Home Top News ସମୀରଙ୍କ ଡଙ୍କ ଭାଙ୍ଗିଦେଲେ ପ୍ରଭାତୀ: ଡ୍ୟାମେଜ୍ କଣ୍ଟ୍ରୋଲ୍ ଆଉ କରିପାରିବେ ତ’ ସମୀର?

ସମୀରଙ୍କ ଡଙ୍କ ଭାଙ୍ଗିଦେଲେ ପ୍ରଭାତୀ: ଡ୍ୟାମେଜ୍ କଣ୍ଟ୍ରୋଲ୍ ଆଉ କରିପାରିବେ ତ’ ସମୀର?

76

ଭୁବନେଶ୍ୱର: ନିମାପଡ଼ା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଡଙ୍କ ଭାଙ୍ଗିଦେଇଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। କୁହାଯାଉଛି, ସମୀରଙ୍କ ମନ୍ତ୍ରୀପଦ ଯିବା ପଛରେ ପ୍ରଭାତୀ ପରିଡ଼ାଙ୍କ ଏକ ବଡ଼ ଭୂମିକା ରହିଛି। ମନ୍ତ୍ରୀ ପଦ ତ’ ଯାହା ଗଲା, ଗଲା ତା’ ସାଙ୍ଗରେ ନିଜ ନିର୍ବାଚନ ମଣ୍ଡଳୀର ସମୀର ଦାସଙ୍କ ପତିଆରା ବି ଗଲା। ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ସମୀର ଦାସଙ୍କ ନାଁ’ ଉଠିଲା। ତେବେ, ଏହାକୁ ନେଇ ସମୀରଙ୍କ ବଡ଼ ପ୍ରତିଦ୍ୱନ୍ଦୀ ପ୍ରଭାତୀ ପରିଡ଼ା ଯେଉଁଭଳି ଆକ୍ରମଣାତ୍ମକ ଢଙ୍ଗରେ ବିରୋଧ ଉପସ୍ଥାପନା କଲେ ତାହା ସମୀରଙ୍କ ପାଇଁ ବଡ଼ କାଳ ହେଲା। ପ୍ରଥମରୁ ଘଟଣାଟିକୁ ରାଜ୍ୟ ସ୍ତରୀୟ ଇସ୍ୟୁ ନ’କରି ଜିଲ୍ଲା ବା ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରଭାତୀ ପରିଡ଼ା ରଣନୀତି ପ୍ରସ୍ତୁତ କରି ଯେଉଁଭଳି ଭାବରେ ସମୀର ଦାସଙ୍କୁ ଶାଣିତ ଆକ୍ରମଣ କଲେ, ସେଥିରେ ସମୀର ଆଉ ଡ୍ୟାମେଜ୍ କଣ୍ଟ୍ରୋଲ୍ କରିପାରିଲେ ନାହିଁ। ପ୍ରଭାତୀ ଯୋଜନାବଦ୍ଧ ଭାବରେ ଇସ୍ୟୁଟିକୁ ତୃଣମୂଳ ସ୍ତର ଯାଏଁ ନେଇଗଲେ। ବାରମ୍ବାର ବିକ୍ଷୋଭ, ଆନ୍ଦୋଳନ ଚାଲିଲା। ଏପରିକି କୁହାଯାଉଛି, ୧୦୦ଟି ସ୍ଥାନରେ ସମୀର ଦାସଙ୍କ କୁଶପୁତ୍ତଳିକା ଦାହ କରାଗଲା। ଏଥିରେ ଦୁଇଟି ଲାଭ ହେଲା। ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠିତ ହେଲା ଏଣେ ବିଜେଡି ନେତା, ନିମାପଡ଼ା ବିଧାୟକ ତଥା ତତ୍କାଳୀନ ମନ୍ତ୍ରୀ ସମୀର ଦାସଙ୍କ ଠାରେ କଳଙ୍କ ଲାଗିଗଲା! ସମୀର ଦାସଙ୍କ ମନ୍ତ୍ରୀ ପଦ ତ’ ଗଲା, ହୁଏତ କଳଙ୍କିତ ହୋଇ ଯାଇଥିବାରୁ ବୋଧହୁଏ ନିକଟରେ ୫- ଟି ସଚିବଙ୍କ ନିମାପଡ଼ା ଗସ୍ତ ସମୟରେ ସମୀରଙ୍କ ପ୍ରଭାବ ଓ ପତିଆରା ବି ଗଲା!
/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.