Home Top News ଖୋର୍ଦ୍ଧା ମାଟିରୁ ଡ୍ରଗ୍ସ ହଟୁ; ନିଶାମୁକ୍ତ ହେଉ ଖୋର୍ଦ୍ଧା ମାଟି ..

ଖୋର୍ଦ୍ଧା ମାଟିରୁ ଡ୍ରଗ୍ସ ହଟୁ; ନିଶାମୁକ୍ତ ହେଉ ଖୋର୍ଦ୍ଧା ମାଟି ..

62

ଭୁବନେଶ୍ୱର: ଖୋର୍ଦ୍ଧା ମାଟିରୁ ଧଳା ଜହର (ଡ୍ରଗ୍ସ) ହଟୁ, ନିଶାମୁକ୍ତ ହେଉ ଖୋର୍ଦ୍ଧା ମାଟି ବୋଲି କହିଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭା ତଥା ବିଜେପି ଯୁବା ନେତ୍ରୀ ହରପ୍ରିୟା ସାହୁ। “ଲଭ୍ ଜିହାଦ୍”ର ଶୀକାର ହୋଇ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଝିଅ ପରେ ବାପର ମୃତ୍ୟୁ ଘଟଣାରେ ତାଙ୍କ ପରିବାର ତଥା ନିରାକାରପୁର ଥାନା ଅଧିକାରୀଙ୍କ ସହିତ ଯାଇ ସାକ୍ଷାତ ଆଲୋଚନା କରିବା ପରେ ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଉଥିବା ଧଳାଜହର (ଡ୍ରଗ୍ସ) ତଥା ନିଶା କାରବାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହରପ୍ରିୟା। ଖୋର୍ଦ୍ଧକୁ ଏତେ ପରିମାଣର ଧଳାଜହାର (ଡ୍ରଗ୍ସ) ଆଉ ମଦ ଆସୁଛି କେଉଁଠୁ ବୋଲି ପ୍ରଶ୍ନ କରିବା ସହ ଡ୍ରଗ୍ସ ନେଇ ଲୋକ ଆତ୍ମହତ୍ୟା କରୁଛନ୍ତି, କିମ୍ବା କାହାକୁ ଡ୍ରଗ୍ସ ଦେଇ ହତ୍ୟା କରାଯାଉଛି। ପୋଲିସ୍ ପ୍ରଶାସନ ଏ’ ଦିଗରେ ତନାଘନା କରନ୍ତୁ। ଉଚିତ୍ ତଦନ୍ତ କରି ଖୋର୍ଦ୍ଧା ମାଟିରୁ ଏହି ଡ୍ରଗ୍ସ ଆଉ ନିଶା କାରବାରକୁ ହଟାନ୍ତୁ ବୋଲି କହିଛନ୍ତି ହରପ୍ରିୟା ସାହୁ। ସୂଚନାଯୋଗ୍ୟ ଯେ ଅତୀତରେ ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ଧଳାଜହାର ମୁକ୍ତ କରିବା ଦିଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ ଚଲାଇ ଭଦ୍ରକରେ ହଲଚଲ୍ ସୃଷ୍ଟି କରିଥିଲେ ହରପ୍ରିୟା ସାହୁ।

-/DevD®

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.