ରାୟଗଡାରେ ପିଲା ଚୋର ଆତଙ୍କ ସନେ୍ଦହ ଘେରରେ ୪ ଅଟକ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୧/୦୫ – ରାୟଗଡା ସହର ତଥା ଆଖପାଖ ଅଂଚଳରେ ପିଲା ଚୋର ଆତଙ୍କ ଦେଖାଦେଇଛି । ଆଜି ରାୟଗଡା ସହର ସ୍ଥିତ ଆର.ଡି ଅଫିସ ନିକଟରୁ ଜଣେ ପିଲା ଚୋର ସନ୍ଦିଗ୍ଧ କୁ ଧରି ନିସ୍ତୁକ ମାଡ ମାରିଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ସନ୍ଦିଗ୍ଧ କୁ ଉଦ୍ଧାର କରି ଥାନା କୁ ନେଇ ଆସିଥିଲେ । ସେହିପରି ଜିମିଟିପେଟା ଗ୍ରାମ ଠାରେ ଜଣେ ପିଲା ଚୋର ସନ୍ଦିଗ୍ଧ କୁ ଧରି ଗାଁ ଲୋକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଏ ସଂପର୍କରେ ପୋଲିସ ଖବର ପାଇଁ ସନ୍ଦିଗ୍ଧ…

"ରାୟଗଡାରେ ପିଲା ଚୋର ଆତଙ୍କ ସନେ୍ଦହ ଘେରରେ ୪ ଅଟକ"

ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା

ରେମୁଣା/ ବାଲେଶ୍ୱର, ୨୦/୦୫ (ଓଡ଼ିଆ ପୁଅ/ଭଗବାନ ଦାସ) – ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବରୁଣସିଂ ପଂଚାୟତର ମାଳ ଗାଁରେ ଗତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ସମ୍ପୃକ୍ତ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ୪ନଂ ୱାର୍ଡ଼ ନିବାସୀ ପୂର୍ବତନ ସରପଞ୍ଚ ଅନନ୍ତ ଦାସ ପ୍ରଧାନଙ୍କ ସାନ ପୁଅ ଜୟଦେବ। ଉଭୟ ପୋଲିସ ଓ ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ ଶନିବାର ରାତିରେ ଅନନ୍ତ ଦାସ ପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ ବର୍ଷର ପୁଅ କ୍ରୀଷ୍ଣା ଚିତ୍କାର କରିବାରୁ ଅନ୍ୟ…

"ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା"

୪ ବର୍ଷର ଶୁଶୁକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୧୫ ଦିନ ମଧ୍ୟରେ ମିଳିଲା ଫାଶୀ ଦଣ୍ଡ

ଇନ୍ଦୋର/ମନାବର ୧୭ ମଇ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଧାର ଜିଲ୍ଲାର ମନାବରର ଜନ୍ନାଥପୁରାରେ ୪ ବର୍ଷର ଶିଶୁ ସହିତ ଦୁଷ୍କର୍ମ କରି ହତ୍ୟା କରିଥିବା ଦୋଷୀ କରଣ ଉର୍ଫ ଫାତିୟାକୁ ସ୍ଥାନୀୟ କୋର୍ଟ ଗୁରୁବାରଦିନ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଅତିରିକ୍ତ ସତ୍ର ବିଚାରପତି ଆକବର ଶେଖ ନିଜର ରାୟରେ କହିଛନ୍ତି କି ଝିଅମାନେ ଖୁଦାଙ୍କର ବରଦାନ, ଏବଂ ତାଙ୍କୁ ଏହି ପ୍ରକାର କ୍ଷତ ବିକ୍ଷତ ଲାସ ରୂପରେ ବଦଳାଇବାର ଅପରାଧ କ୍ଷମାର ଯୋଗ୍ୟ ନୁହେଁ। ଏହି ମାମଲାରେ ପୁଲିସ ଘଟଣାର ୨୦ତମ ଦିନ ହିଁ ନ୍ୟାୟାଳୟରେ ଚାର୍ଜଶିଟ୍ ଦାଖଲ କରିଥିଲା। ନ୍ୟାୟାଳୟ ୧୫ କାର୍ଯ୍ୟ ଦିବସରେ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ସୂଚନାନୁସାରେ ୪ ଜାନୁଆରିରେ…

