Home Top News ଲକ୍ଷ୍ମଣାନନ୍ଦ ସରସ୍ୱତୀ ମର୍ଡର କେସ୍:୧୫ ବର୍ଷ ବିତିଗଲା: କେବେ ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ?

ଲକ୍ଷ୍ମଣାନନ୍ଦ ସରସ୍ୱତୀ ମର୍ଡର କେସ୍:୧୫ ବର୍ଷ ବିତିଗଲା: କେବେ ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ?

35

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଦେଶସାରା ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ତେବେ, ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ଏକ ଦୁଃଖଦ ଘଟଣା। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀ ଅବସରରେରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ସ୍ୱାମୀଜୀଙ୍କ ୪ ଜଣ ଅନୁଗାମୀଙ୍କୁ ଗୁଳି କରି ହତ୍ୟା କରିଦିଆ ଗଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ସନ୍ୟାସୀ ମଧ୍ୟ ଥିଲେ। ପରମପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମହାରାଜଙ୍କୁ ହତ୍ୟା କରାଯିବାର ଆଜିକୁ ୧୫ ବର୍ଷ ବିତିଗଲା, ହେଲେ ଆଜି ବି ଜଣା ପଡ଼ିନାହିଁ କିଏ ପ୍ରକୃତ ହତ୍ୟାକାରୀ! ଆଜି ଯାଏଁ ସାବର୍ଜନୀନ ହୋଇପାରିଲା ନାହିଁ ତଦନ୍ତ ରିପୋର୍ଟ ବୋଲି ଉଦବେଗ ପ୍ରକାଶ କରି କହିଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭା ତଥା ବିଜେପି ଫାୟାରବ୍ରାଣ୍ଡ ଯୁବା ନେତ୍ରୀ ହରପ୍ରିୟା ସାହୁ। ୨୦୦୮ ମସିହା ଅଗଷ୍ଟ ୨୩ରେ ସ୍ୱାମୀଜୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେଦିନ ଥିଲା ଜନ୍ମାଷ୍ଟମୀ। ବହୁ ଆଡମ୍ବର ସହକାରେ ତୁମୁଡିବନ୍ଧସ୍ଥିତ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆଶ୍ରମ ଭିତରକୁ ଧସେଇ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଲକ୍ଷ୍ମଣାନନ୍ଦଙ୍କୁ ଗୁଳି କରିଥିଲେ। ଲକ୍ଷ୍ମଣାନନ୍ଦ ସରସ୍ୱତୀ ଥିଲେ ଥିଲେ ହିନ୍ଦୁମାନଙ୍କ ଗୁରୁ, ସେ ଥିଲେ ଆମ ମାନଙ୍କର ମାର୍ଗଦର୍ଶକ। ହିନ୍ଦୁ ଧର୍ମର ଏକ ବଡ଼ ପର୍ବ ଜନ୍ମାଷ୍ଟମୀ ଦିନରେ ହିଁ ହିନ୍ଦୁ ଧର୍ମର ଜଣେ ସନ୍ୟାସୀ (ସ୍ୱାମୀ ଜୀ’)ଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ହତ୍ୟା କରାଯାଇଥିଲା ବୋଲି କ୍ଷୋଭର ସହ କହିଛନ୍ତି ହରପ୍ରିୟା।୨୦୧୨ ମସିହାରେ ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ରଙ୍କ ପରଲୋକ ପରେ ଜଷ୍ଟିସ୍ ଏ.ଏସ ନାଇଡୁଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତି ଦିଆଯାଇଥିଲା। ସୂଚନା ମୁତାବକ ନାଇଡୁ କମିଶନ ଗତ ୨୦୧୫ ଡିସେମ୍ବରରେ ୧,୦୨୦ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ରିପୋର୍ଟ ପ୍ରଦାନ କରାଯିବାର ଇତି ମଧ୍ୟରେ ୮ ବର୍ଷ ବିତିଗଲାଣି। ହେଲେ କମିସନଙ୍କ ରିପୋର୍ଟ ଆଜି ସୁଦ୍ଧା ସାର୍ବଜନୀନ ହୋଇ ପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ’ ନେଇ ଆଉ କେତେଦିନ ମୋୖନ ରହିବେ ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି ହରପ୍ରିୟା ସାହୁ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.