Home Top News ସଂଖ୍ୟାଲଘୁ ମୋର୍ଚ୍ଚା ନେତାଙ୍କ ପରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀଙ୍କୁ ଆକ୍ରମଣ!

ସଂଖ୍ୟାଲଘୁ ମୋର୍ଚ୍ଚା ନେତାଙ୍କ ପରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀଙ୍କୁ ଆକ୍ରମଣ!

56

ଭୁବନେଶ୍ୱର/କଟକ: ବିଜେପି ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଉପରେ ନିଜ ଦଳର ସଂଖ୍ୟାଲଘୁ ମୋର୍ଚ୍ଚା ନେତାଙ୍କ ପରେ ପରେ ଏବେ ଯୁବ ମୋର୍ଚ୍ଚା ନେତାଙ୍କ ପକ୍ଷରୁ ଆକ୍ରମଣ ହୋଇଛି! କିଛି ଦିନ ତଳେ ସ୍ମୃତି ପଟ୍ଟନାୟକ ଡେଙ୍ଗୁରେ ପୀଡ଼ିତ ଥିବା ବେଳେ ପୂର୍ବତନ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ସୋସିଆଲ୍ ମିଡିଆରେ ସ୍ମୃତିଙ୍କୁ ସମବେଦନା ଜଣାଇବା ନାମରେ ତାତ୍ସଲ୍ୟ କରିଥିଲେ। ଯାହାକୁ ନେଇ ଦଳରେ କିଛି କାର୍ଯ୍ୟକର୍ତ୍ତା ସୋସିଆଲ୍ ମିଡିଆରେ ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ ସିକନ୍ଦର ଅଲ୍ଲୀ କଟକ ଜିଲ୍ଲାର ଅଟନ୍ତି। ଆଉ ଏବେ ସେହି କଟକ ଜିଲ୍ଲାର ଦଳର ଜଣେ ଯୁବନେତା ସ୍ମୃତି ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବିଜେପିରେ ବିଭ୍ରାଟ: Ex- ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ Ex- ସଂଖ୍ୟାଲଘୁ ସେଲ୍ ସଭାପତିଙ୍କ କଟାକ୍ଷ ..


ଘଟଣାଟି କଟକର ପୂର୍ବତନ ମେୟର ତଥା ପୂର୍ବତନ ବିଧାୟିକା ସ୍ୱର୍ଗତ ନିବେଦିତା ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଘଟିଛି। ସ୍ମୃତି ପଟ୍ଟନାୟକ ତାଙ୍କର ୨/୩ ସହଯୋଗୀଙ୍କ ସହିତ କାର୍ଯ୍ୟକ୍ରମକୁ ଯାଇଥିବା ସମୟରେ ଯୁବନେତା ଲଲାଟେନ୍ଦୁ ଦାସଙ୍କ (ବାଦଲ) ସହିତ ପ୍ରଥମେ ଏମାନଙ୍କ ଯୁକ୍ତିତର୍କ ଏବଂ ପରେ ଚାପୁଡ଼ା ମରାମରି, ଗୋଇଠା, ବିଧା ଆଦି ମାରପିଟ୍ ଘଟି ତଳେ ପଡ଼ିଯିବା ଘଟଣା ଘଟିଥିଲା। ଏପରିକି ବୋତଲ ଫିଙ୍ଗିବା ଘଟଣା ମଧ୍ୟ ଘଟିଥିଲା। ଏଥିରେ ସ୍ମୃତି ପଟ୍ଟନାୟକଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଘଟଣା ଖବର ମିଳିଛି। ବଡ଼ କଥା ହେଲା ଲଲାଟେନ୍ଦୁ ଦାସ ହେଲେ ଓଡ଼ିଶା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଖାସ୍ ଅନୁଗତ ଭାବରେ ଜଣାଶୁଣା। ଘଟଣା ଥାନାକୁ ଯାଇ ମାମଲା ରୃଜୁ ହୋଇଥିବା ସୂଚନା ମିଳୁଛି। ଦଳରେ ଏପରି ବିଶୃଙ୍ଖଳା ଘଟଣାକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ପ୍ରବଳ ଅସନ୍ତୁଷ୍ଟ ଥିବା ମଧ୍ୟ ସୂଚନା ମିଳିଛି!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.