"୪ ବର୍ଷର ଶୁଶୁକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୧୫ ଦିନ ମଧ୍ୟରେ ମିଳିଲା ଫାଶୀ ଦଣ୍ଡ"

ସ୍ତ୍ରୀକୁ ନିଶା ପିଆଇ ଜଙ୍ଗଲ ମଧ୍ୟରେ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ,ସ୍ତ୍ରୀ ଖସି ଆସି ଥାନାର ଦ୍ୱାରସ୍ଥ,ସ୍ବାମୀ ଫେରାର୍

ହରିଚନ୍ଦନପୁର,ତା୧୭.୦୫(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀ ଥାନା ଅଞ୍ଚଳର ଜଣେ ଯୁବକ ଗୋଟିଏ ଝିଅକୁ ବିବାହ କରି ଆଣି ଦୈତାରୀ ଥାନା ଅଞ୍ଚଳରେ ହାଣ୍ଡିଆ ମଦ ପିଆଇ ଗାଧେଇବା ବାହାନାରେ ଜଙ୍ଗଲ ମଧ୍ୟକୁ ନେଇ ନିସ୍ତୁକ ମାଡ ମାରିବା ସହ ବେକରେ ଲୁଗାକୁ ବାନ୍ଧି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଦୈତାରୀ ଥାନା ଅଞ୍ଚଳର ଦିଲ୍ଲୀପ ଗୋପ ନିଜ ମାମୁଁ ଘର ଝାଡଖଣ୍ଡର କୁମାରଡୁଙ୍ଗା ନିକଟସ୍ଥ ରତନାସାହି ଯିବା ଆସିବା କରିବା ସମୟରେ ଗ୍ରାମର ଗୋଟିଏ ଝିଅ ପିଙ୍କି କୁମାରୀ ସହିତ ପ୍ରେମ ସଂପର୍କ ରଖିଥିଲେ । କିଛି ଦିନ…

"ସ୍ତ୍ରୀକୁ ନିଶା ପିଆଇ ଜଙ୍ଗଲ ମଧ୍ୟରେ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ,ସ୍ତ୍ରୀ ଖସି ଆସି ଥାନାର ଦ୍ୱାରସ୍ଥ,ସ୍ବାମୀ ଫେରାର୍"

ଯାମୁଦଲକ ବାଇକ ଲୁଟ ମାମଲା: ୧ ଗିରଫ

ଚଂପୁଆ (ଓଡ଼ିଆ ପୁଅ/ରଂଜନ ପ୍ରଧାନ ) ଗତ ୭ ତାରିଖ ଚଂପୁଆ ଥାନା ଅନ୍ତର୍ଗତ ଯାମୁଦଲକ ନିକଟ ରେ ବନ୍ଧୁକ ମୁନରେ ହୋଇଯାଇଥିବା ବାଇକ ଲୁଟ ମାମଲା ରେ, ପୋଲିସ୍ ଜଣକୁ ଗିରଫ କରିଛି। ଗିରଫ ଜଣକ ନାମ ବିଶ୍ବଜିତ ଗିରି। ତା ଘର ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ଛେଳିଆନାଳ ଗାଁରେ। ତା ନିକଟରୁ ପୋଲିସ ଅନ୍ୟ ଏକ ଚୋରା ବାଇକ ସହ ୪ଟି ମୋବାଇଲ୍ ଫୋନ୍ ଲୁଟ କରିବା ବେଳେ ବ୍ୟବହୃତ ବନ୍ଧୁକ ଏକ ଆଧାରକାର୍ଡ଼ ଏକ ସ୍ମାର୍ଟ କାର୍ଡ ୯ ହଜାର ୧୯୦, ଟଙ୍କା ଜବତ କରିଛି।ଗିରଫ, ବିଶ୍ବଜିତ ନାମରେ ଚଂପୁଆ, ଘାଗରବେଡା, ଯୋଡା ଜଗନ୍ନାଥପୁର ଥାନାରେ ଏକାଧିକ ମାମଲା…

"ଯାମୁଦଲକ ବାଇକ ଲୁଟ ମାମଲା: ୧ ଗିରଫ"

