Home Top News NCRB ରିପୋର୍ଟ: ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର, ୧୨୭୩ ମହିଳା ନିଖୋଜ!

NCRB ରିପୋର୍ଟ: ଦିନକୁ ୮୭ ମହିଳା ଦୁଷ୍କର୍ମର ଶିକାର, ୧୨୭୩ ମହିଳା ନିଖୋଜ!

44

ନୂଆଦିଲ୍ଲୀ: ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ଦେଶରେ ମହିଳା ହିଂସାକୁ ନେଇ ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ମୁତାବକ, ଦେଶରେ ପ୍ରତ୍ୟେକ ଦିନ ୨୪୬ ଜଣ ଝିଅ ଓ ୧୦୨୭ ଜଣ ମହିଳା ନିଖୋଜ ହେଉଛନ୍ତି। ସାରା ଦେଶରେ ରାଜସ୍ଥାନରେ ଅଧିକ ଦୁଷ୍କର୍ମ ମାମଲା ଦେଖିବାକୁ ମିଳିଛି। ୨୦୨୧ ମସିହାରୁ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନରେ ୬୩୩୭ ଜଣ ମହିଳା ଦୁଷ୍କର୍ମର ଶୀକାର ହୋଇଛନ୍ତି। ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ୨୯୪୭, ଉତ୍ତରପ୍ରଦେଶରେ ୨୮୪୫, ମହାରାଷ୍ଟ୍ରରେ ୨୪୯୬, ଛତିଶଗଡ଼ରେ ୧୦୯୩ ଦୁଷ୍କର୍ମ ମାମଲା ରହିଛି। ୫ ବର୍ଷ ବା ୧୮୨୫ ଦିନରେ ୧.୫ ଲକ୍ଷ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଅର୍ଥାତ ଦିନନକୁ ୮୭ ଜଣ ମହିଳା ଦୁଷ୍କର୍ମର ଶୀକାର ହୋଇଛନ୍ତି। ଦେଶରେ ୨୦୨୧ରେ ୩୧,୬୭୭, ୨୦୨୦ରେ ୨୮,୦୪୬ ଓ ୨୦୧୯ରେ ୩୨,୦୩୩ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେହିପରି ନିଖୋଜ ଘଟଣା ଦେଖିଲେ, ୨୦୧୯ରେ ୮୨,୦୮୪ ଜଣ ଯୁବତୀ ଓ ୩,୪୨,୧୬୮ ଜଣ ମହିଳା ନିଖୋଜ ଥିଲେ। ୨୦୨୦ରେ ଏହି ସଂଖ୍ୟା ୭୯,୨୩୩ ଓ ୩୪,୪୪୨, ୨୦୨୧ରେ ୯୦,୧୧୩ ଓ ୩,୭୫,୦୫୮ ଓ ୨୦୨୧ରେ ୨୪୬, ୧୦୨୭ ରହିଥିଲା।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.