Home Top News ଆସିଲା ନୂଆ ଆଇନ୍: ହଟିବ ଇଂରେଜ ଅମଳର IPC- CRPC – ୯୦ ଦିନରେ ହେବ...

ଆସିଲା ନୂଆ ଆଇନ୍: ହଟିବ ଇଂରେଜ ଅମଳର IPC- CRPC – ୯୦ ଦିନରେ ହେବ ଚାର୍ଜସିଟ୍

64

ଆସିଲା ନୂଆ ଆଇନ୍। ହଟିବ ଇଂରେଜ ଅମଳର IPC- CRPC – ୯୦ ଦିନରେ ହେବ ଚାର୍ଜସିଟ୍। ଏହି ନିୟମ ଏବେ ସବୁ ରାଜ୍ୟର ସବୁ ଥାନା ଅଧିକାରୀଙ୍କୁ ମାନିବାକୁ ପଡ଼ିବ। କେସ୍‌ ହେବାର ଅନ୍ୟୁନ ୯୦ ଦିନ ଭିତରେ କେସ୍‌ ଅଧିକାରୀଙ୍କୁ ଚାର୍ଜସିଟ୍ ଦାଖଲ କରିବାକୁ ହେବ। ତେବେ, କୋର୍ଟ ଚାହିଁଲେ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇପାରିବେ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି। ସେପଟେ ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ କରିବାକୁ ମଧ୍ୟ କୁହାଯାଇଛି। ଖାଲି ସେତିକି ନୁହେଁ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ବୋଲି କୁହାଯାଇଛି। ଏହାସହ ହଟିଯିବ ବ୍ରିଟିଶ ଅମଳର ତିନି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା। ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ହୋଇଛି। ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ବିଲ୍ ଆଗତ କରାଯାଇଛି। ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି। ଆଇପିସି ହଟିବା ପରେ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ। ସେହିପରି ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଆଇଇଏ ହଟି ତା’ ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ। ବିଲ୍ ଆଗତ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଦଣ୍ଡ ଦେବା ନୁହେଁ ସମସ୍ତଙ୍କୁ ନ୍ୟାୟ ଦେବା ହେଉଛି ଆଇନର ଉଦ୍ଦେଶ୍ୟ।ସୂଚନା ଅନୁଯାୟୀ, ଆଇପିସିରେ ୫୧୧ ଧାରା ଥିଲା, ହେଲେ ଏବେ ୩୫୬ଟି ଧାରା ରହିବ। ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ। ୮ଟି ନୂଆ ଧାରା ଯୋଡ଼ାଯିବ। ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ ବୋଲି କୁହାଯାଇଛି। ସେହିପରି ସିଆରପିସିରେ ୫୩୩ ଧାରା ରହିବ। ହେଲେ ବଦଳିବ ୧୬୦ ଧାରା। ସିଆର୍‌ପିସିରେ ସାମିଲ ହେବ ୯ ନୂଆ ଧାରା। ୯ ଧାରା ଉଚ୍ଛେଦ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି।
– ଦେବେନ୍ଦ୍ର କୁମାର ପାଢ଼ୀ, ଆଇନଜୀବୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.