କଳିଯୁଗର ପୁଅ ବୃଦ୍ଧ ମାତା-ପିତାଙ୍କୁ ଜୀଅନ୍ତା ଜାଳିଦେଲା

୧୧ ମଇର ଏହି ଘଟଣା ମୋତୀ ନଗରରେ ହୋଇଥିଲା ୭୦ ବର୍ଷର ଛେଦୀ ଲାଲ ଏବଂ ୬୨ ବର୍ଷର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କର ଜଳିବା ଘଟଣା ନୂଆ ଦିଲ୍ଲୀ ୧୩ ମଇ (ଓଡ଼ିଆ ପୁଅ) ପୁଲିସ ଏକ କଲଯୁଗର ପୁଅକୁ ଗିରଫ କରିଛି। ତାହାର ନାମ ସନ୍ତୋଷ (୪୦)। ଏହି ସନ୍ତୋଷ ଉପର ବୁଢ଼ା ମା’-ବାପାଙ୍କୁ ଘର ଭିତରେ ଜୀଅନ୍ତା ଜଳାଇ ଦେଇଥିବାର ଆରୋପ ଲାଗିଛି। ୧୧ ମଇରେ ଏହି ଘଟଣା ମୋତୀ ନଗର ନାମକ ଯାଗାରେ ହୋଇଥିଲା। ୭୦ ବର୍ଷର ଛେଦୀ ଲାଲ ଏବଂ ୬୨ ବର୍ଷର ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କର ଜୀଅନ୍ତା ଜଳିଯିବାରୁ ମୃତ୍ୟୁ ହୋଇଯାଇଛି। ପ୍ରରମ୍ଭିକ ଜାଞ୍ଚରୁ ପୁଲିସକୁ ଲାଗିଲା ମୃତ୍ୟୁ…

"କଳିଯୁଗର ପୁଅ ବୃଦ୍ଧ ମାତା-ପିତାଙ୍କୁ ଜୀଅନ୍ତା ଜାଳିଦେଲା"

ପୁଣି ପିଟିଲା ପୁଲିସ!

ଭୁବନେଶ୍ୱର;୧୩, ୦୫, ୨୦୧୮(ଓଡିଆ ପୁଅ/ଦେବଦତ୍ତ ରଥ):ପୁଣି ପିଟିଲା ପୁଲିସ।ଜଣେ ଯୁବକଙ୍କୁ ପୁଲିସ ପିଟିବା ନେଇ ଏକ ଅଭିଯୋଗ ଆସିଛି।ନିମାପଡାରେ ୭୬ ବର୍ଷୀୟା ମହିଳା, ତାପରେ ନୟାପଲ୍ଲୀରେ ଦୁଇ ଭଉଣୀଙ୍କୁ ଥାନାରେ ପୁଲିସ ପିଟିବା ଅଭିଯୋଗ ନେଇ ସୋସିଆଲ ମିଡିଆରେ ଫଟୋ/ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ବରଗଡ଼ ପୁଲିସ ଜଣେ ଯୁବକଙ୍କୁ ପିଟିବା ଅଭିଯୋଗ ନେଇ ଭିଡିଓ ସୋସିଆଲରେ ଭାଇରାଲ ହେଉଛି।ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଅମିତ ସାହୁ ନାମକ ଜଣେ ଯୁବକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହେଉଛି।ଯୁବକ ଜଣକ ମଦ ପିଇଥିଲେ ଏବଂ ପୁଲିସର କଲର ଧରି ଗାଳି କରିବା ପୁଲିସ କହୁଥିବା କୁହାଯାଉଛି।ଏଣେ ଡାକ୍ତରୀ ରିପୋର୍ଟ ଅନୁଯାୟୀ…

"ପୁଣି ପିଟିଲା ପୁଲିସ!"

ଉନ୍ନାୱ ଗଣ ଦୁଷ୍କର୍ମ ମାମଲା: ସିବିଆଇ ବିଧାୟକ କୁଲଦୀପ ସିଂହ ସେଙ୍ଗର ବିରୁଦ୍ଧରେ ଲଗାଯାଇଥିବା ଆରୋପର ପୁଷ୍ଟି କଲା

