନ୍ଦ୍ର ପରିଦର୍ଶନ କଲେ ପ୍ରକଳ୍ପ ନିର୍ଦ୍ଦେଶକ

82

ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜିଲ୍ଲା ଗ୍ରାମ୍ୟ ଉନ୍ନନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷକ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଯାଜପୁର ମୁଖ୍ୟ ଚିକିତ୍ସାଳୟ  ନିକଟରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରିଥିଲେ ।  ଆହାର କେନ୍ଦ୍ରରେ ଖାଦ୍ୟ ସରିଯାଇଥିବା ବେଳେ କେତେକ ଲୋକ ଖାଦ୍ୟ ନଥିବାର ଅବଗତ କରାଇଥିଲେ ।  ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଉପସ୍ଥିତ ପୈାର ନିର୍ବାହୀ ଅଧିକାରୀଙ୍କୁ ଏ ସଂପର୍କରେ ପଚାରିଥିଲେ ।  ବର୍ତ୍ତମାନ ଦିନରେ ୫୦୦ ଓ ରାତିରେ ୨୫୦  ମିଲ ଆସୁଚ୍ଥି ।  ତେବେ ଦିନରେ ୫୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ଭିଡ ଚାଲୁଥିବା ବେଳେ ରାତ୍ର ବେଳା ପ୍ରାୟ ୧୩୦-୧୪୦ ଲୋକ ଖାଉଥିବାର ନିର୍ବାହୀ ଅଧିକାରୀ ଜଣାଇଥିଲେ ।  ତେବେ ଦିନ ବେଳା ଅଧିକ ୧୦୦ ଖାଦ୍ୟ ବଢାଇ ରାତ୍ରରେ ଅନାବଶ୍ୟକ ଭାବେ ବଳୁଥିବା ଖାଦ୍ୟରୁ ୧୦୦ କାଟିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।  କାରଣ ଖାଦ୍ୟ ବଳିଲେ ମଧ୍ୟ ଆଣୁଥିବା ଖାଦ୍ୟର ପରିମାଣର ଅର୍ଥ ଆହାର କର୍ତ୍ତୃପକ୍ଷ ନେଉଚ୍ଥନ୍ତି ।  ପରିବେଶକୁ ସର୍ବଦା ପରିଚ୍ଚ୍ଥନ୍ନ ରଖିବା ଓ ଲୋକ ମାନଙ୍କୁ ଊଚିତ ବ୍ୟବହାର ପ୍ରଦର୍ଶନ ପାଇଁ ଶ୍ରୀ ନାୟକ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୈାର ପ୍ରଶାସନର ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର, ମୁଖ୍ୟ କିରାଣୀ ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.