ମୁଖ୍ୟ କଥା: ଉନ୍ନାବ ରେପ କେସରେ ସିବିଆଇ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଉପରେ ଲଗାଯାଇଥିବା ଆରୋପର ପୁଷ୍ଟି କଲା ସିବିଆଇ ମୁତାବକ ଶଶି ସିଂହ ପୀଡ଼ିତାକୁ ଚାକିରି ଦେବାର ଳାଳସା ଦେଇକରି କୁଲଦୀପ ଘରକୁ ଆଣିଥିଲା ୧୧ଜୁନରେ ପୀଡ଼ିତାକୁ ତିନି ଜଣ ଯୁବକ ଅପହରଣ କରି କ୍ରମାଗତଭାବେ ଏସୟୁଭିରେ କରିଥିଲେ ଗଣ ଦୁଷ୍କର୍ମ ସିବିଆଇ ସ୍ଥାନୀୟ ପୁଲିସର ଭୁମିକାକୁ ମଧ୍ୟ ଜାଞ୍ଚ କରୁଛି ନୂଆ ଦିଲ୍ଲୀ ୧୧ମଇ (ଓଡ଼ିଆ ପୁଅ) ଉନ୍ନାବ ଗଣଦୁଷ୍କର୍ମ ମାମଲାରେ ସିବିଆଇ ପୀଡ଼ିତା ଦ୍ଵାରା ଲଗାଯାଇଥିବା ସେହି ଆରୋପର ପୁଷ୍ଟି କରିଛି ଯେଉଁଥିରେ ସେ କହିଥିଲା କି ଗତ ବର୍ଷ ୪ ଜୁନରେ ବିଜେପି ବିଧାୟକ କୁଲଦୀପ ସିଂହ…

"ଉନ୍ନାୱ ଗଣ ଦୁଷ୍କର୍ମ ମାମଲା: ସିବିଆଇ ବିଧାୟକ କୁଲଦୀପ ସିଂହ ସେଙ୍ଗର ବିରୁଦ୍ଧରେ ଲଗାଯାଇଥିବା ଆରୋପର ପୁଷ୍ଟି କଲା"

ନାକଚି ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ

ଅନୁଗୋଳ, ୯/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ନାକଚି ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ୍ କରିଛି ଅନୁଗୋଳ ପୋଲିସ। ଜନୈକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ନାବାଳକ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ବୁଧବାର ଅପରାହ୍ନରେ ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି, ଗତ ଗୁରୁବାର ରାତ୍ରିରେ ଜନୈକ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଏକ କାର ଯୋଗେ ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ। ତେବେ ସ୍ତ୍ରୀ ଲୋକ ଜଣକ ନାକଚିଠାରେ ପରିସ୍ରା କରିବାକୁ ଗାଡ଼ିରୁ ଓହ୍ଲାଇଥିଲେ। ହେଲେ କାରରୁ ପୁର୍ନବାର ପାଣି ବୋତଲ ନେଇ…

"ନାକଚି ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ"

୩୦ ବର୍ଷିୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨୬ ବର୍ଷିଆ ଯୁବକ ଗିରଫ

କେନ୍ଦୁଝର, ତା୦୫.୦୫ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ଥାନା ନିକଟସ୍ଥ ଟେଣ୍ଟେଇନାଳୀ ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଖୁଣ୍ଟାପଡା ଗ୍ରାମ ପଞ୍ଚାୟତ ବେଣା ଗ୍ରାମର ସୁଶିଲ ନାଏକ(୨୬)ଙ୍କୁ ତେଲକୋଇ ପୋଲିସ୍ ଗିରଫ କରିଛି। ସୂଚନା ଅନୁଯାୟୀ ଟେଣ୍ଟେଇନାଳୀ ଗ୍ରାମର ଜଣେ ୩୦ ବର୍ଷିୟା ବିବାହିତା ମହିଳା ରାତି ୧୨ଟା ବେଳେ ଘରପଛ ପଟକୁ ପରିସ୍ରା ଯାଇଥିଲେ। ଉକ୍ତ ଗ୍ରାମର ଗୋଟିଏ ବାହାଘରକୁ ଆସିଥିବା ସୁଶିଲ ନାଏକ ମହିଳାଙ୍କୁ ଏକା ପାଇ ଦୁଷ୍କର୍ମ କରିଥିବାର ତେଲକୋଇ ଥାନାରେ ଗତ ୪ତାରିଖ ଅଭିଯୋଗ ହେଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସୁଶିଲକୁ ଗିରଫ କରିବା ସହ ଅଭିଯୋଗକାରୀଙ୍କୁ ଡାକ୍ତରୀମାଇନା ନିମନ୍ତେ କେନ୍ଦୁଝର…

"୩୦ ବର୍ଷିୟା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨୬ ବର୍ଷିଆ ଯୁବକ ଗିରଫ"